ETV Bharat / science-and-technology

WhatsApp New Feature: ଏଣିକି ଆପେଆପେ ଗାଏବ ହେବ ଭୋଏସ ମେସେଜ, ଆସିବାକୁ ଯାଉଛି ନୂଆ ଫିଚର

ଏଣିକି ହ୍ବାଟ୍ସାଆପରେ ଆପେଆପେ ଗାଏବ ହେବ ଭଏସ ମେସେଜ । ଆସିବାକୁ ଯାଉଛି ନୂଆ ଫିଚର । ଅଧିକ ପଢ଼ନ୍ତୁ

WhatsApp New Feature
WhatsApp New Feature
author img

By ETV Bharat Odisha Team

Published : Oct 20, 2023, 2:25 PM IST

ହାଇଦ୍ରାବାଦ: ଲୋକପ୍ରିୟ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ କ୍ରମାଗତ ଭାବେ ୟୁଜର୍ସଙ୍କୁ ଅନନ୍ୟ ଫିଚର ଦେଇ ଆସୁଛି । ବର୍ତ୍ତମାନ ଆପ୍‌ରେ ଫଟୋ ଏବଂ ଭିଡିଓ ପାଇଁ ଆପ୍‌ରେ ଭ୍ୟୁ ଓ୍ବାନ୍ସ ଫିଚର ରହିଛି । ଯାହାକୁ କମ୍ପାନୀ 2021 ମସିହାରେ ଲଞ୍ଚ୍‌ କରିଥିଲା । ଯେଉଁଥିରେ ଭିଡିଓ ବା ଫଟୋ ଥରେ ଦେଖିବା ପରେ ସ୍ୱୟଂଚାଳିତ ଭାବରେ ଅଦୃଶ୍ୟ ହୋଇଯାଏ । ଅର୍ଥାତ ଦ୍ବିତୀୟ ଥର ଦେଖିବା ପାଇଁ କିମ୍ବା ସ୍କ୍ରିନସଟ୍‌ ନେବା ପାଇଁ ସମ୍ଭବ ହୁଏ ନାହିଁ । ଏହାପରେ କମ୍ପାନୀ ପକ୍ଷରୁ Disappearing Messages ଫିଚର୍‌ ଲଞ୍ଚ୍‌ କରାଯାଇଥିଲା । ବର୍ତ୍ତମାନ ଭଏସ୍‌ ମେସେଜ୍‌ ପାଇଁ ଉକ୍ତ ଫିଚର ଆଣିବାକୁ ଯାଉଛି କମ୍ପାନୀ । ଥରେ ଶୁଣିବା ପରେ ଆଉ ଦ୍ବିତୀୟ ଥର ଭଏସ୍‌ ମେସେଜ୍‌ ଶୁଣି ପାରିବେନି ୟୁଜର୍ସ । ଯଦି ଆପଣ କାହାକୁ ଭଏସ୍‌ ମେସେଜ ପଠାନ୍ତି ଭ୍ୟୁ ଓ୍ବାନ୍‌ ହେବାପରେ ଏହା ଅଟୋମେଟିକ ଡିଲିଟ ହୋଇଯିବ ।

ହ୍ବାଟ୍ସଆପ ଡିସଏପିୟେରିଂ ଭଏସ ମେସେଜ: ଆସିବାକୁ ଯାଉଥିବା ଏହି ଫିଚର୍‌ ଭ୍ୟୁଓ୍ବାନ୍‌ ଫିଚର ଏହଂ ସେଲ୍ଫ ଡିସାପେୟେରିଂ ଫିଚର୍‌ ଭଳି ରହିବ । ଏହି ଫିଚରକୁ ଆକ୍ଟିଭ୍‌ କରିବା ପରେ ଆପଣ ଯଦି କୌଣସି ବ୍ୟକ୍ତିଙ୍କୁ ଭଏସ୍ ମେସେଜ୍ ପଠାନ୍ତି, ତେବେ ସେ ଉକ୍ତ ମେସେଜ୍‌କୁ ଥରେ ହିଁ ଶୁଣିବା ପାଇଁ ସକ୍ଷମ ହେବେ । ଏହାପରେ ଭଏସ୍‌ ମେସେଜ୍‌ ଡିଲିଟ୍‌ ହୋଇଯିବ । ତେବେ ବର୍ତ୍ତମାନ୍‌ ଏହି ଫିଚର ଡେଭଲପିଂ ଷ୍ଟେଜ୍‌ରେ ରହିଥିବା ବେଳେ କେବଳ ବିଟା ୟୁଜର୍ସଙ୍କ ପାଇଁ ଏହି ଫିଚର୍‌ ରୋଲ୍‌ ଆଉଟ କରାଯାଇଛି । ଟେଷ୍ଟିଂ ଶେଷ ହେବା ପରେ ଏହି ଫିଚର ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ବିଟା ଟେଷ୍ଟର କିଭଳି ଆକ୍ଟିଭ କରିବେ ଏହି ଫିଚର:

  • ଯାହାକୁ ଆପଣ ଭଏସ ମେସେଜ ପଠାଇବାକୁ ଚାହୁଁଛନ୍ତି ସେହି ଚାଟ୍‌ ଖୋଲନ୍ତୁ
  • ମାଇକ୍ରୋଫୋନ୍‌ ଅପ୍‌ସନ୍‌ରେ କ୍ଲିକ୍‌ କରି ଭଏସ୍‌ ମେସେଜ୍‌ ରେକର୍ଡ କରନ୍ତୁ
  • ରୋକୋର୍ଡିଂ କରିବା ପରେ ପାଖରେ ଭ୍ୟୁ ଓ୍ବାନ ଫିଚର ଦେଖାଯିବ, ଏଥରେ କ୍ଲିକ୍‌ କରନ୍ତୁ
  • ବର୍ତ୍ତମାନ ଭଏସ ମେସେଜ୍‌ ଥରେ ହିଁ ଶୁଣିପାରିବେ ରିସିଭର । ଗୋଟିଏ ଥର ଶୁଣିବା ପରେ ରିସିଭର ଆକାଉଣ୍ଟରୁ ଡିଲିଟ ହୋଇଯିବ ଭଏସ ମେସେଜ୍‌ ।

ପ୍ରକାଶଥାଉକି, ଏଣିକି ହ୍ବାଟ୍ସଆପରେ ମେସେଜ୍‌ ଖୋଜିବା ଆହୁରି ହେବ ସହଜ । ଆସିବାକୁ ଯାଉଛି Search Message by Date ଫିଚର । ଏହି ଫିଚର ଦ୍ବାରା ୟୁଜର୍ସ ଅତି ସହଜରେ ପୁରୁଣା ଚାଟ୍‌ ଖୋଜି ପାରିବେ । ତାରିଖ ଅନୁସାରେ ପୁରୁଣା ଚାଟ୍‌ ପାଇବାରେ ସକ୍ଷମ ହେବେ ୟୁଜର୍ସ । ନୂଆ ସାଇଟବାର ଏବଂ ଗ୍ରୁପଚାଟ୍‌ ଫିଲ୍ଟରକୁ ଡେକ୍ସଟପ୍‌ ଭର୍ସନ୍‌ ପାଇଁ ପ୍ରଥମେ ରୋଲ୍‌ଆଉଟ୍‌ କରାଯିବ ବୋଲି WABetaInfo ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.