ETV Bharat / science-and-technology

ଏକ ବୁଲେଟ୍‌ ଟ୍ରେନ୍‌ର ମନ୍ଥର ଗତି

ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇସାରିଥିବା ଭାରତରେ ଏହି ଅତି ଦ୍ରୁତ ଗତିର ଟ୍ରେନ୍‌ ଏବେ ବି ଅଶୁଣା କଥା ହୋଇ ରହିଛି । ନୂଆ ପ୍ରକଳ୍ପ ଆରମ୍ଭ ପ୍ରସଙ୍ଗ ସନ୍ତୋଷଜନକ ଲାଗୁଥିଲେ ହେଁ ଅନେକସମ୍ଭାବନା ସମ୍ମିଳିତ ଏହାର ମୂଳ ପ୍ରକଳ୍ପରେ ଏପର୍ଯ୍ୟନ୍ତ କୌଣସି ପ୍ରଗତି ହୋଇ ନଥିବା ଚିନ୍ତାଜନକ ବିଷୟ ।

author img

By

Published : Oct 5, 2020, 5:22 PM IST

Updated : Feb 16, 2021, 7:31 PM IST

bullet-train
ବୁଲେଟ୍‌ ଟ୍ରେନ୍‌ର ମନ୍ଥର ଗତି

ଭାରତର ଏହି ପ୍ରକଳ୍ପ ଆଗରେ ବହୁ ସମସ୍ୟା ଓ ସମୟ ସହିତ ତାଳ ଦେଇ ଆମେ ସମସ୍ତେ ବଦଳିବା ନିହାତି ଆବଶ୍ୟକ । ଯେତେବେଳେ, ଯେଉଁଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ହେବ, ତାହାକୁ ଆମେ ଆପଣେଇ ନେବା ଆବଶ୍ୟକ । ତା ନହେଲେ, ପ୍ରତିଯୋଗୀତାମୂଳକ ବିଶ୍ବରେ ଆମେ ପଛରେ ପଡ଼ିଯିବା ।

ସଂପ୍ରତି ଜାପାନ, ଚୀନ ଓ ବ୍ରିଟେନ୍‌ ସମେତ ସାରା ବିଶ୍ବର 20ଟି ଦେଶରେ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରୁଛି । ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇସାରିଥିବା ଭାରତରେ ଏହି ଅତି ଦ୍ରୁତ ଗତିର ଟ୍ରେନ୍‌ ଏବେ ବି ଅଶୁଣା କଥା ହୋଇ ରହିଛି । ଯଦିଓ ତିନି ବର୍ଷ ତଳେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା, ତଥାପି, ଭୂମି ଅଧିଗ୍ରହଣ ଭଳି ବିଭିନ୍ନ ତାତ୍କାଳିକ ସମସ୍ୟାକୁ ଅତିକ୍ରମ କରିବାରେ ଏହା ସକ୍ଷମ ହୋଇନାହିଁ । ଏହା ସହିତ କେନ୍ଦ୍ର ସରକାର ଆଉ ସାତଟି ପ୍ରକଳ୍ପ ପାଇଁ

ଯୋଜନା ଆରମ୍ଭ କରିଛନ୍ତି ।

ସେଥିରୁ ଗୋଟିଏ ହେଉଛି ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇକୁ ହାଇଦ୍ରାବାଦ ସହ ସଂଲଗ୍ନ କରୁଥିବା କରିଡର । ନୂଆ ପ୍ରକଳ୍ପ ଆରମ୍ଭ ପ୍ରସଙ୍ଗ ସନ୍ତୋଷଜନକ ଲାଗୁଥିଲେ ହେଁ ଅନେକ ସମ୍ଭାବନା ସମ୍ମିଳିତ ଏହାର ମୂଳ ପ୍ରକଳ୍ପରେ ଏପର୍ଯ୍ୟନ୍ତ କୌଣସି ପ୍ରଗତି ହୋଇ ନଥିବା ଚିନ୍ତାଜନକ ବିଷୟ ।

