ETV Bharat / science-and-technology

ଟ୍ବିଟର ପରେ ଭାରତର Koo, ବିଶ୍ବରେ ଦ୍ବିତୀୟ ବୃହତ୍ତମ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ - କୁର ସିଇଓ କିଏ

ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ 'କୁ' ବିଶ୍ବରେ ଦ୍ବିତୀୟ ବୃହତ୍ତମ ବ୍ୟବହାରକାରୀ ପ୍ଲାଟଫର୍ମ(Koo becomes second largest microblog) । ଅଧିକ ପଢନ୍ତୁ

ବିଶ୍ବର ବୃହତ୍ତମ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହେଲା ଭାରତରେ ପ୍ରସ୍ତୁତ Koo

author img

By

Published : Nov 17, 2022, 11:49 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଦ୍ବିତୀୟ ବୃହତ୍ତମ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହେଲା ଭାରତରେ ପ୍ରସ୍ତୁତ 'କୁ'(Koo becomes second largest microblog) । ଏକାଧିକ ପ୍ଲାଟଫର୍ମକୁ ପଛରେ ପକାଇ ଟ୍ବିଟର ପରେ ବିଶ୍ବରେ 'କୁ' ଦ୍ବିତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହୋଇଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମକୁ ୫୦ନିୟୁତ ୟୁଜର୍ସ ଡାଉନଲୋଡ୍ କରିଛନ୍ତି ଏବଂ ବ୍ୟାପକ ଅଭିବୃଦ୍ଧି ଘଟିଥିବା କହିଛି କମ୍ପାନୀ ।

ଏକ ବିବୃତ୍ତିରେ 'କୁ' CEO ତଥା ସହ-ପ୍ରତିଷ୍ଠାତା(CEO and Co-founder, Koo) ଅପ୍ରମେୟ ରାଧାକୃଷ୍ଣ କହିଛନ୍ତି ଯେ, "ଆମର ଉପଭୋକ୍ତାମାନଙ୍କ ଠାରୁ ଆମେ ଗ୍ରହଣ କରିଥିବା ପ୍ରତିକ୍ରିୟାରେ ଆମେ ଅବିଭୂତ ଏବଂ ଏହାକୁ ସେୟାର କରି ଖୁସିବ୍ୟକ୍ତ କରୁଛୁ । ପ୍ଲାଟଫର୍ମ ଆରମ୍ଭର ମାତ୍ର ଅଢେଇ ବର୍ଷ ମଧ୍ୟରେ ଆମେ ବିଶ୍ବର ଦ୍ୱିତୀୟ ବୃହତ୍ତମ ମାଇକ୍ରୋବ୍ଲଗ୍ ଆପ୍ ହୋଇପାରିଛୁ । ଲଞ୍ଚ୍‌ ପରଠାରୁ ଆମର ଉପଭୋକ୍ତାମାନେ ଆମ ଉପରେ ବିଶ୍ବାସ କରିଛନ୍ତି ।"

'କୁ' ହେଉଛି ଏକମାତ୍ର ଭାରତୀୟ ମାଇକ୍ରୋବ୍ଲଗ୍, ଯାହାକି ବିଶ୍ବର ଅନ୍ୟାନ୍ୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଯେପରିକି ଟ୍ୱିଟର, ଗେଟ୍ଟର(Gettr), ଟ୍ରୁଥ୍ ସୋସିଆଲ୍, ମଷ୍ଟଡୋନ୍, ପାର୍ଲର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଉପଭୋକ୍ତା ଡାଉନଲୋଡ୍ ଦୃଷ୍ଟିରୁ ଟ୍ବିଟର ପରେ ଦ୍ୱିତୀୟ ସ୍ଥାନରେ ରହିଛି ।ସେହିପରି 'କୁ'ର ଅନ୍ୟ ଜଣେ ସହ-ପ୍ରତିଷ୍ଠାତା ମୟଙ୍କ ବିଦ୍ବାତକ କହିଛନ୍ତି ଯେ, ସମ୍ପ୍ରତି, 'କୁ' 10 ଟି ଭାଷାରେ ଉପଲବ୍ଧ ଏବଂ ଆମେରିକା, ବ୍ରିଟେନ, ସିଙ୍ଗାପୁର, କାନାଡା, ନାଇଜେରିଆ, UAE, ଆଲଜେରିଆ, ନେପାଳ, ଇରାନ ଏବଂ ଭାରତ ସମେତ 100 ରୁ ଅଧିକ ଦେଶର ଉପଭୋକ୍ତା ଅଛନ୍ତି ।

'କୁ' ସର୍ବଦା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏକ ମାଗଣା ହଳଦିଆ ରଙ୍ଗର ଟିକ୍ ପ୍ରଦାନ କରିଛି ଏବଂ ପ୍ରତ୍ୟେକ ନାଗରିକଙ୍କୁ ଏକ ସରଳ ସେଲ୍‌ଫ-ଭେରିଫିକେସନ ଉପକରଣ ଦେଇଛି, ପ୍ଲାଟଫର୍ମ ଆଗକୁ ମଧ୍ୟ ଏହା ଜାରିରଖିବ । ଏହା 'ମେଡ୍ ଇନ୍ ଇଣ୍ଡିଆ' ବୋଲି ଗର୍ବ ଅନୁଭବ ହେଉଥିବା କହିଛନ୍ତି ମୟଙ୍କ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.