ETV Bharat / international

‘ଆମେ ହମାସକୁ ଶେଷ କରିବୁ, ଆମ ବନ୍ଦୀଙ୍କୁ ଉଦ୍ଧାର କରିବୁ ’

author img

By ETV Bharat Odisha Team

Published : Nov 15, 2023, 10:59 PM IST

ଇସ୍ରାଏଲ ଗାଜାରେ ଅପରେସନ ଜାରି ରଖିବ । ଆମେ ହମାସକୁ ଶେଷ କରିବୁ, ଆମ ବନ୍ଦୀଙ୍କୁ ଉଦ୍ଧାର କରିବୁ ବୋଲି କହିଲେ ନେତାନ୍ୟାହୁ । ଅଧିକ ପଢନ୍ତୁ

‘ଆମେ ହମାସକୁ ଶେଷ କରିବୁ, ଆମ ବନ୍ଦୀଙ୍କୁ ଉଦ୍ଧାର କରିବୁ ’
‘ଆମେ ହମାସକୁ ଶେଷ କରିବୁ, ଆମ ବନ୍ଦୀଙ୍କୁ ଉଦ୍ଧାର କରିବୁ ’

ହାଇଦ୍ରାବାଦ: ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅଭିଯାନ ମାସେରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ 11 ହଜାର ଲୋକଙ୍କ ପ୍ରାଣହାନୀ ଘଟିସାରିଲାଣି । ଯେପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲୀ ବନ୍ଦୀ ମୁକ୍ତ ହୋଇନାହାନ୍ତି, ସେପର୍ଯ୍ୟନ୍ତ ଅସ୍ତ୍ରବିରତିର ପ୍ରଶ୍ନ ଉଠୁନାହିଁ ବୋଲି କହିସାରିଥିବା ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆଜି ଆଉ ଏକ ଚେତାବନୀ ଦେଇଛନ୍ତି । ଆଜି ଗାଜାସୀମାରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଯବାନ ଓ ସେନାଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି ନେତାନ୍ୟାହୁ । ଏହି ଅବସରରେ ସେ କହିଛନ୍ତି, ଏହି ଅପରେସନ ଜାରି ରହିବ । ଇସ୍ରାଏଲ ହମାସକୁ ଶେଷ। ମଧ୍ୟ କରିବ ଓ ନିଜ ବନ୍ଦୀ ନାଗରିକଙ୍କୁ ଉଦ୍ଧାର ମଧ୍ୟ କରିବ ।

ଗତକାଲି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭା ଗାଲାଣ୍ଟ ଏକ ମିଳିତ ପ୍ରେସମିଟ କରିଥିଲେ । ଇସ୍ରାଏଲ ଜାରି ରଖିଥିବା ସାମରିକ ଅପରେସନକୁ ସମର୍ଥନ କରିବା ପାଇଁ ସେ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଥିଲେ । ଆତଙ୍କବାଦ ବିରୋଧରେ ଇସ୍ରାଏଲର ବିଜୟ ସମଗ୍ର ମୁକ୍ତ ବିଶ୍ବ ପାଇଁ ବିଜୟ ହେବ ବୋଲି ସେମାନେ କରିଥିଲେ । ଅନ୍ୟ ଏକ ବଡ ସୂଚନା ମଧ୍ୟ ଏହି ପ୍ରେସମିଟରେ ସାମ୍ନାକୁ ଆସିଛି । ଯୁଦ୍ଧ ଶେଷ ହେବା ପରେ ଗାଜାର ନିୟନ୍ତ୍ରଣ ପୁନର୍ବାର ପାଲେଷ୍ଟାଇନ ଅଧୀନକୁ ଫେରିନପାରେ । ଗାଜାରେ ପାଲେଷ୍ଟାଇନର ନିୟନ୍ତ୍ରଣକୁ ଇସ୍ରାଏଲ ବିରୋଧ କରିପାରେ ବୋଲି ସେମାନେ ମତ କରିଥିଲେ । ଏହା ପୁଣି ଥରେ ଗାଜାକୁ ଇସ୍ରାଏଲ ଦଖଲ ନେଇପାରେ ବୋଲି ସଙ୍କେତ କରିଥିଲେ

ଏହା ମଧ୍ୟ ପଢନ୍ତୁ :-Israeli Settlements In Palestine: ଇସ୍ରାଏଲ ବିରୋଧରେ ଜାତିସଂଘର ସଙ୍କଳ୍ପକୁ ଭାରତର ସମର୍ଥନ

ଗତମାସ 7 ତାରିଖରେ ଗାଜାରୁ ଅପରେଟ ହେଉଥିବା ‘ହମାସ’ ଆତଙ୍କୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ମାତ୍ର ପ୍ରାୟ ଅଧଘଣ୍ଟା ମଧ୍ୟରେ ପ୍ରାୟ 5 ହଜାରରୁ ଅଧିକ ରକେଟ ମାଡରେ ଇସ୍ରାଏଲର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ ଡୋମ’ ମଧ୍ୟ ଅଚଳ ହୋଇପଡିଥିଲା । ଏଥିରେ ପ୍ରାୟ 14ଶହ ସାଧାରଣ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା । ଶତାଧିକ ଇସ୍ରାଏଲ ନାଗରିକଙ୍କୁ ହମାସ ଅପରହରଣ ମଧ୍ୟ କରିନେଇଥିଲା । ଏହା ପରେ ଏକ ଜରୁରୀ ବୈଠକ ଡାକି ଯୁଦ୍ଧ ଗୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଇସ୍ରାଏଲ କଡା ଯବାବ ଦେବା ନେଇ ନେତାନ୍ୟାହୁ କହିଥିବା ବେଳେ ଗାଜାରେ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା ଇସ୍ରାଏଲୀ ଡିଫେନ୍ସ ଫୋର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.