ETV Bharat / sitara

ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ୍, ନଭେମ୍ବର 11ରେ ହେବେ ହାଜର

author img

By

Published : Nov 9, 2020, 4:29 PM IST

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମନ୍ ପଠାଇଛି । ଅଧିକ ପଢନ୍ତୁ...

ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ୍
ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ୍

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମନ୍ ପଠାଇଛି । ସୋମବାର ଅଭିନେତା ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ ପରେ ନଭେମ୍ବର 11ରେ ଏନସିବିରେ ହାଜର ହେବା ପାଇଁ ସମନ୍ କରାଯାଇଛି ।

ରବିବାର ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା ଫିରୋଜ ନାଡିଆୱାଲାଙ୍କ ଘରେ ଚଢାଉ କରାଯିବା ପରେ ଏବଂ ତାଙ୍କ ପତ୍ନୀ ଶବାନା ସୈଏଦଙ୍କୁ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା। ଶବାନାଙ୍କୁ ନଭେମ୍ବର 23 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ବଲିଉଡରେ ଡ୍ରଗ୍ସ ବ୍ୟବହାର ଉପରେ ଏଜେନ୍ସି ଯାଞ୍ଚ କରୁଛି। ଡ୍ରଗ୍ସ ବେପାରୀ ଏବଂ ଯୋଗାଣକାରୀ ଅଭିଯୋଗରେ ରବିବାର ସୈଏଦଙ୍କ ସହ ଅନ୍ୟ 4 ଜଣଙ୍କୁ ଗିରଫ କରାଯାଇଥିଲା।

ଏହାପୂର୍ବରୁ ଏନସିବି ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲଙ୍କ ଭାଇ ଆଗିସିଲାଓସ ଡେମେଟ୍ରିଏଡଙ୍କୁ ଗିରଫ କରିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଏକ ଡ୍ରଗ୍ସ ସିଣ୍ଡିକେଟର ଏକ ଅଂଶ ଅଛନ୍ତି ଏମାନେ । ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କ୍ରୟ ଅଭିଯୋଗରେ ପ୍ରାୟ ଏକ ମାସ ଜେଲରେ ରହିବା ପରେ ରିଆଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.