ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରୋଲ କରିଛନ୍ତି ଜୁନିୟର ବଚ୍ଚନ ଅଭିଷେକ ବଚ୍ଚନ । ମେ 30ରେ ଆଇସିସି ୱାର୍ଲ୍ଡକପ ଆରମ୍ଭ ହେବାକୁ ଥିବାବେଳେ କୋହଲି ଇଂଲଣ୍ଡର କ୍ୟାପଟେନ ଓ ଟୋଟେନହାମ ହଟ୍ସପୁରର ଷ୍ଟାର ଫୁଟବଲ ଖେଳାଳି ହ୍ୟାରୀ କେନଙ୍କୁ ଦେଖା କରିଥିଲେ ।
ହ୍ୟାରୀଙ୍କ ସହ ଏକ ସେଲ୍ଫି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କୋହଲି । ଏହାପରେ ଅଭିଷେକ ବିରାଟଙ୍କ 5ବର୍ଷ ତଳର ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ ବିରାଟ ଚେଲ୍ସିର ଟି-ସାର୍ଟ ଧରିଥିବାର ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ଅଭିଷେକ ଚେଲ୍ସି କ୍ଲବର ବହୁତ ବଡ ଫ୍ୟାନ ଓ ଚେଲ୍ସିର ବଡ ପ୍ରତିଦ୍ବନ୍ଦ୍ବୀ ହେଉଛି ଟୋଟେନହାମ କ୍ଲବ ।
ଲଣ୍ଡନରେ ମଧ୍ୟ ୟୁଇଏଫଏ ଚାମ୍ପିୟନ ଲିଗର ଫାଇନାଲ ମ୍ୟାଚ ଖେଳାଯିବ । ଟୋଟେନହାମ ଟିମ ପ୍ରଥମ ଥର ଫାଇନାଲରେ ପହଞ୍ଚିଛି । ତେବେ ବିରାଟ ଟିମର କ୍ୟାପଟେନ ହ୍ୟାରୀ କେନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପହଞ୍ଚିଥିଲେ । ଆଇସିସି କ୍ରିକେଟ ବିଶ୍ବ କପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ସହ ଅଭ୍ୟାସ ମ୍ୟାଚ ଖେଳି ସାରିଛି ।