ଜାପାନ- ବୁଲେଟ୍‌ ଟ୍ରେନ୍‌ର ଏକ ଆଦର୍ଶ ଉଦାହରଣ

ଜାପାନରେ ବିଶ୍ବର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲା । ଜାପାନର ଟୋକିଓ ଏବଂ ଓସାକା ସହରକୁ ସଂଯୋଗ କରୁଥିବା ଏହି ଦ୍ରୁତ ଗତିସଂପନ୍ନ ଟ୍ରେନ୍‌ ଚଳାଚଳ ସେବା 1964 ମସିହାରେ ହିଁ ଆରମ୍ଭ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ପଛକୁ ଜାପାନ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ରୂପେ ଉଭା ହେବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ବୁଲେଟ୍‌ ଟ୍ରେନ୍‌ ଚଳାଚଳ ପ୍ରଣାଳୀ । ଦ୍ବିତୀୟ ବିଶ୍ବ ମହାଯୁଦ୍ଧର ବିଭୀଷିକା ସହିତ ଜାପାନର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ସେବେଠାରୁ ସେଠାକାର ସରକାର ଓ ଲୋକମାନେ ଏକତ୍ର ଭାବରେ କଠିନ ପରିଶ୍ରମ କରି ଜାପାନକୁ ପୁଣି ସମୃଦ୍ଧି ପଥରେ ସ୍ଥାପନ କରିପାରିଛନ୍ତି ।

ସମ୍ମିଳିତ ଢଙ୍ଗରେ ଦେଶର ଅଭିବୃଦ୍ଧି ହାସଲ ଲକ୍ଷ୍ୟ ନେଇ ଜାପାନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସୂତ୍ରପାତ କରିଥିଲା । ଏହା ଦେଶର ବ୍ୟାବସାୟିକ କ୍ଷେତ୍ର ସହିତ

ରାଷ୍ଟ୍ର ଅର୍ଥନୀତିର ସ୍ଥିତିରେ ଏକ ବୈପ୍ଳବିକ ପରିବର୍ତ୍ତନର ଧାରା ସୃଷ୍ଟି କରିପାରିଛି । ଦକ୍ଷତାର ସହିତ ମାନବ ସମ୍ବଳର ଉପଯୋଗ କରିବାରେ ଶିଳ୍ପ ସଂସ୍ଥାଗୁଡ଼ିକ ସକ୍ଷମ ହୋଇଛନ୍ତି ଏବଂ ଗମନାଗମନ ସମୟ ହ୍ରାସ ପାଇଥିବାରୁ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି ।

ତଦନୁରୂପ ଭାବରେ, ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବିକାଶ ସମ୍ଭବ ହୋଇଛି । ଏହିପରି ଜାପାନର ଅର୍ଥବ୍ୟବସ୍ଥାରେ ସମୃଦ୍ଧିର ଧାରାପ୍ରବାହ ଆରମ୍ଭ ହୋଇଛି । ଜାପାନରେ ଟ୍ରେନ୍‌

ଦୁର୍ଘଟଣା ଯୋଗୁଁ ମୃତ୍ୟୁହାର ଶୂନ ଏବଂ ଟ୍ରେନ୍‌ ଚଳାଚଳରେ ବିଳମ୍ବ ହାର ବାର୍ଷିକ 20 ସେକେଣ୍ଡ । ଏହି ତଥ୍ୟରୁ ହିଁ ଦ୍ରୁତ ଗତିଶାଳୀ ବୁଲେଟ୍‌ ଟ୍ରେନ୍‌ ପ୍ରଣାଳୀ ଯୋଗୁଁ ଜାପାନ ଭଳି ଦେଶର କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ବୃଦ୍ଧି ପ୍ରମାଣିତ ହୁଏ ।

