ETV Bharat / sitara

କୋରୋନା ସହ ସଂଘର୍ଷ ଜାରି ରଖିଛନ୍ତି ମୋ ପରିବାର- ଅନୁପମ ଖେର

ଏଯାବତ ଅନୁପମ ଖେରଙ୍କ ମା'ଙ୍କୁ ଜଣାନାହିଁ ଯେ ସେ କୋରୋନା ପଜିଟିଭି। ଏହାର ଖୁଲାସା ସୋସିଆଲ ମିଡିଆରେ କରିଛନ୍ତି ଅନୁପମ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
Hଫଟୋଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
author img

By

Published : Jul 15, 2020, 5:03 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅନୁପମ ଖେରଙ୍କ ପୁରା ପରିବାର କୋରୋନା ସଂକ୍ରମିତ। ବର୍ତ୍ତମାନ ତାଙ୍କ ମା' କୋକିଲାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ତାଙ୍କ ପରିବାରକୁ କ୍ବାରେଣ୍ଟିନ କରାଯାଇଛି । ଇତିମଧ୍ୟରେ ଅନୁପମ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ସେ ଏକ ଭିଡିଓ ସେୟାର କରି ସମସ୍ତଙ୍କ ହେଲ୍ଥ ଅପଡେଟ ଦେଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ କହିଛନ୍ତି, ‘ଏବେ କୌଣସି ଖାସ୍ କାରଣ ନାହିଁ । କେବଳ କଥା ହେବାକୁ ଇଚ୍ଛା ହେଉଛି ବନ୍ଧୁ। କେବେ କେବେ କଥା ହେବାରୁ ମନ ହାଲକା ହୋଇଯାଏ । ଗତ କିଛି ଦିନରୁ ମମି, ରାଜୁ, ଭାଉଜ, ପୁତୁରାଙ୍କ କୋଭିଡ-19 ପଜିଟିଭି ଆସିବା ପରଠୁ ମୁଁ ଚେଷ୍ଟା କରୁଛି ଠିକ୍ ରହିବାକୁ । ଆଜି ବହୁତ ଭଲ ଲାଗିଲା ଯେ ମୋ କଜନ ଭାଉଜ ଭାବନାଙ୍କ ଫୋନ ଆସିବାରୁ । ସେ କହୁଥିଲେ ମମି ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ଆଇସୋଲେସନ ସେଣ୍ଟରୁ ଭାବନାଙ୍କ ଘର ଏକ କିଲୋମିଟର ଦୂରରେ । ଆଉ ମମି ଭାବନାଙ୍କୁ କହିଛନ୍ତି ଯେ ସେ ହସ୍ପିଟାଲ ଝରକା ପଟେ ତାଙ୍କ ଘର ଦେଖିବାରୁ ଚେଷ୍ଟା କରୁଥିଲେ। ହେଲେ ମଝିରେ ଏକ ବିଲ୍ଡିଂ ଥିବାରୁ ସେ ଦେଖିପାରିଲେ ନାହିଁ । ମମିଙ୍କ ଏପରି ସ୍ପିରିଟ ସବୁବେଳେ ରହୁ।’

ଏହାସହ ସେ ଜଣାଇଛନ୍ତି ଯେ ମା'ଙ୍କ ସହ ଭାଇ ରାଜୁ, ଭାଉଜ ଓ ପୁତୁରା ମଧ୍ୟ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ପିତାମାତା ବହୁତ ହୃଦୟବାନ, ଜଣେ ସେମାନଙ୍କୁ ବାରମ୍ବାର କହିବା ଦରକାର ଯେ ତୁମେ ତାଙ୍କୁ ବହୁତ ଭଲ ପାଅ । ତାଙ୍କ ପାଇଁ ଏବଂ ତୁମ ନିଜ ପାଇଁ ମଧ୍ୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.