ETV Bharat / international

ମସ୍ତିଷ୍କ ରୋଗରେ ପୀଡିତ ଜିନପିଙ୍ଗ

author img

By

Published : May 12, 2022, 10:52 AM IST

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସେରେବ୍ରାଲ ଆନ୍ୟୁରିଜମରେ ( ଏକ ପ୍ରକାର ମସ୍ତିଷ୍କ ଜିନତ ରୋଗ) ପୀଡିତ ଅଛନ୍ତି । ଏ ନେଇ ଗତବର୍ଷ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ମସ୍ତିଷ୍କ ରୋଗରେ ପୀଡିତ ଜିନପିଙ୍ଗ
ମସ୍ତିଷ୍କ ରୋଗରେ ପୀଡିତ ଜିନପିଙ୍ଗ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ(Xi Jinping) ସେରେବ୍ରାଲ ଆନ୍ୟୁରିଜମରେ (ଏକ ପ୍ରକାର ମସ୍ତିଷ୍କ ଜିନତ ରୋଗ) ପୀଡିତ ଅଛନ୍ତି । ଏ ନେଇ ଗତବର୍ଷ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସ୍ତ୍ରୋପ୍ରଚାର ଆବଶ୍ୟକ ଥିଲେ ବି ସେ ଚୀନର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଆପଣେଇ ଔଷଧ ସେବନ କରୁଥିବା ରିପୋର୍ଟରୁ ଜଣାପଡିଛି ।

ଏହି ଔଷଧ ସେବନ ଦ୍ବାରା ମସ୍ତିଷ୍କର ରକ୍ତ କଣିକା ନରମ ହୋଇଯାଇଥାଏ । ପୂର୍ବରୁ ଏ ନେଇ ସେ ବେଶ ସତର୍କତାର ସହ କାର୍ଯ୍ୟ କରିଥିଲେ । ବେଜିଂ ୱିଣ୍ଟର ଅଲିମ୍ପିକ୍ସ ପୂର୍ବରୁ କୋରୋନା ଲହର ଶେଷ ହେବା ପରେ ବି ସେ ବିଦେଶୀ ନେତାମାନଙ୍କଠୁ ଦୂରେଇ ରହିଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅନେକ ବୈଠକରୁ ବିରତି ନେଇଥିଲେ ଜିନପିଙ୍ଗ ।

ମାର୍ଚ୍ଚ 2019ରେ ଜିନପିଙ୍ଗଙ୍କ ଇଟାଲୀ ଗସ୍ତରେ ସେ ଅସୁସ୍ଥ ଦେଖା ଯାଉଥିବା ଦେଖିବାକୁ ମିଳିଥିଲା । ଫ୍ରାନ୍ସ ଗସ୍ତ ସମୟରେ ମଧ୍ୟ ସମାନ ସ୍ଥିତି ଦେଖା ଯାଇଥିଲା । ସେରେବ୍ରାଲ ଆନ୍ୟୁରିଜମ ପୀଡିତ ଲୋକଙ୍କ ମସ୍ତିଷ୍କ ଶିରା ଦୁର୍ବଳ ହୋଇଯାଏ । 50 ବର୍ଷରୁ ଅଧିକ ବୟସ ଲୋକ କିମ୍ବା ଉଚ୍ଚ ରକ୍ତଚାପ, ବଂଶାନୁଗତ ରୋଗ, ସଂକ୍ରମଣ ଅଥବା ମସ୍ତିଷ୍କରେ ଆଘାତ ଲାଗିବା ଯୋଗୁଁ ଏହି ରୋଗର ଶିକାର ହେବାକୁ ପଡେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.