ଜାପାନ ସହଯୋଗରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ 508 କିଲୋମିଟର ଲମ୍ବା ବୁଲେଟ୍‌ ଟ୍ରେନ୍‌ ଲାଇନ ନିର୍ମାଣ ନିମନ୍ତେ ମୋଦି ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । 2017 ମସିହାରେ, ଜାପାନର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ପ୍ରଧାନ ମନ୍ତ୍ରୀ ମୋଦି ଏହି ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ଏହି ପ୍ରକଳ୍ପ ପାଇଁ 1.08 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଆକଳନ କରାଯାଇଥିଲା । ସେଥିରୁ 81 ପ୍ରତିଶତ ଅର୍ଥ ଜାପାନରୁ ଋଣ ଆକାରରେ ନିଆଯାଇଥିଲା ।

ଅତି କମ୍‌ରେ ଡିସେମ୍ବର 2023 ସୁଦ୍ଧା ବୁଲେଟ୍‌ ଟ୍ରେନ୍‌ର ପ୍ରଥମ ଯାତ୍ରା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । 2022ରେ ସ୍ବାଧୀନ ଭାରତ 75 ବର୍ଷରେ ପଦାର୍ପଣ କରିବ ଏବଂ ଏହି ଉପଲକ୍ଷେ ସେ ବର୍ଷ ଅଗଷ୍ଟ ମାସରେ ଅନ୍ତତଃ କେତେକ ‘ବୁଲେଟ୍‌’ ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଆଶା ରଖିଛନ୍ତି। ସେଥିପାଇଁ ପୂର୍ବ ନିର୍ଦ୍ଧାରିତ ଶୁଭାରମ୍ଭ ତାରିଖକୁ ଆଗକୁ ଅଣାଯାଇଛି ।

କୃଷକଙ୍କୁ ଆଶ୍ବସ୍ତ କରିବା ଆବଶ୍ୟକ

ବୁଲେଟ୍‌ ଟ୍ରେନ୍‌ ଘଣ୍ଟାକୁ 329 କିଲୋମିଟର ବେଗରେ ଚାଲେ । ଜାତୀୟ ଦ୍ରୁତଗତି ରେଳ ନିଗମ ବା ନ୍ୟାସନାଲ ହାଇ ସ୍ପୀଡ୍‌ ରେଲ୍‌ କର୍ପୋରେସନ (NHSRC)ର କହିବା ମୁତାବକ ବୁଲେଟ୍‌ ଟ୍ରେନ୍‌ରେ ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା ସମୟ 3 ଘଣ୍ଟାକୁ ଖସି ଆସିବ । ହେଲେ, ଭିତ୍ତିପ୍ରସ୍ତର ସ୍ଥାପନର 3 ବର୍ଷ ଅତିବାହିତ ହେବା ପରେ ମଧ୍ୟ ଏହି ପ୍ରକଳ୍ପରେ କୌଣସି ଆଖିଦୃଶିଆ ପ୍ରଗତି ହୋଇନାହିଁ । ଏହି କରିଡର ନିର୍ମାଣ ପାଇଁ 1,380 ହେକ୍ଟର ଜମି ଆବଶ୍ୟକ । ଗୁଜରାଟରେ ପ୍ରାୟ 940 ହେକ୍ଟର, ମହାରାଷ୍ଟ୍ରରେ 431 ହେକ୍ଟର ଏବଂ ଦାଦ୍ରାନଗର ହାବେଳିରେ ଅବଶିଷ୍ଟ ଜମି ଆବଶ୍ୟକ ହେଉଛି ।

ଏଥିରୁ ଏପର୍ଯ୍ୟନ୍ତ ମାତ୍ର 63% ଜମି ଅଧିଗ୍ରହଣ କରାଯାଇଛି । ଏହି ତଥ୍ୟ ଦେଖିଲେ ମନେହୁଏ ଯେ, 2028ରେ ହିଁ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଏବଂ

