ETV Bharat / jagte-raho

ରସୁଲଗଡ ଛକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ - ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ

ରାଜଧାନୀରେ ପୁଣି ଥରେ ଲୁଟ । ମଙ୍ଗଳବାର ବିଳମ୍ବିତ ରାତିରେ ଖଣ୍ଡାରେ ଆକ୍ରମଣ କରି ବୁଲୁ ସାମନ୍ତରାୟ ନାମକ ଜଣେ ବ୍ୟବସାୟୀଙ୍କୁ ଲୁଟି ନେଇଛନ୍ତି । ଏହି ଘଟଣାକୁ ମିଶାଇ ଦିନକ ମଧ୍ୟରେ ପାଞ୍ଚଟି ସ୍ଥାନରେ ଲୁଟ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 31, 2019, 10:16 AM IST

Updated : Jul 31, 2019, 2:18 PM IST

ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ମୁଣ୍ଡରେ ମାଉଜର୍ ଲଗାଇ ଖଣ୍ଡାରେ ହାଣି ଲୁଟ କରି ନେଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ତୃପ୍ତି ହୋଟେଲର ମାଲିକ ବୁଲୁ ସାମନ୍ତରାୟ ।

ବୁଲୁ ସାମନ୍ତରାୟ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ବନ୍ଧୁକ ଲଗାଇ ଟଙ୍କା ନେବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ବୁଲୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା । ତେବେ ପୋଲିସର ଅପାରଗତା ଯୋଗୁଁ ଏଭଳି ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ରାଜଧାନୀରେ ଦିନକ ମଧ୍ୟରେ ପାଞ୍ଚୋଟି ସ୍ଥାନରେ ଆକ୍ରମଣ କରି ଲୁଟ ହୋଇଛି । ତାହା ପୁଣି ମଞ୍ଚେଶ୍ଵର ଥାନା ଅଧୀନରେ । ପୋଲିସର ପାଟ୍ରୋଲିଂ ନଥିବା ଯୋଗୁଁ ଦିନ ରାତି ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ , ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି।

ଅଙ୍ଗଲବାର ବିଳମ୍ବିତ ରାତି ରେ ରସୁଲଗଡ଼ ରେ ଜଣେ ବ୍ୟବସାୟୀଙ୍କୁ କରଣାତ୍ମକ ଆକ୍ରମଣ ହୋଇଛି। ଦୃର୍ବୁତ୍ତ ମନେ ବ୍ୟବସାୟୀଙ୍କ ମୁଣ୍ଡରେ ମାଉଜର୍ ଲଗାଇ ଖଣ୍ଡାରେ ହାଣି ଲୁଟି ନେଇଛନ୍ତି। ଆକ୍ରମଣ ର ଶିକାର ହୋଇଥିବା ବ୍ୟବସାୟୀ ହେଲେ ତୃପ୍ତି ହୋଟେଲ୍ ର ମାଲିକ ବୁଲୁ ସାମନ୍ତରାୟ।
Body:

ରସୁଲଗଡ଼ ଛକ ରେ ତୃପ୍ତି ହୋଟେଲ୍ ର ମାଲିକ ବୁଲୁ ସାମନ୍ତରାୟ। ଘରକୁ ଫେରୁଥିବା ବେଳେ କିଛି ଦୃର୍ବୁତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକ ଲଗାଇ ଟଙ୍କା ନେବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଘଟିଛି ଘଟଣା। ତେବେ ପୋଲିସ ର ଅପାରଗତା ଯୋଗୁଁ ଏଭଳି ଘଟିଛି ।
ରାଜଧାନୀରେ ଦିନକ ଭିତରେ ପାଞ୍ଚୋଟି ସ୍ଥାନରେ ଆକ୍ରମଣ କରି ଲୁଟ ହୋଇଛି। ତାହା ପୁଣି ମାଞ୍ଚେଶ୍ଵର୍ ଥାନା ଅଧୀନରେ । ପୋଲିସ ର ପାତ୍ରିଲିଂ ନଥିବା ବେଳେ ଦିନ ରାତି ଲୁଟେରା ମନେ ଖୋଲା ଚାଲେଞ୍ଜ କରୁଛନ୍ତି।
Conclusion:
Last Updated : Jul 31, 2019, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.