ETV Bharat / science-and-technology

Premium Subscription Plans: ଏକ୍ସରେ ଲଞ୍ଚ ହେଲା ଦୁଇ ନୂଆ ସବସ୍କ୍ରିପ୍ସନ ପ୍ଲାନ, ଦେବାକୁ ହେବ ଏତିକି ଟଙ୍କା

author img

By ETV Bharat Odisha Team

Published : Oct 28, 2023, 10:22 AM IST

ବିଲେନିୟର ଏଲନ ମସ୍କ ଏକ୍ସ ପ୍ଲାଟଫର୍ମରେ ଦୁଇଟି ନୂଆ ସବସ୍କ୍ରିପ୍ସନ ପ୍ଲାନ କରିଛନ୍ତି । ଏଣିକି ଇଚ୍ଛା ମୁତାବକ ପ୍ଲାନ ବ୍ୟବହାର କରିବେ ୟୁଜର୍ସ । ଅଧିକ ପଢନ୍ତୁ

X launches two new premium subscription plans

ହାଇଦ୍ରାବାଦ: ପୂର୍ବ ଘୋଷଣା ମୁତାବକ ବିଲେନିୟର ଏଲନ ମସ୍କ ଲଞ୍ଚ କରିଲେ ଦୁଇ ନୂଆ ସବସ୍କ୍ରିପ୍ସନ ପ୍ଲାନ । ପୂର୍ବରୁ ଏକ ପ୍ରିମିୟମ ପ୍ଲାନ ଲଞ୍ଚ କରିଥିଲେ ମସ୍କ । ଏଥିପାଇଁ ୟୁଜର୍ସଙ୍କୁ 900 ଟଙ୍କା ଦେବାକୁ ପଡୁଥିଲା । ଏହି ପ୍ଲାନରେ ୟୁଜର୍ସ ବ୍ଲୁ ଚେକମାର୍କ ସହିତ ଅନେକ ସୁବିଧା ପାଉଥିଲେ । ତେବେ ଏହି ପ୍ଲାନରେ ସୀମିତ ଆଡ୍ ଦେଖି ପାରୁଥିଲେ ୟୁଜର୍ସ । ତେବେ ୟୁଜର୍ସଙ୍କ ଚାହିଦା ମୁତାବକ ମସ୍କ ଦୁଇଟି ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିଛନ୍ତି । ମସ୍କ ଏକ Ads ଫ୍ରି ପ୍ଲାନ ଏବଂ ଅନ୍ୟ ଏକ Ads ପ୍ଲାନ ଲଞ୍ଚ କରିଛନ୍ତି । ତେବେ କମ୍ପାନୀ ପକ୍ଷରୁ ଏହାକୁ ପ୍ରିମିୟମ ପ୍ଲସ ଏବଂ ବେସିକ ନାମରେ ଲଞ୍ଚ କରାଯାଇଛି ।

Ads ଫ୍ରି ପ୍ଲାନ ପାଇଁ ଦେବାକୁ ହେବ ଏତିକି ଟଙ୍କା: ବର୍ତ୍ତମାନ କମ୍ପାନୀ କେବଳ ୱେବ୍ ଭର୍ସନ ପାଇଁ X ପ୍ରିମିୟମ୍ ପ୍ଲସ୍ ଏବଂ ବେସିକ ପ୍ଲାନ ଲଞ୍ଚ କରିଛି । ଏହାର ଅର୍ଥ ଏହା କେବଳ ଓ୍ବେବ ଭର୍ସ ପାଇଁ ଉପଲବ୍ଧ କିନ୍ତୁ ମୋବାଇଲ ପାଇଁ ନୁହେଁ । ଏକ୍ସ ପ୍ରିମିୟମ୍ ପ୍ଲସ୍ ଅଧୀନରେ ୟୁଜର୍ସଙ୍କୁ ବାର୍ଷିକ 13,600 ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ ୟୁଜର୍ସ କୌଣସି ପ୍ରକାରେ ମଧ୍ୟ Ads For You କିମ୍ବା ଫଲୋଇଙ୍ଗ ଅପ୍ସନ ଦେଖିପାରିବେ ନାହିଁ । ଏହାର ଅର୍ଥ ହେଉଛି ଏହା ସମ୍ପୂର୍ଣ୍ଣ ଆଡ ଫ୍ରି ପ୍ଲାନ। ଏହାର ବାର୍ଷିକ ପ୍ଲାନ ଫି 13 ହଜାର 600 ରହିଥିବା ବେଳେ ମାସିକ 1300 ଟଙ୍କା ରହିଛି ।

