ନୂଆଦିଲ୍ଲୀ: ଟ୍ବିଟର ଏହାର ନୂତନ ନୀଳ ବ୍ୟାଜ(ବ୍ଲୁ ଟିକ ମାର୍କ) ଯାଞ୍ଚ ପ୍ରୟୋଗ ପ୍ରକ୍ରିୟାକୁ 6ଟି ବର୍ଗ ସହିତ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ୟୁଜର୍ସମାନେ ବ୍ଲୁ ବ୍ୟାଜ ପାଇପାରିବେ । ଏହି ସମସ୍ତ ପ୍ରକ୍ରିୟାକୁ ସର୍ବଭାରତୀୟ ସ୍ତରରେ ସାର୍ବଜନୀନ ପ୍ରୟୋଗଗୁଡ଼ିକୁ ଟ୍ବିଟର ସମୀକ୍ଷା କରିବ ବୋଲି ଜଣାପଡିଛି ।
ଏହି 6ଟି ବର୍ଗଗୁଡିକେ ହେଉଛି ସରକାର, କମ୍ପାନୀ, ବ୍ରାଣ୍ଡ, ଅନୁଷ୍ଠାନ, ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ, ମନୋରଞ୍ଜନ, ଖେଳ ଓ ଗେମିଂ, ସମାଜସେବୀ, ଆୟୋଜକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବର୍ଷ ଅନ୍ୟ ବର୍ଗଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଟ୍ବିଟର କହିଛି ଯେପରିକି ବୈଜ୍ଞାନିକ, ଶିକ୍ଷାବିତ ଓ ଧାର୍ମିକ ନେତା । ଆସନ୍ତା ସପ୍ତାହଠାରୁ ସମସ୍ତ ବ୍ୟବହାରକାରୀ ଟ୍ବିଟରର ସେଟିଂ ଟ୍ୟାବରେ ଏହି ନୂଆ ଯାଞ୍ଚ ଆପ୍ଲିକେସନକୁ ଦେଖିପାରିବେ ।
ନୂଆ ବ୍ୟାଜ ପାଇଁ ଟ୍ବିଟରରେ ଆପ୍ଲିକେସନ ଦେବା ପରେ ବ୍ୟବହାରକାରୀଙ୍କ Emailକୁ ଟ୍ବିଟରର ପ୍ରତିକ୍ରିୟା ଆସିବ । ତେବେ ଏଥିଲାଗି କିଛି ସମୟ ଲାଗିପାରେ ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି । ଯଦି ଏହି ଆବେଦନ ପତ୍ର ଟ୍ବିଟର ଅନୁମୋଦିତ କରି ତେବେ ଆକାଉଣ୍ଟରରେ ବ୍ୟବହାରକାରୀଙ୍କ ନାମ ପରେ ବ୍ଲୁ ଟିକ ଆସିଯିବ ବୋଲି ଜଣାପଡିଛି । ଯଦି କିଛି ଭୁଲ ଟ୍ବିଟର ପକ୍ଷରୁ ହୋଇଥାଏ ତେବେ ବ୍ୟବହାରକାରୀ 30 ଦିନ ପରେ ପୁଣି ଆବେଦନ କରିବା ପାଇଁ କୁହାଯାଇଛି ।
ବ୍ଲୁ ଟିକ ମିଳିସାରିଥିବା ବ୍ୟବହାରକାରୀ ଯଦି ଆକାଉଣ୍ଟରେ କିଛି ଅପପ୍ରଚାର ବା ଅନୀତି ମୂଳକ ପୋଷ୍ଟ କରନ୍ତି ତେବେ ସେମାନଙ୍କ ବ୍ଲୁ ଟିକକୁ ହଟାଇ ଦିଆଯିବ । ବ୍ଲୁ ଟିକ ପାଇଁ ବ୍ୟବହାରକାରୀ ନିଜ ଆକାଉଣ୍ଟରେ ପ୍ରୋଫାଇଲ ଫଟୋ, ପ୍ରୋଫାଇଲ ନାମ, ଇମେଲ ଠିକଣା ଆଦି ଦେବା ବାଧ୍ୟତାମୂଳକ ବୋଲି ଜଣାପଡିଛି ।