ETV Bharat / science-and-technology

ଚମକିବ ଆଜି ରାତିର ଆକାଶ, ନିକଟତର ହେବେ ବୃହସ୍ପତି-ଶୁକ୍ର

author img

By

Published : Mar 1, 2023, 10:48 PM IST

ନିକଟତର ହେବେ ସୌରଜଗତର ଦୁଇ ଚମକଦାର୍ ଗ୍ରହ ବୃହସ୍ପତି ଓ ଶୁକ୍ର । ସମଗ୍ର ବିଶ୍ବବାସୀ ଏହି ବିରଳ ଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଉତ୍ସାହିତ ଥିବାବେଳେ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ମଧ୍ୟ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

planets-venus-and-jupiter-will-seen-together

ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ

ଭୁବନେଶ୍ବର: ଆଜି ରାତିରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ । ଏକାଠି ହେବେ ସୌରଜଗତର ଦୁଇ ଚମକଦାର୍ ଗ୍ରହ ବୃହସ୍ପତି ଓ ଶୁକ୍ର । ସମଗ୍ର ବିଶ୍ବ ସମେତ ଆମ ରାଜ୍ୟ ଓଡିଶାରେ ମଧ୍ୟ ଏହି ଦୃଶ୍ୟ ଦେଖାଯିବ । ପଶ୍ଚିମ ଆକାଶରେ ସନ୍ଧ୍ୟା ୬.୧୫ ରୁ ୭.୧୫ ମଧ୍ୟରେ ଦୃଶ୍ୟମାନ ହେବ ଏହି ମହାଜାଗତିକ ଦୃଶ୍ୟ । ଏଥିପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ମଧ୍ୟ ବନ୍ଦୋବସ୍ତ କରାଯାଇଛି । ତେବେ ଏନେଇ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ କଣ କହୁଛନ୍ତି, ଜାଣନ୍ତୁ...

ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, 'ମାନବ ସମାଜ ଉପରେ ଗ୍ରହମାନଙ୍କର କୌଣସି କୁପ୍ରଭାବ ନଥାଏ । ଜନ ସାଧାରଣ ଏହି ବିରଳ ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ । ୨ରୁ ୩ ବର୍ଷ ପରେ ଏହିପରି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳେ । ଶୁକ୍ର ଓ ବୃହସ୍ପତିଙ୍କ ଏହି ଏକତ୍ରିତ ପ୍ରକ୍ରିୟା ଗୋଟିଏ ମାସ ଧରି ଚାଲୁ ରହୁଥିଲେ ମଧ୍ୟ ସେମାନେ ଆଜି ଅତି ନିକଟତର ହେବେ ।'

ବୃହସ୍ପତି ଓ ଶୁକ୍ରର କୌଣିକ ଦୂରତା
ବୃହସ୍ପତି ଓ ଶୁକ୍ରର କୌଣିକ ଦୂରତା

ଏଥିସହ ବୃହସ୍ପତିଙ୍କୁ ଉପରେ ଏବଂ ଶୁକ୍ରଙ୍କୁ ଆଜି ତଳେ ରହିଥିବାର ଦେଖିବାକୁ ମିଳିବ । ଆସନ୍ତାକାଲି ଏଥିରେ ପରିବର୍ତ୍ତନ ହେବ, ଶୁକ୍ର ଉପରେ ରହିବେ ଏବଂ ବୃହସ୍ପତିଙ୍କୁ ତଳେ ଦେଖିବାକୁ ମିଳିବ । ଏହାର କୌଣସି କୁପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ । ଏହି ମହାଜଗତିକ ଦୃଶ୍ୟ ଦେଖିବା ପାଇଁ ପ୍ଲାନେଟରିୟମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲୋକେ ସମ୍ପୂର୍ଣ୍ଣ ମାଗଣାରେ ପ୍ଲାନେଟରିୟମ୍ ଆସି ଏହି ବିରଳ ଦୃଶ୍ୟ ଦେଖିପାରିବେ ବୋଲି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- National Science Day: ସିଭି ରମଣଙ୍କ 'ଆଲୋକ ରଶ୍ମି' ବିଜ୍ଞାନରେ ଭରିଥିଲା ନୂଆ କିରଣ

କହି ରଖୁଛୁ ଯେ, ମାର୍ଚ୍ଚ 1 ରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆକଳନ କରିଥିଲା ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥାନ ନାସା । ବିଶେଷତଃ ସୂର୍ଯ୍ୟଙ୍କ ଚାରିପଟେ ଘୂରିବାକୁ ବୁଧ ଗ୍ରହକୁ ୮୮ ଦିନ ଲାଗୁଥିବା ବେଳେ ଶୁକ୍ର ୨୪୧, ପୃଥିବୀକୁ ୩୬୫ ଦିନ, ବୃହସ୍ପତିକୁ ୧୧ବର୍ଷ ଏବଂ ଶନି ଗ୍ରହକୁ ଲାଗିଥାଏ ୨୯ବର୍ଷ । ଧୀରେ ଧୀରେ ବୃହସ୍ପତି ଗ୍ରହ ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଛି । ସୂର୍ଯ୍ୟାସ୍ତ ପରେ ପ୍ରାୟ ୧ ଘଣ୍ଟା ଖାଲି ଆଖିରେ ଏହାକୁ ଦେଖିପାରିବେ ବୋଲି କହିଛନ୍ତି ମହାକାଶ ବିଜ୍ଞାନୀ ।

ଅନ୍ୟପଟେ ବୃହସ୍ପତି ଓ ଶୁକ୍ର ଗ୍ରହର ମିଳନ ମାନବ ସମାଜ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି । ଏହି ଦୁଇ ଗ୍ରହ ପଣ୍ଡିତ କାରକ ହୋଇଥିବା କାରଣରୁ ଏମାନେ ଏକ ସରଳରେଖାରେ ରହିବା ସମୟରେ ପ୍ରକୃତି, ଜୀବଜଗତ, ମାନବ ସମାଜ ଉପରେ ଏହାର ଭଲ ପ୍ରଭାବ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହାକୁ ଦର୍ଶନ କରିବା ଦ୍ବାରା ବ୍ୟକ୍ତି ବିଶେଷମାନଙ୍କୁ ଶୁଭଫଳ ମଧ୍ୟ ପ୍ରାପ୍ତ ହେବ । କୃଷି, ଶିକ୍ଷା, ରୋଜଗାର କ୍ଷେତ୍ରରେ ମଧ୍ୟ ଏହାର ସୁପ୍ରଭାବ ପଡିବ । ତେଣୁ ବିନା କୌଣସି ବାରଣରେ ଏହା ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତ କରିବାକୁ ଜ୍ୟୋତିର୍ବିଦ୍ ମତ ଦେଇଛନ୍ତି ।

ପ୍ଲାନେଟାରୀ ସୋସାଇଟି ଅଫ୍ ଇଣ୍ଡିଆ(PSI) କହିବା ଅନୁସାରେ ବାସ୍ତବରେ ଶୁକ୍ର ଏବଂ ବୃହସ୍ପତି ପରସ୍ପରଠାରୁ 65.94 କୋଟି କିଲୋମିଟର ଦୂରରେ ରହିବେ । କିନ୍ତୁ ପୃଥିବାରୁ ଦେଖୁଥିବା ଲୋକଙ୍କ ପାଇଁ ଏହି ଗ୍ରହମାନେ ପରସ୍ପର ଖୁବ୍ ନିକଟରେ ଥିବାଭଳି ଦୃଶ୍ୟମାନ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.