ETV Bharat / jagte-raho

କମିଶନରେଟ ଟ୍ରାପରେ ଖୋର୍ଦ୍ଧାର ହାର୍ଡକୋର, ଖଣ୍ଡଗିରିରୁ ଦୁଇ ଗିରଫ - Khurda hardcore criminal

ଭୁବନେଶ୍ବରରେ ଗିରଫ ହୋଇଛି ଖୋର୍ଦ୍ଧାର ହାର୍ଡକୋର ଅପରାଧୀ ସେଖ ତୋହାସିଲ । ସହଯୋଗୀ କାବୁଲ ଖାନ ମଧ୍ୟ ଗିରଫ । ଅଧିକ ପଢନ୍ତୁ...

କମିସନରେଟ ଟ୍ରାପରେ ଖୋର୍ଦ୍ଧାର ହାର୍ଡକୋର, ଖଣ୍ଡଗିରିରୁ ଦୁଇ ଗିରଫ

author img

By

Published : Oct 7, 2020, 10:51 AM IST

ଭୁବନେଶ୍ବର: ହାର୍ଡକୋର କ୍ରିମିନାଲ କରୁଥିଲା ବଡ ପ୍ଲାନିଂ। ଉଠାଇନେଲା କମିଶନରେଟ ପୋଲିସ। ରେଡ ଜୋନରେ ଏଣ୍ଟ୍ରି କରିଥିବା ଖୋର୍ଦ୍ଧାର ହାର୍ଡକୋର ସେଖ ତୋହାସିଲକୁ ଗିରଫ କଲା ଖଣ୍ଡଗିରି ପୋଲିସ।

ସହଯୋଗୀ କାବୁଲ ଖାନ ଜରିଆରେ ଏକ ବିଜନେସ ମ୍ୟାନ ସହ ମିଟିଂ କରିବାକୁ କରୁଥିଲା ପ୍ଲାନ । ହେଲେ କମିଶନରେଟ ରାଡରରେ ଏଣ୍ଟ୍ରି ମାରିଥିବା ଏହି ହାର୍ଡକୋରର ସଠିକ ସୁରାକ ପାଇ ଠିକଣା ସ୍ଥାନରୁ ଉଠାଇନେଲା ଖଣ୍ଡଗିରି ପୋଲିସ।

ସେଖ୍‌ ତୋହାସିଲ ଭୁବନେଶ୍ବର ଆସିଥିବା ଜାଣି ପୋଲିସ ତାକୁ ଧରିବାକୁ ଯୋଜନା ଆରମ୍ଭ କରିଥିଲା । ଫୁଲ ପ୍ରୁଫ ପ୍ଲାନିଂ କରି ସେଖ୍‌କୁ ଜାଲରେ ଫସାଇଥିଲା । କ୍ରିମିନାଲ ଷ୍ଟାଇଲରେ ଲୋକାଲ ବୟ ସାଜି ଜଣେ ପୋଲିସ କର୍ମଚାରୀ ଏମସ ହସପିଟାଲ ନିକଟରେ ତୋହାସିଲ ଉପରେ ନଜର ରଖିଥିଲେ। ପରେ ଅପେକ୍ଷା କରିଥିବା ସ୍ଥାନର ତିନିପଟକୁ ଥିବା ବାଟରେ ପୋଲିସ ଜଗିଥିଲା ।

ଆଉ ହଠାତ୍‌ ଏକ ଟିମ ଯାଇ ଧରିବାକୁ ଚେଷ୍ଟା କରୁଥିବାବେଳେ ଖସିବାକୁ ଉଦ୍ୟମ କରିଥିଲା ସେଖ୍‌ । ହେଲେ ବାଟରେ ଜଗିଥିବା ସାଧା ପୋଷାକଧାରୀ ଖଣ୍ଡଗିରି ପୋଲିସ ସେଖ୍‌କୁ ମାଡି ବସି ଗିରଫ କରିଥିଲା । ତାହା ସହ ଥିବା ସହଯୋଗୀ କାବୁଲ ଖାନକୁ ମଧ୍ୟ ପୋଲିସ ଗିରଫ କରିଥିଲା ।

ଉଭୟଙ୍କ ନାମରେ ଅପରାଧିକ ମାମଲା ରହିଥିବାବେଳେ ସେଖ ତୋହାସିଲ ଖୋର୍ଦ୍ଧାର ହାର୍ଡକୋର ବୋଲି ଜାଣିବାକୁ ପାଇଛି କମିଶନରେଟ ପୋଲସ । ଗିରଫ ପରେ ସେମାନଙ୍କ ଠାରୁ ଦେଶି ବନ୍ଧୁକ ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.