ETV Bharat / science-and-technology

ଚର୍ମରେ ପରିବର୍ତ୍ତନ ଲକ୍ଷଣ ହୋଇପାରେ କୋଭିଡ ସଂକ୍ରମଣ : ସର୍ଭେ - purple toes rashes

ଏକ ନୂଆ ରିସର୍ଚ୍ଚ ଅନୁଯାୟୀ, ଚର୍ମରେ କିଛି ପରିବର୍ତ୍ତନ ମଧ୍ୟ କୋଭିଡ-19 ସଂକ୍ରମଣର ସଙ୍କେତ ହୋଇପାରେ ବୋଲି କୁହାଯାଇଛି ।

purple toes rashes
କୋଭିଡ ସଂକ୍ରମଣର ଲକ୍ଷଣ
author img

By

Published : Jul 30, 2020, 4:54 PM IST

Updated : Feb 16, 2021, 7:52 PM IST

ବୋଷ୍ଟନ(ଯୁକ୍ତରାଷ୍ଟ୍ର): ମହାମାରୀ କୋରୋନା ଭାଇରସ ଏବେ ସାରା ବିଶ୍ବରେ କାୟା ବିସ୍ତାର କରିଚାଲି ଥିବାବେଳେ ଦିନକୁ ଦିନ ସଂକ୍ରମଣ ମଧ୍ୟ ବଢିବଢି ଚାଲିଛି । ତେବେ ଏବେ ପ୍ରାରମ୍ଭିକ ଭାବେ କୋଭିଡ-19 ନେଇ ସାଧାରଣରେ କୁହାଯାଉଥିବା ଥଣ୍ଡା ଜର, କାଶ, ଛିଙ୍କ ଭଳି ଲକ୍ଷଣ ଥିଲେ ମଧ୍ୟ ଏକ ନୂଆ ରିସର୍ଚ୍ଚ ଅନୁଯାୟୀ, ଚର୍ମରେ କିଛି ପରିବର୍ତ୍ତନ ମଧ୍ୟ କୋଭିଡ-19 ସଂକ୍ରମଣର ସଙ୍କେତ ହୋଇପାରେ ବୋଲି କୁହାଯାଇଛି ।

ଏହି ନୂତନ ଅଧ୍ୟୟନ ଅନୁଯାୟୀ,ଚର୍ମରେ କିଛି ରଙ୍ଗ ପରିବର୍ତ୍ତନ ହେବା, ନାଲି କିମ୍ବା ବାଇଗଣି ରଙ୍ଗର ହୋଇ ହାତ ଓ ଗୋଡର ଆଙ୍ଗୁଠି କୁଣ୍ଡାଇ ହେବା ମଧ୍ୟ କୋଭିଡ ସଂକ୍ରମଣର ସଙ୍କେତ ହୋଇପାରେ । କିମ୍ବା ପରବର୍ତ୍ତୀ ସମୟରେ ଏହା ଅନ୍ୟ କୋରୋନା ସଂକ୍ରମଣର ଲକ୍ଷଣ ହୋଇ ଆଗକୁ ଆସିପାରେ ବୋଲି ଏହି ରିସର୍ଚ୍ଚରେ କୁହାଯାଇଛି ।

ଆମେରିକୀୟ ଏକାଡେମୀ ଅଫ ଡର୍ମାଟୋଲୋଜି ଏବଂ ଇଣ୍ଟରନ୍ୟାସନାଲ ଲିଗ ଅଫ ଡର୍ମାଟୋଲୋଜିକ୍ ସୋସାଇଟିର ମିଳିତ ସହଯୋଗରେ ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲ (MGH) ଏବଂ ହାର୍ଭାର୍ଡ ମେଡିକାଲ ସ୍କୁଲ (HMS)ର ବିଶେଷଜ୍ଞମାନେ କୋରୋନା ଭାଇରସ ସଂକ୍ରମଣ ସହିତ ଜଡିତ ଥିବା କିଛି ଚର୍ମରୋଗ ବିଷଯରେ ମଧ୍ୟ ବ୍ୟାପକ ବର୍ଣ୍ଣନା କରିବା ସହ ଏହାର ତାଲିକାଭୁକ୍ତ କରି ଏକ ଅନ୍ତର୍ଜାତୀୟ ରେଜଷ୍ଟ୍ରୀ/ଗାଇଡଲାଇନ ଜାରି କରିଛନ୍ତି ।

