ETV Bharat / sitara

ତମନ୍ନା-ବିରାଟଙ୍କ ନାଁରେ ମାଦ୍ରାସ ହାଇକୋର୍ଟରେ ମାମଲା

author img

By

Published : Jul 31, 2020, 7:17 PM IST

ବିଜ୍ଞାପନ ପାଇଁ ହଟହଟା ବିରାଟ ଓ ତମନ୍ନା ଭଟ୍ଟିଆ । ସଚ୍ଚାବାଜକୁ ପାଇଁ ମାଦ୍ରାସ ହାଇକୋର୍ଟରେ ଦାୟର ହେଲା ଦୁଇଜଣଙ୍କ ଗିରଫ ଯାଚିକା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଓ ଭାରତୀୟ କ୍ରିକେଟ ଟିମ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା । ଏହି ଦୁଇ ସେଲିବ୍ରିଟି ବର୍ତ୍ତମାନ ସମସ୍ୟା ଘେରରେ । ଦୁଇଜଣଙ୍କୁ ଗିରଫ ପାଇଁ ମାଦ୍ରାସ ହାଇକୋର୍ଟରେ ଯାଚିକା ଦାୟର ହୋଇଛି । ତମନ୍ନା ଓ ବିରାଟଙ୍କ ବିରୋଧରେ ଚେନ୍ନାଇର ଜଣେ ଓକିଲ ଯାଚିକା ଦାୟର କରିଛନ୍ତି ।

ସେହିପରି ସେ ନିଜ ଯାଚିକାରେ କହିଛନ୍ତି ଯେ ତମନ୍ନା ଓ ବିରାଟ ନିଜ ବିଜ୍ଞାପନ ଜରିଆରେ ସଟ୍ଟାବାଜିକୁ ପ୍ରୋତ୍ସାହିତ କରୁଛନ୍ତି । ଏହାସହ କୋର୍ଟରେ ଆବେଦନ କରିଛନ୍ତି ଯେ ଅନଲାଇନ ସଟ୍ଟାବାଜି ଉପରେ ପ୍ରତିବନ୍ଧ ଲଗାଇବାକୁ । କାରଣ ଏହାର ଶିକାର ହେଉଛନ୍ତି ଅନେକ ଯୁବପିଢି ।

ଆବେଦନକାରୀଙ୍କ ଅନୁଯାୟୀ ଅନଲାଇନ ସଟ୍ଟାବାଜି କମ୍ପାନୀ ବିରାଟ ଓ ତମନ୍ନାଙ୍କ ଭଳି ସେଲିବ୍ରିଟିଙ୍କ ବ୍ୟବହାର କରି ଯୁବପିଢିକୁ ଭ୍ରମିତ କରୁଛନ୍ତି । ଏଥି ପାଇଁ ଦୁଇଜଣଙ୍କୁ ଗିରଫ କରାଯିବା ଦରକାର ।

ପ୍ରକାଶ ଥାଉକି ଆବେଦନାକାରୀ ସେହି ଘଟଣାକୁ ଦୃଷ୍ଟିରେ ରଖି ଯାଚିକା ଦାୟର କରିଛନ୍ତି, ଯେବେ ନିକଟରେ ଜଣେ ଯୁବକ ଅନଲାଇନ ସଟ୍ଟାବାଜିରେ ହାରିବାରୁ ଟଙ୍କା ପରିଶୋଧ କରିପାରି ନଥିଲେ । ଯାହାଦ୍ବାରା ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ।

ସେହିପରି ବିରାଟ ଓ ତମନ୍ନା ମୋବାଇଲ ପ୍ରିମିୟର ଲିଗ(ଏମପିଏଲ)ର ବିଜ୍ଞାପନ କରୁଛନ୍ତି । ଏହି ଦୁଇଜଣ ଗେମିଂ ପ୍ଲାଟଫର୍ମର ବ୍ରାଣ୍ଡ ଆମ୍ବାସାଡର । ଏଯାବତ ଏମପିଏଲରେ 50 କୋଟିରୁ ଅଧିକ ୟୁଜର୍ସ ହୋଇସାରିଲେ । ଏହି ପ୍ଲାଟଫର୍ମରେ 40ରୁ ଅଧିକ ଗେମ୍ସ ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.