ହାଇଦ୍ରାବାଦ: ଆଧୁନିକ ସମୟରେ ଅତି ବ୍ୟସ୍ତତା ଭିତରେ ନିଜକୁ ଏକପ୍ରକାର ଭୁଲି ସାରିଛି ମଣିଷ । ସବୁକିଛି ପାଇବା ଉଦ୍ଦେଶ୍ୟରେ ଧାଇଁ ଧାଇଁ କେବେ ମଣିଷ ଖାଇବାକୁ ଭୁଲି ଯାଉଛି ତ କେବେ ପୁଣି ଠିକ୍ ଭାବେ ନିଦ ନହେବାରୁ ଚିନ୍ତାରେ ମଣିଷ । ବହୁତ କମ ଏପରି ଲୋକ ଥାଆନ୍ତି ଯେଉଁମାନେ ତୁରନ୍ତ ଶୋଇବା ପାଇଁ ସକ୍ଷମ । ହେଲେ ଅନ୍ୟପଟେ ଏପରି ଅନେକ ଲୋକ ରହିଛନ୍ତି ଯେଉଁମାନେ ଶୋଇବାକୁ ଚାହିଁଲେ ବି ସେଥିପାଇଁ ବହୁତ ସମୟ ପରିଶ୍ରମ କରିବାକୁ ପଡେ ।
ତେବେ ବିଶ୍ବାସ ରହିଛି କି ଗରମ ପାଣିରେ ଗାଧୋଇବା ଦ୍ବାରା ତୁରନ୍ତ ଶୋଇବାରେ ଏହା ସହାୟକ ହୋଇଥାଏ । ହେଲେ ଏହି ଗାଧୋଇବାର ଏକ ସଠିକ ସମୟ ରହିଛି । ଯଦି ଆପଣ ଶୋଇବାକୁ ଯିବାର ପ୍ରାୟ 1ରୁ 2 ଘଣ୍ଟା ପୂର୍ବରୁ ଗରମ ପାଣିରେ ଗାଧୋଉଛନ୍ତି ତେବେ ଏହା ତୁରନ୍ତ ଶୋଇବାରେ ସହାୟକ ହେବା ସହ ଶରୀର ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ଗରମ ପାଣିରେ ଗାଧୋଇବା ପଛରେ ରହିଛି କିଛି ବୈଜ୍ଞାନିକ କାରଣ ।
ବିଜ୍ଞାନ ମତରେ ଗରମ ପାଣିରେ ଗାଧୋଇବା ଦ୍ବାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହେବା ସହ ଏହା ମାଂସପେଶୀରେ ଥିବା ଥକାପଣକୁ ଦୂର କରିଥାଏ । କିମ୍ବା ଆପଣ ଯଦି ଚାହାନ୍ତି ତେବେ ଶୋଇବାର କିଛି ସମୟ ପୂର୍ବରୁ ମଧ୍ୟ ଆପଣ ଗାଧୋଇ ପାରିବେ । ଏହା ଶରୀରର ରକ୍ତ ସଞ୍ଚାଳନକୁ ତ୍ବରିତ କରିବା ସହ ତୁରନ୍ତ ଶୋଇବାରେ ସାହାଯ୍ୟ କରିଥାଏ ।
ଉପରୋକ୍ତ ଦୁଇଟି ଉପାୟ ଛଡା ଆହୁରି ଅନେକ ଉପାୟ ରହିଛି ଯାହା ଦ୍ବାରା ଆପଣଙ୍କୁ ମିଳିପାରିବ ଶାନ୍ତି ନିଦ୍ରା ।
ତେବେ କ’ଣ ରହିଛି ସେସବୁ ଉପାୟ ପଢନ୍ତୁ :
- ବିଳମ୍ବିତ ରାତିରେ କଫି ପିଇବା ବନ୍ଦ କରନ୍ତୁ ।
- ପ୍ରତ୍ୟେକ ଦିନ ନିଜର ଶୋଇବା ଓ ଉଠିବାର ସମୟକୁ ସମାନ ରଖିବାକୁ ଚେଷ୍ଟା କରନ୍ତୁ ।
- ଅତ୍ୟଧିକ ବିଳମ୍ବିତ ସମୟରେ ରାତ୍ରି ଭୋଜନ କରନ୍ତୁ ନାହିଁ । ଖାଦ୍ୟ ଠିକ୍ ଭାବେ ହଜମ ନହେବା କାରଣରୁ ମଧ୍ୟ ଶୋଇବା ସମୟରେ ଅସୁବିଧା ଅନୁଭବ ହୋଇପାରେ ।
- ଆପଣ ଶୋଉଥିବା ଗଦି ଓ ତକିଆକୁ ବେଶୀ ଟାଣ ରଖନ୍ତୁ ନାହିଁ । ଆପଣ ଶରୀର ଯେପରି ଆରାମ ପାଇବ ସେପରି ଗଦି ଓ ତକିଆ ବ୍ୟବହାର କରନ୍ତୁ ।
- ଦିନରେ ଅଧିକ ସମୟ ଶୋଇବାରୁ ବଞ୍ଚନ୍ତୁ ।