NHSRC ଲକ୍ଷ୍ୟ ରଖିଛନ୍ତି । ସେଭଳି କ୍ଷେତ୍ରରେ, ସେହି ହିସାବରେ ପ୍ରକଳ୍ପର ବ୍ୟୟବରାଦ ବି ବୃଦ୍ଧି ପାଇବ । ପ୍ରକୃତରେ, ଏହି ପ୍ରକଳ୍ପ ସେମାନଙ୍କର ଅଗ୍ରାଧିକାର ତାଲିକାରେ ନାହିଁ ବୋଲି ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଖୋଲାଖୋଲି ଘୋଷଣା କରିଥିଲେ । ମୁମ୍ବାଇ-ଅହମ୍ମଦାବାଦ ପ୍ରକଳ୍ପ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ମହତ୍ତ୍ବାକାଂକ୍ଷା ସାମିଲ ହୋଇଥିବାରୁ ଏହା ପ୍ରତି ଠାକ୍‌ରେ ଅବହେଳା ପ୍ରଦର୍ଶନ କରୁଛନ୍ତି ।

ଗୁଜବ ଶୁଣିବାକୁ ମିଳୁଛି ଯେ, ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ଏହି ସମ୍ମାନଜନକ ପ୍ରକଳ୍ପ ସଂପର୍କରେ କହୁଛନ୍ତି, ସେଥିରୁ ରାଜ୍ୟ ଓ ଦେଶର ବିକାଶ ନିମନ୍ତେ ହେଲେ ବି କୌଣସି କୃଷକ କାହିଁକି ବା ନିଜର ଚାଷ ଜମି ଦେବାକୁ ଆଗେଇ ଆସିବେ ବୋଲି ଆଶା କରାଯାଇପାରିବ । କୃଷକମାନେ ସେମାନଙ୍କ ଉର୍ବର ଜମି ଦେଇଦେବା ପରେ ରାସ୍ତାକଡ଼ରେ ଜୀବନ ବିତାଇବାକୁ ବାଧ୍ୟ ହେବେ ଏବଂ ଥରେ ଏହି ପ୍ରକଳ୍ପ ପାଇଁ ଜମି ହରାଇବା ପରେ ସେମାନେ ସେମାନଙ୍କ ଜୀବିକା ହରାଇ ଦାଣ୍ଡରେ ବସିବେ ।

ତେଣୁ, ସେମାନଙ୍କ ଭବିଷ୍ୟତ ସଂପର୍କରେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି କୃଷକମାନଙ୍କର ବିଶ୍ବାସ ଜନ୍ମାଇବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରିବା ଆବଶ୍ୟକ । ବୁଲେଟ୍‌ ଟ୍ରେନ୍‌ ଚାଲିବା ଯୋଗୁଁ ଦେଶର ଯେଉଁ ଲାଭ ହେବ ସେ ସଂପର୍କରେ ସେମାନଙ୍କୁ ଅବଗତ କରାଇବା ଦରକାର । ସେମାନଙ୍କୁ ଉତ୍ତମ ପୁନର୍ବାସ ସୁବିଧା ପ୍ରଦାନ କରିବା ଉଚିତ । ସେମାନଙ୍କ ଜମି ବାବଦରେ ବଜାର ଦର ତୁଳନାରେ କେଇ ଗୁଣ ଅଧିକ ଦର ଦେବା ଉତିତ ।

ଗୃହହୀନ ଚାଷୀଙ୍କ ପାଇଁ ଗୃହ ନିର୍ମାଣ କରିବା ଏବଂ ସେମାନଙ୍କ ପାଖରୁ ନିଆଯାଉଥିବା ଜମି ବଦଳରେ ଅନ୍ୟସ୍ଥାନରେ ଜମି ପ୍ରଦାନ ବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯିବା ଉଚିତ । ଆବଶ୍ୟକ ହେଲେ, ସେମାନଙ୍କୁ ସରକାରୀ ଚାକିରି ଦେବା ଲାଗି ସରକାର ଆଗେଇ ଆସିବା ଉଚିତ । ଏ ସବୁ ବ୍ୟବସ୍ଥା ଗ୍ରହଣ କରାଗଲେ ହିଁ ଦେଶରେ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଦିଗରେ ପ୍ରକୃତ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇପାରିବ ।

ମାଣ୍ଡା ନବୀନ କୁମାର ଗୌଡ଼

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.