ETV Bharat / science-and-technology

Chandrayaan 3: ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-3, ଆଉ 5 ଦିନର ଅପେକ୍ଷା

author img

By

Published : Aug 1, 2023, 10:19 AM IST

ପୃଥିବୀ କକ୍ଷପଥ ଛାଡି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-3 । ଆସନ୍ତା ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଅଧିକ ପଢନ୍ତୁ

Chandrayaan 3
Chandrayaan 3

ହାଇଦ୍ରାବାଦ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ମିଶନ ଚନ୍ଦ୍ରୟାନ-3 ଏହାର ସଫଳତାର ଆଉ ଏକ ପାଦ ଆଗକୁ ବଢିଛି । ସୋମବାର ରାତିରେ ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-3 । ଯଦି ସବୁ ଠିକ୍ ହୁଏ, ତେବେ ଅଗଷ୍ଟ 5, 2023 ସୁଦ୍ଧା ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଏନେଇ ବିଳମ୍ବିତ ରାତିରେ ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, "ସଫଳ ହେଲା ଟ୍ରାନସ୍‌ ଲୁନାର ଇନ୍‌ସର୍‌ସନ୍(TLI)। ଇସ୍ରୋର ବୈଜ୍ଞାନିକମାନେ ସ୍ଲିଂସଟ ମାଧ୍ୟମରେ ଏହାକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ଛାଡ଼ିଛନ୍ତି । ପୃଥିବୀରୁ ବିଦାୟ ନେଇଛି ଚନ୍ଦ୍ରଯାନ-3 । ପୃଥିବୀକୁ ଛାଡି ଚନ୍ଦ୍ର ଆଡକୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆସନ୍ତା 5 ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ।"

  • Chandrayaan-3 Mission update:
    The spacecraft's health is normal.

    The first orbit-raising maneuver (Earthbound firing-1) is successfully performed at ISTRAC/ISRO, Bengaluru.

    Spacecraft is now in 41762 km x 173 km orbit. pic.twitter.com/4gCcRfmYb4

    — ISRO (@isro) July 15, 2023 " class="align-text-top noRightClick twitterSection" data=" ">

ଟ୍ରାନସ୍‌ ଲୁନାର ଇନ୍‌ସର୍‌ସନ୍ ହେଉଛି ଏକ ପ୍ରକ୍ରିୟା ଯାହାଦ୍ବାରା ଚନ୍ଦ୍ର ଆଡ଼କୁ ଯାଉଥିବା ଏକ ମହାକାଶଯାନ ଏକ ପଥରେ ରଖାଯାଏ ଯାହା ଦ୍ବାରା ଚନ୍ଦ୍ରଯାନ-3 ଚନ୍ଦ୍ରରେ ପହଞ୍ଚି ପାରିବ । ISRO କହିଛି ଯେ, ଏହା ଆସନ୍ତା ଆଗଷ୍ଟ 5 ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-3 । ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଏହା ଚନ୍ଦ୍ରର କକ୍ଷପଥରେ ଘୂରିବ । ଏହାପରେ ଅଗଷ୍ଟ 17ତାରିଖରେ ଚନ୍ଦ୍ରର 100 କିମି ଉପରେ ପ୍ରେପୁଲେସନ ମୋଡ୍ୟୁଲରୁ ଲ୍ୟାଣ୍ଡର ଅଲଗା ହେବ । ଏହାପରେ କିଛି ମାସ ଧରି ଗ୍ରହର ଅନୁଧ୍ୟାନ କରିବ ।

  • Chandrayaan-3 Mission:

    The orbit-raising maneuver (Earth-bound perigee firing) is performed successfully from ISTRAC/ISRO, Bengaluru.

    The spacecraft is expected to attain an orbit of 127609 km x 236 km. The achieved orbit will be confirmed after the observations.

