ନୂଆଦିଲ୍ଲୀ- ଭାରତରେ 5G ଉପଲବ୍ଧ ହେବାର ପ୍ରଥମ ବର୍ଷରେ ଅତି କମରେ 4 କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ 5G ଉପଭୋଗ କରିପାରିବେ । ଏକ ରିପୋର୍ଟରେ ଏନେଇ ସ୍ପଷ୍ଟ ହୋଇଛି ।
ଭାରତରେ 67 ପ୍ରତିଶତ ଉପଭୋକ୍ତା 5G ଅପଗ୍ରେଡ କରିବାକୁ ଆଗ୍ରହୀ ଅଛନ୍ତି । ଯାହା 2019 ମସିହା ତୁଳନାରେ 14 ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି । ସେପଟେ ଏରିକ୍ସନ୍ ଉପଭୋକ୍ତା ଲ୍ୟାବ ଏକ ନୂତନ ରିପୋର୍ଟରେ ଦର୍ଶାଇଛି ଯେ 5G କିପରି ନୂତନ ଉପଭୋକ୍ତାଙ୍କ ଆଚରଣକୁ ପ୍ରଭାବିତ କରିଛି । ଏରିକ୍ସନ ଇଣ୍ଡିଆର ମୁଖ୍ୟ ନିତିନ ବନସାଲ କହିଛନ୍ତି, ଭାରତୀୟ ସେବା ପ୍ରଦାନକାରୀ 5G ଉପଲବ୍ଧତା ପାଇଁ ପ୍ରସ୍ତୁତ ହେଉଛନ୍ତି । ୱାଇ-ଫାଇ ବ୍ୟବହାର ହ୍ରାସ କରିବା ସହ, 5Gର ପ୍ରାଥମିକ ଉପଭୋକ୍ତାମାନେ କ୍ଲାଉଡ ଗେମିଙ୍ଗରେ ହାରାହାରି ଦୁଇ ଘଣ୍ଟା ଅଧିକ ଏବଂ 4G ବ୍ୟବହାରକାରୀଙ୍କ ତୁଳନାରେ ପ୍ରତି ସପ୍ତାହରେ ଏଆର ଆପରେ ଏକ ଘଣ୍ଟା ଅଧିକ ସମୟ ଅତିବାହିତ କରିବେ । ଯେଉଁଠି 5G ବ୍ୟବହାରୀମାନେ ଏହି ଗତିକୁ ନେଇ ସନ୍ତୁଷ୍ଟ ଅଛନ୍ତି, ହେଲେ ସେଠାରେ 70 ପ୍ରତିଶତ ବ୍ୟବହାରକାରୀ ନୂତନ ସେବା ଏବଂ ଆପର ଉପଲବ୍ଧତା ନେଇ ଅସନ୍ତୁଷ୍ଟ ରହିଛନ୍ତି । ସେହିପରି ବ୍ୟବହାରୀକାରୀମାନେ ଡିଜିଟାଲ ସେବା କ୍ଷେତ୍ରରେ 5G ପାଇଁ 20ରୁ 30 ପ୍ରତିଶତ ଅଧିକ ବ୍ୟୟ କରିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି । ଭାରତରେ 10ରୁ 7 ଜଣ 5G ଉପଭୋକ୍ତା 4G ଠାରୁ ଅଧିକ ସ୍ପିଡ୍ ର ଆଶା କରୁଥିବାବେଳେ ସେଠାରେ 10ରୁ 6 ଜଣ ପରିବାର ସଦସ୍ୟଙ୍କ ମଧ୍ୟରେ କିମ୍ବା ଡିଭାଇସ ମଧ୍ୟରେ 5G ଡାଟା ବାଣ୍ଟିବା ପରି ମୂଲ୍ୟ ନିର୍ଦ୍ଧାରଣ ପାଇଁ CSP ନିକଟରୁ ଆଶା କରନ୍ତି ।
ତେବେ ଏନେଇ ଆମେରିକା, ବ୍ରିଟେନ, ଚୀନ ଏବଂ ଦକ୍ଷିଣ କୋରିଆ ସମେତ 26 ଦେଶର ବଜାରରୁ ଉପଭୋକ୍ତାଙ୍କ ଭାବନା ଓ ଧାରଣା ସମ୍ପର୍କରେ ରିସର୍ଚ୍ଚ କରାଯାଇଥିବା ରିପୋର୍ଟରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