ETV Bharat / lifestyle

ଆସୁଛି ଦୀପାବଳି, ପୂଜା ସମୟରେ ରଖନ୍ତୁ ବିଶେଷ ଧ୍ୟାନ - ପୂଜାକୁ ନେଇ ସାଧାରଣ ନୀତି ନିୟମ

ପୂଜାର ମୂଳ ମାନ୍ୟତା ହେଉଛି ଘର ସଂସାରରେ ଶାନ୍ତି ବଜାୟ ରଖିବା ସହ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା । ଏନେଇ ପୂଜା ଘରେ ମଧ୍ୟ ମାନିବାକୁ ହୁଏ କିଛି ବିଶେଷ ନୀତି ନିୟମ । ଯେଉଁଥିରେ ବାଦ ପଡେନା ଦୀପାବଳୀର ପୂଜା ବିଧି ।

ଦୀପାବଳି ପୂଜା 2019
author img

By

Published : Oct 25, 2019, 4:53 AM IST

ହାଇଦ୍ରାବାଦ: ଆଲୋକର ପର୍ବ ଆଗମନରେ ଜୋର ଧରିବାରେ ଲାଗିଛି ପ୍ରସ୍ତୁତି କାର୍ଯ୍ୟ । ଘର ସଫା କରିବା ସହ ପୂଜା ପାଇଁ ଆରମ୍ଭ ହୋଇଛି ସାଜସଜ୍ଜା । ରଙ୍ଗ ବେରଙ୍ଗ କ୍ୟାଣ୍ଡେଲ ସହ ଦୀପର ଆସର ମଧ୍ୟ ଲାଗିଛି । ତେଣେ ପର୍ବରେ କେଉଁ ମିଠା ଓ ପିଠା ପ୍ରସ୍ତୁତ ହେବ ତାହାର ତାଲିକା ବି ପ୍ରସ୍ତୁତ । ଦୀପାବଳିରେ ମା’ ଲକ୍ଷ୍ମୀ ଓ ଗଜାନନଙ୍କ ପୂଜା ହେବାର ରହିଛି ଅନେକ ମାନ୍ୟତା । ହେଲେ ଏହି ପୂଜା ପୂର୍ବରୁ ଆପଣଙ୍କୁ କେତୋଟି ଜିନିଷର ବିଶେଷ ଧ୍ୟାନ ରଖିବାକୁ ହୁଏ ।

ପୂଜାର ମୂଳ ମାନ୍ୟତା ହେଉଛି ଘର ସଂସାରରେ ଶାନ୍ତି ବଜାୟ ରଖିବା ସହ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା । ଏନେଇ ପୂଜା ଘରେ ମଧ୍ୟ ମାନିବାକୁ ହୁଏ କିଛି ବିଶେଷ ନୀତି ନିୟମ । ଯେଉଁଥିରେ ବାଦ ପଡେନା ଦୀପାବଳୀର ପୂଜା ବିଧି । କାରଣ ପୂଜା ବିଧିରେ ସାମାନ୍ୟ ହେରଫେର ଆପଣଙ୍କୁ ମହଙ୍ଗା ପଡିପାରେ ।

ତେବେ ଜାଣନ୍ତୁ ଦୀପାବଳିରେ ପୂଜା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଦେବାକୁ ହୁଏ ବିଶେଷ ଧ୍ୟାନ :

ପୂଜା ଘରୁ ଦୂରରେ ରଖନ୍ତୁ ଜୋତା-

ଏହା ସମସ୍ତ ମନ୍ଦିର ବା ପୂଜା ଘରର ଏକ ସାଧାରଣ ନିୟମ । କୌଣସି ପୂଜା ଘର ବା ମନ୍ଦିରରେ ଜୋତା ପ୍ରବେଶ ନିଷେଦ୍ଧ ରହିଥାଏ । ତେଣୁ ଘରେ ଜୋତା ଷ୍ଟାଣ୍ଡ ବା ଜୋତା ରଖିବାକୁ ଜାଗା ନିହାତି କମ୍‌ ଥିଲେ ବି ପୂଜା ଘର ପାଖରେ କେବେ ହେଲେ ଜୋତା ଷ୍ଟାଣ୍ଡ ବା ଜୋତା ରଖିବାକୁ ସ୍ଥାନ ରଖନ୍ତୁ ନାହିଁ । ଯେପରି ନିଜ ବେଡରୁମରେ ବେଡର ଠିକ୍‌ ପଛରେ ଆପଣ ଏକ ଜୋତା ଷ୍ଟାଣ୍ଡ ରଖିବା ପସନ୍ଦ କରିବେନି ଠିକ୍‌ ସେହିପରି ପୂଜା ଘର ପାଖରେ ମଧ୍ୟ ଜୋତା ଷ୍ଟାଣ୍ଡ ନରଖିବାର ଏକ ସାଧାରଣ ନିୟମ ରହିଛି ।

ପୂଜା ଘର ଆଖପାଖରେ ରଖନ୍ତୁ ନାହିଁ ଚମଡା ବ୍ୟାଗ-

ହିନ୍ଦୁ ଶାସ୍ତ୍ରାନୁଯାୟୀ କୌଣସି ଦୂଷିତ ବା ଅଶୁଦ୍ଧ ପଦାର୍ଥକୁ ପୂଜା ଘରେ ପ୍ରବେଶ ମନା କରାଯାଇଥାଏ । ଏହି ଦୃଷ୍ଟିରୁ ପୂଜା ଘରମାନଙ୍କରେ ଚମଡା ବ୍ୟାଗ ବା ଚମଡା ତିଆରି ଯେକୌଣସି ପଦାର୍ଥର ବ୍ୟବହାର ବର୍ଜନ କରାଯାଇଥାଏ । ଏହି ସମସ୍ତ ପଦାର୍ଥ ପ୍ରସ୍ତୁତିରେ ପଶୁଙ୍କ ଚମଡା ବ୍ୟବହାର ହେଉଥିବାରୁ ଏହାକୁ ପୂଜା ଘର ପାଖରେ ବ୍ୟବହାର ନିଷିଦ୍ଧ କରାଯାଇଥାଏ ।

