ETV Bharat / jagte-raho

ସୋନିପଥରୁ ଆନ୍ତଃରାଜ୍ୟ ଲୁଟେରା ଦଳ ଗିରଫ

ଆନ୍ତଃରାଜ୍ୟ ଲୁଟେରା ଦଳକୁ କାବୁ କଲା ପୋଲିସ । ବିଭିନ୍ନ ଲୁଟ ଅପହରଣ ଘଟଣାରେ ଅଭିଯୁକ୍ତ ମାନେ ସମ୍ପୃକ୍ତ ଥିବା କହିଛି ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ ...

Inter state gang of robbers busted in Haryana
ସୋନିପଥରୁ ଆନ୍ତଃରାଜ୍ୟ ଲୁଟେରା ଦଳ ଗିରଫ
author img

By

Published : Mar 2, 2020, 11:46 PM IST

ଚଣ୍ଡିଗଡ଼: ଆନ୍ତଃରାଜ୍ୟ ଲୁଟେରା ଦଳ କୁ କାବୁକଲା ପୋଲିସ । ସୋନିପଥ ଜିଲ୍ଲାରୁ ଅପହରଣ, ଲୁଟ୍ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଏକ ଆନ୍ତଃରାଜ୍ୟ ରାଜ୍ୟ ଡକାୟତ ଦଳ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହାଉସିଂ ବୋର୍ଡ କଲୋନୀ ସୋନିପଥର ନୀରଜ, ରିଙ୍କୁ ଓ ଜସବୀରର ସିୱା ଜିଲ୍ଲା ପାନିପଥ ହାନସିର ମନୁ ଶର୍ମା ବୋଲି ସୋନିପଥ ଡିଜି ହରଦୀପ ସିଂ ଡୁନ୍ କହିଛନ୍ତି।

ସମସ୍ତ ଅଭିଯୁକ୍ତ 12 ଟି ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ । ଏପ୍ରିଲ 2016 ପରଠାରୁ ଏହି ଗ୍ୟାଙ୍ଗ ଦିଲ୍ଲୀ, ହରିୟାଣା ଏବଂ ଚଣ୍ଡିଗଡ଼ର ବିଭିନ୍ନ ସ୍ଥାନରୁ ଦୁଇଟି ଟୟୋଟା ଫର୍ଚୁନର, ମହିନ୍ଦ୍ରା ପିକଅପ୍, ହୋଣ୍ଡା ଆମାଜେ, ମାରୁତି ୱାଗନଆର, ହୁଣ୍ଡାଇ କ୍ରେଟା ଏବଂ ହୋଣ୍ଡା ସିଟି ସମେତ ବିଭିନ୍ନ କାର ଚୋରି କରିଥିଲା । ଅଭିଯୁକ୍ତମାନେ ଚୋରି ଗାଡି ଗୁଡିକୁ ଶ୍ରୀନଗରରେ ବିକ୍ରି କରୁଥିଲେ । ସେହିଭଳି ଟିଏମ ଲୁଟ ଘଟଣାରେ ଅଭିଯୁକ୍ତମାନେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି କହିଛନ୍ତି ହରଦୀପ ସିଂ ଡୁନ ।

ପୋଲିସ ସେମାନଙ୍କ ନିକଟରୁ ଦୁଇଟି .9 ମିମି ପିସ୍ତଲ, ତିନୋଟି .32 ବୋର ପିସ୍ତଲ, 2.9 ମିଲିମିଟର ଲାଇଭ କାର୍ଟ୍ରିଜ ଏବଂ 15.32 ବୋର, ତୀକ୍ଷ୍ଣ ଧାରାର ଅସ୍ତ୍ର ଏବଂ ଚୋରି କାର ଜବତ କରିଛି । ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.