ୱାଶିଂଟନ: ଏକ ଭିନ୍ନ ଆଷ୍ଟେରଏଡ ପୃଥିବୀର ନିକଟତର ହେବାର ରେକର୍ଡ ସୃଷ୍ଟି କରିଛି । ଏହା ଦକ୍ଷିଣ ଭାରତୀୟ ମହାସାଗରଠାରୁ 2,950 କିଲୋମିଟର ଅତିକ୍ରମ କରିଥିବା ନାସା ଠାବ କରିଛି ।
ଆଷ୍ଟେରଏଡ 2020 କ୍ୟୁଜି ଆଷ୍ଟେରଏଡ ମାନଙ୍କ ମଧ୍ୟରେ ବହୁତ ଛୋଟ । ଯଦି ଏହା ଏକ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିଥାନ୍ତା ତେବେ ବାୟୁମଣ୍ଡଳରେ ଫାୟାରବଲ୍ ହୋଇ ଭାଙ୍ଗି ଯାଇଥାନ୍ତା ।
ଏକ ଆକଳନ ଅନୁଯାୟୀ, ଆଷ୍ଟେରଏଡ 2020 କ୍ୟୁଜି ଆକାରର ଶହ ଶହ କୋଟି ଛୋଟ ଆଷ୍ଟେରଏଡ ରହିଛି । କିନ୍ତୁ ସେମାନଙ୍କୁ ପୃଥିବୀ ନିକଟରେ ଖୁବ କମ ସମୟରେ ଦେଖାଯାଏ । ଯେପର୍ଯ୍ୟନ୍ତ ସେମାନେ ପୃଥିବୀର ଅତି ନିକଟକୁ ଆସନ୍ତି ତେବେ ସେମାନଙ୍କୁ ଆବିଷ୍କାର କରିବାକୁ କଷ୍ଟ ହୋଇଥାଏ । ଅନେକ ଏନଇଏ ଗୁଡିକ ପୃଥିବୀ ଓ ଚନ୍ଦ୍ର ବ୍ୟବଧାନ ଠାରୁ ମଧ୍ୟ ଅଧିକ ଦୂରରେ ଗତି କରିଥାନ୍ତି । ଫଳରେ ସେମାନଙ୍କୁ ଠାବ କରିବା କଷ୍ଟସାଧ୍ୟ ହୋଇଥାଏ ।
ସେଣ୍ଟର ଫର ନର୍-ଆର୍ଥ ଅବଜେକ୍ଟ ଷ୍ଟଡିଜ୍(CNEOS)ର ନିର୍ଦ୍ଦେଶକ ପଲ୍ ଚୋଡାସ କହିଛନ୍ତି ଯେ, ନିକଟରୁ ଏକ ଛୋଟ ଗ୍ରହକୁ ଦେଖିବା ବହୁତ ଭଲ । କାରଣ ଆମେ ପୃଥିବୀର ମାଧ୍ୟାକର୍ଷଣ ବଙ୍କା ରହିଥିବାର ଏଥିରେ ଦେଖିବାକୁ ମିଳିଥାଏ ।
ପ୍ରତି ସେକେଣ୍ଡରେ 8 ମାଇଲ ଅତିକ୍ରମ କରିବା ହାରାହାରି ବେଗ ଠାରୁ ମନ୍ଥର ହୋଇଥାଏ । ଚୋଡାସ ଉଲ୍ଲେଖ କରିଛନ୍ତି ଯେ, 2020 କ୍ୟୁଜି ପ୍ରଥମେ ଜ୍ୟୁକି ଟ୍ରାନଜିଏଣ୍ଟ୍ ସୁବିଧା ଦ୍ୱାରା ଏକ କ୍ୟାମେରାରେ ଏକ ଲମ୍ବା ଧାଡି ଭାବରେ ରେକର୍ଡ କରାଯାଇଥିଲା । ଏହାକୁ ନିକଟରେ ପାଇବା ପାଇଁ ଛଅ ଘଣ୍ଟା ସମୟ ଲାଗିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