ETV Bharat / science-and-technology

WhatsApp: ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ, ଆସିବାକୁ ଯାଉଛି ଜବରଦସ୍ତ ଫିଚର

ହ୍ବାଟ୍ସଆପ୍‌ରେ ଏଣିକି ଟ୍ରେସ୍‌ ହୋଇପାରିବନି ଲୋକେସନ । ସୁରକ୍ଷିତ ରହିପାରିବ ହ୍ବାଟ୍ସଆପ ଆଇପି ଆଡ୍ରେସ୍‌ । ଅଧିକ ପଢନ୍ତୁ

WhatsApp
WhatsApp
author img

By ETV Bharat Odisha Team

Published : Aug 29, 2023, 11:09 AM IST

ହାଇଦ୍ରାବାଦ: ହ୍ବାଟ୍ସଆପରେ ଆସିବାକୁ ଯାଉଛି ଆଉ ଏକ ଫିଚର। ଏଣିକି ହ୍ବାଟ୍ସଆପ ଭଏସ ଏବଂ ଭିଡିଓ କଲ ଆହୁରି ହେବ ସୁରକ୍ଷିତ । ହ୍ବାଟ୍ସଆପ୍ ଭଏସ୍ ଏବଂ ଭିଡିଓ କଲକୁ ଅଧିକ ସୁରକ୍ଷିତ କରିବା ପାଇଁ ମେଟା ଏକ ନୂଆ ଫିଚର ଉପରେ କାମ କରୁଛି । କମ୍ପାନୀ ବର୍ତ୍ତମାନ 'ପ୍ରୋଟେକ୍ଟ ଆଇପି ଆଡ୍ରେସ୍‌' ନାମକ ଏକ ଫିଚର ଉପରେ କାମ କରୁଛି ଯାହା କଲ୍ ସମୟରେ ଆପଣଙ୍କ ଫୋନର IP ଆଡ୍ରେସ୍‌ ସୁରକ୍ଷିତ ରହିବ । ଏହାର ଅର୍ଥ ଫୋନ୍‌ କରିଥିବା ବ୍ୟକ୍ତି ଏହାକୁ ଟ୍ରେସ୍‌ କରିପାରିବ ନାହିଁ । କହିରଖୁଛି କି, ଆଇପି ଆଡ୍ରେସ୍‌ ସାହାଯ୍ୟରେ ଜଣେ ଲୋକେସନ ଜାଣି ପାରିଥାଏ। ଫଳରେ କୌଣସି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ୟୁଜର୍ସଙ୍କୁ ଏହି ସମସ୍ୟାରୁ ରକ୍ଷା କରିବା ପାଇଁ କମ୍ପାନୀ ପ୍ରୋଟେକ୍ଟ ଆଇପି ଆଡ୍ରେସ୍‌ ଫିଚର ଉପରେ କାମ କରୁଥିବା ସୂଚନା ମିଳିଛି ।

ହୋଇପାରିବନି ଲୋକେସନ ଟ୍ରେସ୍‌: ସୂଚନା ଅନୁସାରେ, ଏହି ଫିଚର ରୋଲ୍‌ଆଉଟ ହେବା ପରେ କଲ ପ୍ରାଇଭେସି ସେଟିଂରେ ଏହି ଫିଚର ସୁବିଧା ପାଇବେ । ଏହି ଫିଚରକୁ ଅନ୍‌ କରିବା ଦ୍ବାରା ହ୍ବାଟ୍ସଆପ୍‌ର ସର୍ଭର ଦ୍ବାରା ସୁରକ୍ଷିତ ହୋଇପାରିବ ଏବଂ ଅନ୍ୟ ଏହି କଲ୍‌ ଟ୍ରେସ କରିବାରେ ସକ୍ଷମ ହୋଇପାରିବେ ନାହିଁ । ଅନ୍ୟପଟେ ଏହି ଫିଚରକୁ ଅନ୍‌ ରଖିବା ଦ୍ୱାରା କଲ୍‌ର ଗୁଣବତ୍ତା ହ୍ରାସ ହୋଇପାରେ । କାରଣ ଏନକ୍ରିପସନ୍ ଏବଂ ରୁଟିଂ ପ୍ରକ୍ରିୟା ହ୍ବାଟ୍ସଆପର ସର୍ଭର ମାଧ୍ୟମରେ କରାଯାଇଥାଏ।

ଏନେଇ ୟୁଜର୍ସ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଡିଜିଟାଲ ଯୁଗରେ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ । ଅନେକ ପ୍ରକାର ଫ୍ରଡ୍‌ ହେବାର ସମ୍ଭାବନା ମଧ୍ୟ ଅଧିକ । ତେଣୁ ଏହି ପରିସ୍ଥିତିରେ ହ୍ବାଟ୍ସଆପ୍‌ର ଏହି ଅଡିଓ ଏବଂ ଭିଡିଓ କଲ ପ୍ରାଇଭେସି ଫିଚର ଦ୍ବାରା ୟୁଜର୍ସଙ୍କ ଲୋକେସନ ଟ୍ରେସ୍‌ ହୋଇପାରିବ ନାହିଁ ଏବଂ ସମ୍ପୁର୍ଣ୍ଣ ସୁରକ୍ଷିତ ରହିବେ ୟୁଜର୍ସ ।

ଏହା ମଧ୍ୟ ପଢନ୍ତୁ: WhatsApp Update: ଏଣିକି ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍

ତେବେ ଏହି ଫିଚର ଉପରେ Wabetainfo ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ବର୍ତ୍ତମାନ ଏହି ଫିଚର ଆଣ୍ଡ୍ରଏଡ୍ ବିଟା ର 2.23.18.15 ଭର୍ସନରେ ରୋଲ୍‌ଆଉଟ କରାଯାଇଛି । ଆଗାମୀ କିଛି ଦିନ ଅର୍ଥାତ ଖୁବଶୀଘ୍ର ଏହା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ପ୍ରକାଶଥାଉକି, ଏହି ଫିଚରକୁ ଅନ୍‌ କରିବା ପାଇଁ ପ୍ରଥମେ ହ୍ବାଟ୍ସଆପ ସେଟିଂକୁ ଯିବାକୁ ହେବ । ପରେ ପ୍ରାଇଭେସି ଅପସନକୁ କ୍ଲିକ୍‌ କରିବା ପରେ ପ୍ରୋଟେକ୍ଟ ଆଇପି ଆଡ୍ରେସର ଅପ୍ସନ ମଳିବ । ଏହାକୁ ଟର୍ଣ୍ଣ ଅନ୍‌ କରିବା ମାତ୍ରେ ଏହି ଫିଚରର ସୁବିଧା ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.