    The next… pic.twitter.com/LYb4XBMaU3

    — ISRO (@isro) July 25, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:ଇସ୍ରୋର ଆଉ ଏକ ସଫଳତା: ସିଙ୍ଗାପୁରର ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ

ସଫ୍ଟ ଲ୍ୟାଣ୍ଡିଂ ପାଇଁ ରହିଛି ଲକ୍ଷ୍ୟ: ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଲ୍ୟାଣ୍ଡରକୁ ସୁରକ୍ଷିତ ଭାବରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା। ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବାର କିଛି ଦିନ ପରେ, ଲ୍ୟାଣ୍ଡର୍ ପ୍ରୋପଲସନ୍ ମଡ୍ୟୁଲ୍‌ଠାରୁ ଅଲଗା ହେବ । ଅଗଷ୍ଟ 23ରେ ଅପରାହ୍ନ 5.47ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ନିକଟରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରୁ ପ୍ରାୟ 100 କିଲୋମିଟର ଉଚ୍ଚତାରୁ ଚନ୍ଦ୍ରରେ ଅବତରଣ କରିବ । ସଫ୍ଟ ଲ୍ୟାଣ୍ଡିଂ ଏକ ଚାଲେଞ୍ଜ ଅଟେ । ଏହାପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହୋଇ ସେଠାରେ 14 ଦିନ ପର୍ଯ୍ୟନ୍ତ ରହି ନିରୀକ୍ଷା ବା ଅନୁଧ୍ୟାନ କରିବ । କହି ରଖୁଛୁ କି ରୋଭରରେ ଏଲଆଇବିଏସ ଏବଂ ଏପିଏକ୍ସଏସ ରହିଛି । ଏହା ଚନ୍ଦ୍ରର ମାଟି ଉପରେ ଅଧ୍ୟୟନ କରିବା ସହିତ କେମିକାଲର ମଧ୍ୟ ଅନୁଧ୍ୟାନ କରିବ । ଏଲଆଇବିଏସ୍‌ ହେଉଛି ଲେଜର ଇଣ୍ୟୁସଡ ବ୍ରେକଡାଉନ ସ୍ପେକ୍ର୍ଟୋସ୍ପୋପ। ଏପିଏକ୍ସଏସ ହେଉଛି ଆଲଫା ଫାର୍ଟିକଲ ଏକ୍ସରେ ସ୍ପେକ୍ର୍ଟୋମିଟର ।

  • Chandrayaan-3 Mission:
    Chandrayaan-3 completes its orbits around the Earth and heads towards the Moon.

    A successful perigee-firing performed at ISTRAC, ISRO has injected the spacecraft into the translunar orbit.

    Next stop: the Moon 🌖

    As it arrives at the moon, the… pic.twitter.com/myofWitqdi

    — ISRO (@isro) July 31, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Gaganyaan Mission: ଚନ୍ଦ୍ରଯାନ-3ର ସଫଳତା ପରେ ମହାକାଶକୁ ଯିବେ ମାନବ

ଗତ 14 ତାରିଖ ISRO ପକ୍ଷରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-3 ଯଦି ସଫଳତା ପୂର୍ବକ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରେ ତେବେ ଏହା ଦେଶ ପାଇଁ ଏକ ବଡ଼ ସଫଳତା ସାବ୍ୟସ୍ତ ହେବ । ଭାରତର ସବୁଠାରୁ ଭାରୀ ରକେଟ ଏଲିଭିଏମ-3 ଏମ4 ସହାୟତାରେ ଚନ୍ଦ୍ରଯାନ-3 ଲଞ୍ଚ୍‌ କରିଛି । LVM-3 ବାହୁବଳୀ ରକେଟ୍ ଭାବରେ ଜଣାଶୁଣା । LVM-3 ହେଉଛି ଏକ 3 ପର୍ଯ୍ୟାୟ ବିଶିଷ୍ଟି ରକେଟ୍ ଯାହା ଦୁଇଟି କଠିନ-ଇନ୍ଧନ ବୁଷ୍ଟର ଏବଂ ଏକ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ଯୁକ୍ତ ରହିଛି । ତେବେ ଉଲ୍ଲେଖନୀୟ ବିଷୟ ଯେ, 2 ଜୁଲାଇ 2019ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ଚନ୍ଦ୍ରୟାନ-୨ ମିଶନ ଆରମ୍ଭ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ-ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଛିନ୍ନ ହୋଇଥିଲା । ଲଞ୍ଚ୍‌ ହେବାର ପ୍ରାୟ 2 ମାସ ପରେ, 7 ସେପ୍ଟେମ୍ବର 2019ରେ ଏହାର ଚିତ୍ର ସାମ୍ନାକୁ ଆସିଥିଲା । ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ଉଦ୍ଦେଶ୍ୟ ପୂରଣ କରିବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.