ହାଇଦ୍ରାବାଦ: ଭାରତୀୟ ସୋସିଆଲ ମିଡିଆ ଆପ ସେୟାରଚାଟରେ ସମଗ୍ର ଦେଶରେ 140 ମିଲିୟନରୁ ଅଧିକ ମାସିକ ସକ୍ରିୟ ୟୁଜର୍ସଙ୍କ ଏକ ୟୁଜର ବେସ ରହିଛି । ଯାହା 15ଟି ଭାଷାରେ ଉପଲବ୍ଧ ଯଥା, ହିନ୍ଦୀ, ମାଲାୟାଲମ, ଗୁଜୁରାଟୀ, ମରାଠୀ, ପଞ୍ଜାବୀ, ତେଲୁଗୁ, ତାମିଲ, ବଙ୍ଗାଳୀ, ଓଡିଆ, କନ୍ନଡ, ଆସାମ, ହରିୟାଣୀ, ରାଜସ୍ଥାନୀ, ଭୋଜପୁରୀ ଏବଂ ଉର୍ଦ୍ଦୁ ।
ଏହା ପ୍ରଥମେ WABetaInfo ଦ୍ୱାରା ଦେଖାଯାଇଛି ଯାହା ବିଟା ସଂସ୍କରଣରେ ହ୍ବାଟସ ଆପ ଅପଡେଟ ଟ୍ରାକ କରେ । ସେୟାରଚାଟ ଭିଡିଓ ସେବା ପାଇଁ ସମର୍ଥନ ବର୍ତ୍ତମାନ ଉଭୟ iOS (ଆଇଓଏସ) ଏବଂ Android(ଆଣ୍ଡ୍ରଏଡ) ପାଇଁ ସର୍ବଶେଷ ହ୍ବାଟସ ଆପ ବିଟାରେ ଉପଲବ୍ଧ ।
ୱେବସାଇଟ କହିଛି ଯେ ହ୍ବାଟସ ଆପ ମଧ୍ୟରେ ସେୟାରଚାଟରେ ସେୟାର ହୋଇଥିବା ଭିଡିଓଗୁଡିକ ଖୋଲିବାର ସମ୍ଭାବନାକୁ ସର୍ବଶେଷ ଅପଡେଟ ଗୁଡିକ ସମର୍ଥନ କରେ।
ସେୟାରଚାଟ କହିଛି ଯେ, ଗତ ମାସରେ ସେମାନଙ୍କର ସର୍ଟ ଭିଡିଓ ସେୟାରିଂ ପ୍ଲାଟଫର୍ମ ମୋଜ ଟିକଟକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଟା ସଂସ୍କରଣ ପ୍ରକାଶ ହେବାର ପ୍ରାୟ ଏକ ସପ୍ତାହ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋରରୁ 5 ଲକ୍ଷରୁ ଉର୍ଦ୍ଧ୍ବ ଡାଉନଲୋଡ ସରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଞ୍ଚଳିକ ଭାଷା ଏହାର ଉନ୍ନତି ଏବଂ ଖର୍ଚ୍ଚ ହ୍ରାସ କରିବା ଏବଂ ଆପର ସାମଗ୍ରିକ କାର୍ଯ୍ୟଦକ୍ଷତାକୁ ବଢାଇବା ଉଦ୍ଦେଶ୍ୟରେ ଗୁଗୁଲ କ୍ଲାଉଡ୍କୁ ଏହାର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତର କରିଛି ।
ବେଙ୍ଗାଲୁରୁ ବେସଡ ରିଜନାଲ ଲାଙ୍ଗୁଏଜ ସୋସିଆଲ ପ୍ଲାଟଫର୍ମ ଏତେ ଲୋକପ୍ରିୟ ହୋଇପାରିଛି ଯେ 4 ବର୍ଷ ପୁରୁଣା କମ୍ପାନୀ ଗତ ବର୍ଷ ଏହାର ସିରିଜ ଡି ରାଉଣ୍ଡରେ 100 ମିଲିୟନ ଡଲାର ସଂଗ୍ରହ କରିଛି । ମାଇକ୍ରୋସଫ୍ଟ ବିଶ୍ବର ବ୍ୟବସାୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି। ଫାଇନାନ୍ସିଆଲ ଟାଇମ୍ସ ଅନୁଯାୟୀ ଚାଇନାର ସର୍ଟ-ଭିଡିଓ ତିଆରି ଆପ ଟିକଟକ, ଭାରତରେ ଯେଉଁଠାରେ ଏହି ଆପ ଉପରେ ନିଷେଧାଦେଶ ରହିଛି ଏବଂ ଆନୁଷ୍ଠାନିକ ଭାବରେ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଟିକଟକ ଅପରେସନ କିଣିବାକୁ ଚାହୁଁଛନ୍ତି।
ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦୁଇଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି, ଯେଉଁଥିରେ ୱିଚାଟ ଏବଂ ଟିକଟକର ମାଲିକ ଥିବା ଚୀନ କମ୍ପାନୀଗୁଡିକ ସହିତ ଦେଶରେ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସେ କହିଛନ୍ତି ଯେ ଯଦି ସର୍ଟ ଭିଡିଓ ସେୟାରିଂ ପ୍ଲାଟଫର୍ମର ଟିକଟକର ବ୍ୟବସାୟର ଏକ ଅଂଶ ଏକ ଆମେରିକୀୟ ଫାର୍ମ ଦ୍ୱାରା କିଣାଯାଏ ତେବେ ଦେଶ ଆୟର ଏକ ବୃହତ ପ୍ରତିଶତ ପାଇବା ଉଚିତ।
ମାଇକ୍ରୋସଫ୍ଟ ସିଇଓ ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସେପ୍ଟେମ୍ବର 15 ତାରିଖ ମଧ୍ୟରେ ଚୁକ୍ତି ବନ୍ଦ ହେବାର ତାରିଖ ସ୍ଥିର କଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