ବେସିକ ପ୍ଲାନ ବିଷୟରେ କହିବାକୁ ଗଲେ ଏଥିରେ ସୀମିତ ସୁବିଧା ପାଇବେ ୟୁଜର୍ସ । ଏଥିରେ ୟୁଜର୍ସ ବ୍ଲୁ ଚେକମାର୍କ କିମ୍ବା କ୍ରିଏଟର୍ସ ଟୁଲପ ସପୋର୍ଟ ମିଳିବ ନାହିଁ । ଏହି ପ୍ଲାନରେ ସମ୍ପୂର୍ଣ୍ଣ ଆଡ ଦେଖିପାରିବେ ୟୁଜର୍ସ । କମ୍ପାନୀ ଏହି ପ୍ଲାନ ଏକ୍ସ ପ୍ରିମିୟମ ପ୍ଲାନ ଠାରୁ ଶସ୍ତା ରହିଛି। ଏଥିପାଇଁ ୟୁଜର୍ସଙ୍କୁ 2ହାଜର 590 ଟଙ୍କା 48 ପଇସା ଦେବା ହେବ । ଯଦି ସାପ୍ତାହିକ କଥା କହିବା ତେବେ 243 ଟଙ୍କା 75 ପଇସା ପାଇବେ ୟୁଜର୍ସ। ଏହି ପ୍ଲାନ ମଧ୍ୟ କେବଳ ଓ୍ବେବ ଭର୍ସନ ପାଇଁ ଉପଲବ୍ଧ ।

ଏହା ମଧ୍ୟ ପଢନ୍ତୁ: X New Subscription plan: 2 ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ମସ୍କ

ଏକ୍ସ ପ୍ରିମିୟମ ପ୍ଲାନର ଦାମ: ଭାରତରେ ବର୍ତ୍ତମାନ ଏକ୍ସ ପ୍ରିମିୟମ ପ୍ଲାନ ଜାରି ରହିଛି । ଏହି ପ୍ଲାନରେ ମୋବାଇଲ ବ୍ୟବହାରୀଙ୍କ ପାଇଁ ମାସିକ 900 ଟଙ୍କା ଏବଂ ଓ୍ବେବରେ 650 ଟଙ୍କା ୟୁଜର୍ସଙ୍କୁ ଦେବାକୁ ପଡୁଛି । ଏହି ପ୍ଲାନରେ ପ୍ରାୟ ସମସ୍ତ ସୁବିଧା ପାଉଛନ୍ତି ୟୁଜର୍ସ। କ୍ରିଏଟର୍ସ ପ୍ରୋଗ୍ରାମରେ ମଧ୍ୟ ଭାଗ ନେଇପାରୁଛନ୍ତି ୟୁଜର୍ସ । ଏହି ପ୍ଲାନ ଏବଂ ଏକ୍ସ ପ୍ରିମିୟମ୍ ପ୍ଲସ୍ ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ରହିଛି । ଏହି ପ୍ଲାନରେ ଆଡ ଦେଖିପାରିବେ ୟୁଜର୍ସ କିନ୍ତୁ ଏକ୍ସ ପ୍ରିମିୟମ ପ୍ଲସ ପ୍ଲାନରେ ଆଡ ଦେଖିପାରିବେ ନାହିଁ ୟୁଜର୍ସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.