ଏହି ରେଜଷ୍ଟ୍ରୀରେ କୋରୋନା ସହିତ ବିଭିନ୍ନ ଚର୍ମରୋଗର ଏକ ବୃହତ ସ୍ପେକ୍ଟ୍ରମକୁ ପ୍ରତିନିଧିତ୍ବ କରିଥାଏ । ଆମେ ଦେଖୁନାହୁଁ ଯେ,କୋଭୋଡ-19 ଚର୍ମରେ ଏକ ନିର୍ଦ୍ଦିଷ୍ଟ ପ୍ରକାରରେ ଦାଗ ସୃଷ୍ଟି କରେ, ବଂର ଏହା ଚର୍ମରେ ବିଭିନ୍ନ ପ୍ରକାର କୁଣ୍ଡିଆ ଜନିତ ରୋଗ ମଧ୍ୟ ସୃଷ୍ଟି କରାଉଥିବା ମୁଖ୍ୟ ବିଶେଷଜ୍ଞ ଏଷ୍ଟର. ଇ. ଫ୍ରିମ୍ୟାନଙ୍କ ଦ୍ବାରା ସରକାରୀ ପ୍ରକାଶନରେ କୁହାଯାଇଛି।

ଏହି ବିଶେଷଜ୍ଞମାନେ କୋଭିଡ ସଂକ୍ରମଣରେ ସନ୍ଦିଗ୍ଧ ଥିବା 716 ଟି ମାମଲା ଉପରେ ରିସର୍ଚ୍ଚ କରିବା ପରେ 171 ଜଣ ବ୍ୟକ୍ତିଙ୍କ ଠାରେ ଲାବୋରେଟୋରି ପରୀକ୍ଷଣ କରିଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ,ଏହି ସନ୍ଦିଗ୍ଧମାନେ କୋଭିଡ ସଂକ୍ରମିତ ଅଛନ୍ତି । ଏହି ପରୀକ୍ଷଣରେ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ଠାରେ ସାଧାରଣ ଚର୍ମରୋଗରେ,ହେଉଥିବା ରଙ୍ଗ ପରିବର୍ତ୍ତନ କୁଣ୍ଡିଆ ଭଳି ସମସ୍ୟା ସହ ମିଳିମିଳା ପରି (ମୋର୍ବିଲିଫର୍ମ) ଜନିତ ଚର୍ମ ସମସ୍ୟା ଦେଖାଯାଇଥିଲା | ଏହା 22 ପ୍ରତିଶତ ରୋଗୀଙ୍କଠାରେ ଦେଖାଗଲା ଏବଂ ସାଧାରଣତଃ ମଧ୍ୟମ ସଂକ୍ରମଣ ଜନିତ ବ୍ୟକ୍ତିଙ୍କ ଠାରେ ଏହା ଦେଖାଯାଇଥିଲା ।

ଏହାବାଦ ଅନ୍ୟ କୋଭିଡ-19ର ସାଧାରଣ ଲକ୍ଷଣରେ ହାତ କିମ୍ବା ଗୋଡର ଆଙ୍ଗୁଳି, ଗୋଇଠିରେ ଲାଲ କିମ୍ବା ବାଇଗଣି ରଙ୍ଗର କୁଣ୍ଡିଆ ଦେଖାଦେଇଥାଏ । ଖାସକରି ଶରୀରରେ ଯେଉଁ ଅଂଶରେ ଅଣ୍ଡା ପବନ ବାଜିଥାଏ , ସେହି ସ୍ଥାନରେ ଏଭଳି ଚର୍ମ ଜନିତ ସମସ୍ୟା ଦେଖାଯାଇଥାଏ । ଏହାମାତ୍ର 18 ପ୍ରତିଶତ ରୋଗୀଙ୍କଠାରେ ଏଭଳି ସଂକ୍ରମଣ ଦେଖାଗଲା ।

ଫ୍ରିମାନ କହିଛନ୍ତି ଯେ, ମାତ୍ର 12 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଚର୍ମ କୁଣ୍ଡିଆ ଜନିତ ସମସ୍ୟା ସହ ଅନ୍ୟ କୋଭିଡ ଲକ୍ଷଣ ସହ ଦେଖାଯାଇଥାଏ । ତେବେ ଏହା ବାବଦରେ ସଚେତନ ହେବା ସବୁଠୁ ଗୁରୁତ୍ବପୂର୍ଣ୍ଣ । କାରଣ ଆପଣ ସାଧାରଣରେ ଭାବୁଥିବା ଚର୍ମ ସମସ୍ୟା ଯଦି ଦେଖାଯାଉଛି, ତୁରନ୍ତ ସ୍ବାସ୍ଥ୍ୟଅଧିକାରୀଙ୍କ ସହ ପରାମର୍ଶ କରି ଚିକିତ୍ସା କରାନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.