ଘରେ ପୂଜା କରନ୍ତୁ ନିର୍ଦ୍ଦିଷ୍ଟ ପ୍ରକାରର ମୂର୍ତ୍ତି-

ଗୃହସ୍ଥ ଜୀବନରେ ଘରେ ମନ୍ଦିର ରଖିବା ଏକ ସ୍ବାଭାବିକ କଥା । କିନ୍ତୁ ଏହି ମନ୍ଦିରରେ ଆପଣ ସମସ୍ତ ପ୍ରକାରର ମୂର୍ତ୍ତି ପୂଜା କରିପାରିବେ ନାହିଁ । ଏଥିପାଇଁ ମଧ୍ୟ ରହିଛି କିଛି ନିର୍ଦ୍ଦିଷ୍ଟ ନିୟମ । ହିନ୍ଦୁ ପରମ୍ପରା ଅନୁଯାୟୀ ୟଦି ଆପଣ ଘର ମନ୍ଦିରରେ ଶିବ ଲିଙ୍ଗ ରଖି ପୂଜା କରିବାକୁ ଚାହାନ୍ତି ତେବେ ଏଥିପାଇଁ ଆପଣ ବୃଦ୍ଧାଙ୍ଗୁଳିର ଲମ୍ବଠାରୁ ଅଧିକ ଲମ୍ବର ଶିବ ଲିଙ୍ଗ ରଖିପାରିବେ ନାହିଁ ବୋଲି ନିୟମ ରହିଛି । ତେଣୁ ପୂଜା ସମୟରେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ।

ଭୁଲରେ ବି ପୂଜା କରନ୍ତୁନି ବାସି ଫୁଲ-

ବ୍ୟସ୍ତତମ ଜୀବନରେ ପୂଜା ପାଇଁ ପ୍ରତିଦିନ ସଜ ଫୁଲ ଆଣିବା ସମ୍ଭବ ନୁହେଁ । ଏମିତିରେ ଲୋକେ ପୂଜା ପାଇଁ କିଛି ଦିନ ଆଗରୁ ଫୁଲ ଆଣି ରଖନ୍ତି ଓ ପୂଜା କରନ୍ତି । ଯଦି ଆପଣ ବି ଏପରି କରନ୍ତି ତେବେ ତୁରନ୍ତ ବନ୍ଦ କରନ୍ତୁ । ଏହା ପୂଜାର ସାନ୍ନିଧ୍ୟକୁ ଭଙ୍ଗ କରିବା ସହ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଚେଷ୍ଟା କରନ୍ତୁ ସବୁବେଳେ ଘରେ ସଜ ଫୁଲରେ ପୂଜା କରିବାକୁ ।

ପୂର୍ବ ପୁରୁଷଙ୍କ ଫଟୋ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ-

ଅନେକ ଲୋକ ନିଜ ପୂଜା ଘରେ ପୂର୍ବ ପୁରୁଷ ବା ମୃତବ୍ୟକ୍ତିଙ୍କ ଫଟୋ ରଖିଥାଆନ୍ତି । ଏହା ପଛରେ ହୁଏତ ଆପଣଙ୍କ ଉଦ୍ଦେଶ୍ୟ ନିଜ ପୂର୍ବ ପୁରୁଷ ବା ନିଜ ଲୋକମାନଙ୍କୁ ମନେ ପକାଇବା ରହିପାରେ, କିନ୍ତୁ ଏପରି କରିବା ତୁରନ୍ତ ବନ୍ଦ କରନ୍ତୁ । ବାସ୍ତୁ ଶାନ୍ତ୍ର ଅନୁଯାୟୀ ଏହା ଆଦୌ କରଣୀୟ ନୁହେଁ । ଏହା ପରିବେଶକୁ ନକାରାତ୍ମକ କରିବା ସହ ପୂଜା ପାଠର ବିପରୀତ ପ୍ରଭାବ ପକାଇଥାଏ । ତେଣୁ ନିଜ ପୂର୍ବ ପୁରୁଷ ବା ମୃତବ୍ୟକ୍ତିଙ୍କ ଫଟୋକୁ ପୂଜା ଘରେ ନ ଲଗାଇ ଅନ୍ୟତ୍ର ଲଗାନ୍ତୁ ।

ପୂଜନ୍ତୁନି ଭଙ୍ଗା ମୂର୍ତ୍ତି-

ଏହା ସବୁଠାରୁ ପୁରୁଣା ବିଶ୍ବାସ କି ଘରେ ଭଙ୍ଗା ମୂର୍ତ୍ତି ପୂଜା କରନ୍ତି ନାହିଁ । ତେଣୁ ଯଦି ଘରେ କିଛି ଭଙ୍ଗା ମୂର୍ତ୍ତି ବା ଭଗବାନଙ୍କର ନଷ୍ଟ ହୋଇଯାଇଥିବା ଫଟୋ ରହିଛି ଏହାକୁ ତୁରନ୍ତ ବିସର୍ଜନ କରି ନୂଆ ମୂର୍ତ୍ତି ବା ଫଟୋ ଲଗାନ୍ତୁ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.