ETV Bharat / science-and-technology

Instagram New Features, ଏଣିକି ଇନଷ୍ଟାଗ୍ରାମରୁ ଫେସବୁକକୁ କରିପାରିବେ କ୍ରସପୋଷ୍ଟିଂ

ଫଟୋ-ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ(Instagram) ଆଣିବାକୁ ଯାଉଛି ନୂଆ ଫିଚର୍ସ । ଏଣିକି ଇନଷ୍ଟାଗ୍ରାମରୁ ଫେସବୁକକୁ କରିପାରିବେ କ୍ରସପୋଷ୍ଟିଂ । ଅଧିକ ପଢନ୍ତୁ

Instagram New Features: ଏଣିକି ଇନଷ୍ଟାଗ୍ରାମରୁ ଫେସବୁକକୁ କରିପାରିବେ କ୍ରସପୋଷ୍ଟିଂ

author img

By

Published : Aug 18, 2022, 9:12 AM IST

ସାନ ଫ୍ରାନ୍ସିସ୍କୋ: ଉପଭୋକ୍ତାଙ୍କ ଅଭିଜ୍ଞତାକୁ ବଢାଇବା ଉଦ୍ଦେଶ୍ୟରେ ମେଟା ଅଧୀନ ଫଟୋ-ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ(Instagram) ଘୋଷଣା କରିଛି ନୂଆ ଏକ ଫିଚର । ଏଣିକି ଇନଷ୍ଟାଗ୍ରାମରୁ ଫେସବୁକକୁ କ୍ରସ୍ ପୋଷ୍ଟ କରିପାରିବେ । ଅର୍ଥାତ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ମଧ୍ୟ ସମାନ ପୋଷ୍ଟକୁ ଫେସବୁକ୍‌କୁ ମଧ୍ୟ ଶେୟାର କରିପାରିବେ । ଏଥିସହ ରିଲ୍ସରେ କେତେକ ନୂଆ features ଅପଡେଟ୍ ବାହାର କରିଛି ।

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଫଟୋ ସେୟାରିଂ ପ୍ଲାଟଫର୍ମର ମୁଖ୍ୟ ଆଡାମ ମୋସେରୀ ନୂଆ ରିଲ୍ସ ଅପଡେଟ୍ ନେଇ ଘୋଷଣା କରିଛନ୍ତି । ମୋସେରୀ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ‘ଲୋକମାନଙ୍କ ପାଇଁ ଅଧିକ ଚିତ୍ତାକର୍ଷକ ବିଷୟବସ୍ତୁ ଖୋଜିବା ଏବଂ ଅଭିଜ୍ଞତାକୁ ବଢାଇବା ପାଇଁ ନୂଆ ରିଲ୍ସ ଫିଚର୍ସ ଲଞ୍ଚ କରୁଛୁ, ଏଥିରେ ଆପଣ ଷ୍ଟିକର ଆଡ୍ କରିବା ସହ ଇନଷ୍ଟାଗ୍ରାମରୁ ଫେସବୁକକୁ କ୍ରସ୍ ପୋଷ୍ଟ କରିପାରିବେ ।’

ଏକ ବଟନ୍ ଟ୍ୟାପ୍ କରିବା ଦ୍ବାରା ନୂତନ ଅପଡେଟ୍ ବ୍ୟବହାରକାରୀଙ୍କୁ ଇନଷ୍ଟାଗ୍ରାମରୁ ଫେସବୁକ୍ ପର୍ଯ୍ୟନ୍ତ ରିଲ୍ସ କ୍ରସ୍ ପୋଷ୍ଟ କରିବାକୁ ଅନୁମତି ଦେଇଥାଏ । ମୋସେରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଷ୍ଟୋରୀଜରେ ଲୋକପ୍ରିୟ କେତେକ ଆଡ୍ ଷ୍ଟିକର ବର୍ତ୍ତମାନ ଇନଷ୍ଟାଗ୍ରାମ ଏବଂ ଫେସବୁକ ରିଲ୍ସକୁ ଆସୁଛି । କ୍ରିଏଟର ଷ୍ଟୁଡିଓ ମାଧ୍ୟମରେ ବ୍ୟବହାରକାରୀମାନେ ଅଧିକ ସୂଚନା ପାଇପାରିବେ ।

ସେହିପରି ଇନଷ୍ଟାଗ୍ରାମ ଆଣିବାକୁ ଯାଉଛି ଫୁଲ୍ ଫଟୋ ପୋଷ୍ଟ ଫିଚର୍ସ । କମ୍ପାନୀ କହିଛି ଯେ, "ସ୍ମିଲର, ଉଚ୍ଚତା(9.16) ସ୍କ୍ରିନ୍ ରେସିଓ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିହେବ । ଖୁବ୍ କମ୍ ଦିନ ମଧ୍ୟରେ ଏହି ଫିଚର୍ସ ଉପଲବ୍ଧ ହେବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.