ETV Bharat / international

ଆମେରିକା ଯୁଦ୍ଧ ଜାହାଜ ଉପରେ ହାଉତିର ଆକ୍ରମଣ - ହାଉତି ଆମେରିକା ଆକ୍ରମଣ

Red sea attack: ହାଉତି ଆମେରିକାର ଏକ ଯୁଦ୍ଧ ଜାହାଜ ଉପରେ ମିଶାଇଲ ମାଡ କରିଥିବା ଆମେରିକା ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

ଆମେରିକା ଯୁଦ୍ଧ ଜାହାଜ ଉପରେ ହାଉତିର ଆକ୍ରମଣ
ଆମେରିକା ଯୁଦ୍ଧ ଜାହାଜ ଉପରେ ହାଉତିର ଆକ୍ରମଣ
author img

By ETV Bharat Odisha Team

Published : Jan 15, 2024, 12:16 PM IST

ଦୁବାଇ: ଅଶାନ୍ତ ଲୋହିତ ସାଗର । ହାଉତି ବିଦ୍ରୋହୀ ଓ ଆମେରିକା ମଧ୍ୟରେ ବାରମ୍ବାର ଆକ୍ରମଣ କରାଯାଉଛି । ରବିବାର ଦିନ ଆତଙ୍କୀ ସଂଗଠନ ହାଉତି ଆମେରିକାର ଏକ ଯୁଦ୍ଧ ଜାହାଜ ଉପରେ ମିଶାଇଲ ମାଡ କରିଥିବା ଆମେରିକା ପକ୍ଷରୁ କୁହାଯାଇଛି । ତେବେ ଏହି ମିଶାଇଲକୁ ଆମେରିକା ଫାଇଟର ଜେଟ୍ ଖସାଇଦେଇଥିବା ଦାବି କରିଛି ଆମେରିକା ।

ଗତ ଦୁଇ ମାସ ଧରି ହାଉତି ଆତଙ୍କୀମାନେ ଲୋହିତ ସାଗରରେ ଅସ୍ଥିରତା ସୃଷ୍ଟି କରି ଚାଲିଛନ୍ତି । ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟିକ ଜଳପଥରେ ଇରାନ ସମର୍ଥିତ ହାଉତି ବିଦ୍ରୋହୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରି ହାଉତିମାନେ ଡ୍ରୋନ ଆଟାକ କରୁଛି । ଯାହାର ପ୍ରଭାବ ଆନ୍ତର୍ଜାତିକ ବଜାର ଉପରେ ବି ପଡୁଛି । ଗତ ନଭେମ୍ବର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋହିତ ସାଗରରେ 28ରୁ ଅଧିକ ଥର ଡ୍ରୋନ ଆକ୍ରମଣ କରିଛି ହାଉତି ।

ଏହାମଧ୍ୟ ପଢନ୍ତୁ.. ହାଉତି ଠିକଣାରେ ଆମେରିକା ଷ୍ଟ୍ରାଇକ୍ ଜାରି, ୟେମେନରେ ୨୮ ଟାର୍ଗେଟରେ ମିସାଇଲ ମାଡ଼

ଶୁକ୍ରବାର ଦିନ ଆତଙ୍କୀ ସଂଗଠନ ହାଉତି ବିରୋଧରେ ଆମେରିକାର କଡା ଆକ୍ସନ ନେଇଥିଲା । ଆମେରିକା ସେନା ୟେମେନ ସ୍ଥିତ ହାଉତି ଆଡ୍ଡା ଉପରେ ଏକାଧିକ ଥର ଆକ୍ରମଣ କରିଥିଲେ । ଶୁକ୍ରବାର ଦିନ ଆମେରିକା ସେନା ପାଖାପାଖି 28ଟି ସ୍ଥାନକୁ ଟାର୍ଗେଟ କରି 60ରୁ ଅଧିକ ଥର ଆଟାକ କରିଥିଲା । ଶନିବାର ଦିନ ହାଉତି ରାଡାର ସାଇଟରେ ପଶି ଆକ୍ରମଣ କରିଥିଲା ଆମେରିକା ସେନା । ଆକ୍ରମଣ ପୂର୍ବରୁ ହାଉତି ଆତଙ୍କୀମାନେ ଲୋହିତ ସାଗରରୁ ଅପସରି ଯିବା ପାଇଁ ଚେତବନୀ ଦିଆଯାଇଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ହାଉତି ଉପରେ ଆକ୍ରମଣ ପାଇଁ ଚେତାବନୀ ଦେଇଥିଲେ ।

ଏହି ଆକ୍ରମଣର ପ୍ରତିଶୋଧ ସ୍ବରୂପ ପ୍ରତିଆକ୍ରମଣ କରିଛି ହାଉତି । ହେଲେ ହାଉତି ଡ୍ରୋନକୁ ଖସାଇ ଦେଇଥିବା ଦାବି କରିଛି ଆମେରିକା । ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନଥିବା ଆମେରିକା ପକ୍ଷରୁ କୁହାଯାଇଛି । ତେବେ ଇସ୍ରାଏଲ ହମାସ ଯୁଦ୍ଧ ଯୋଗୁଁ ହାଉତି ଲୋହିତ ସାଗରରେ ଆକ୍ରମଣ କୁହାଯାଇଛି । ଇସ୍ରାଏଲକୁ ଯାଉଥିବା ଜାହାକୁ ରୋକିବା ପାଇଁ ଲୋହିତ ସାଗରରେ କାର୍ଗୋ ସିପଗୁଡିକ ଉପରେ ଆକ୍ରମଣ ଜାରି ରଖିଛି । ଯେପର୍ଯ୍ୟନ୍ତ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ ନକରିଛି ସେ ପର୍ଯ୍ୟନ୍ତ ହାଉତି ଆକ୍ରମଣ ଜାରି ରହିବ ବୋଲି ହାଉତି ବିଦ୍ରୋହୀ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.