ETV Bharat / international

Imran Khan Attacked: ଆସିଲା ଆକ୍ରମଣକାରୀ ଯୁବକର ପ୍ରତିକ୍ରିୟା, ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ଇମ୍ରାନଙ୍କୁ ହତ୍ୟା ପାଇଁ ଆସିଥିଲି

author img

By

Published : Nov 3, 2022, 10:19 PM IST

ଇମ୍ରାନ ଖାନଙ୍କୁ ଗୁଳି ଘଟଣାରେ ଆସିଲା ଆକ୍ରମଣକାରୀ ଯୁବକର ପ୍ରତିକ୍ରିୟା । ଲୋକଙ୍କ ବିଭ୍ରାନ୍ତ କରୁଥିବାରୁ ଇମ୍ରାନଙ୍କୁ ହତ୍ୟା କରିବାକୁ ଆସିଥିଲି ବୋଲି କହୁଛି ଅଭିଯୁକ୍ତ ଯୁବକ (Shooting incident on Imran Khan)। ଅଧିକ ପଢନ୍ତୁ

ଆସିଲା ଆକ୍ରମଣକାରୀ ଯୁବକର ପ୍ରତିକ୍ରିୟା: ଲୋକଙ୍କ ବିଭ୍ରାନ୍ତ କରୁଥିବାରୁ ଇମ୍ରାନଙ୍କୁ ହତ୍ୟା କରିବାକୁ ଆସିଥିଲି

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପାକିସ୍ତାନ ପୋଲିସ (Shooting incident on Imran Khan)। ତେବେ ଗିରଫଦାରୀ ପରେ ସମ୍ପୃକ୍ତ ଯୁବକର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି । ସେ ହିଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରିଛି ଓ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିବା ନିଜ ମୁହଁରେ ନିର୍ଭିକ ଭାବରେ ସ୍ବୀକାର କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।

ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ଇମ୍ରାନଙ୍କୁ ହତ୍ୟା ପାଇଁ ଆସିଥିଲି

ଗିରଫ ପରେ ଜଣେ ପୋଲିସ ଅଧିକାରୀ ଅଭିଯୁକ୍ତକୁ ଆକ୍ରମଣର କାରଣ ସମ୍ପର୍କରେ ପଚାରୁଛନ୍ତି । ଅତି ଭୟଶୂନ୍ୟ ଭାବରେ ଏହି ଆକ୍ରମଣକାରୀ ଯୁବକଟି ସେ କରିଥିବା ଗୁଳିକାଣ୍ଡ ନେଇ ସମସ୍ତ ସୂଚନା ରଖିଥିବା ଦେଖିବାକୁ ମିଳିଛି । ସେ ହତ୍ୟା କରିବା ପାଇଁ ଆସିଥିଲା । ଗୁଳି ଚଳାଇ ହତ୍ୟା କରିବା ପାଇଁ ପ୍ରୟାସ ମଧ୍ୟ କରିଥିଲା ତେବେ ଇମ୍ରାନ ବର୍ତ୍ତି ଯାଇଥିବା ଅଭିଯୁକ୍ତ କହିଛି ।

ଅଭିଯୁକ୍ତ କହିଛି, ‘‘ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ସେଥିପାଇଁ ମୁଁ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା । ମୁଁ କେବଳ ଇମ୍ରାନଙ୍କୁ ଗୁଳି ଚଳାଇଥିଲି ଆଉ କାହାକୁ କ୍ଷତି ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା । ଏକ ମୋଟର ସାଇକେଲରେ ଆସି ମୁଁ ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲି । ପରେ ସେ ରାଲି ସ୍ଥଳକୁ ଯାଇଥିଲି । ସେଠାରେ ଇମ୍ରାନଙ୍କୁ ହିଁ ଗୁଳି ଚଳାଇଥିଲି । ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରଚେଷ୍ଟା କରିଥିଲି । କିନ୍ତୁ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତିଯାଇଥିଲେ । ମୁଁ ଏହି ଗୁଳି ଚଳାଇବା ଘଟଣାକୁ ଏକାକୀ ରୂପ ଦେଇଥିଲି । ମୋ ସହିତ ଆଉ କେହି ନଥିଲେ ।’’ ଏମିତି ବେଫିକର ଢଙ୍ଗରେ ପୋଲିସ ଅଧିକାରୀଙ୍କ ସାମ୍ନାରେ ଘଟଣା ନେଇ ପ୍ରତିକ୍ରିୟା ରଖିଛି ଆକ୍ରମଣକାରୀ ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ:- ରାଲିରେ ଗୁଳିମାଡ, ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନ ଆହତ

ସୂଚନା ଅନୁସାରେ, ଆଜି (ଗୁରୁବାର) ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ସରିଫ ସରକାରଙ୍କ ବିରୋଧରେ ରାଲି ଆୟୋଜନ କାରଯାଇଥିଲା । ଏଥିରେ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ଓ୍ବାଜିରାବାଦ ସହରର ଜାଖର ଅଲ୍ଲୀ ଛକ ନିକଟରେ ରାଲି ପହଞ୍ଚିଥିଲା । ଇମ୍ରାନ ଓ ଅନ୍ୟ କିଛି ବରିଷ୍ଠ ନେତା ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ହଠାତ ଗୁଳିମାଡ ହୋଇଥିଲା । ଏଥିରେ ଇମ୍ରାନଙ୍କ ଗୋଟିଏ ଗୋଡରେ ଗୁଳି ବାଜିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଆକ୍ରମଣକାରୀ ଯୁବକକୁ ମଧ୍ୟ କାବୁ କରାଯାଇଥିଲା । ପୋଲିସ ତାକୁ ଗିରଫ କରି ଜେରା ରଖିଛି । ତେବେ ଅନ୍ୟପଟେ ଭିଡିର ସତ୍ୟତା ଓ ଏହା ଏକ ପ୍ରିପ୍ଲାନଡ୍ (ପୂର୍ବ ପ୍ରସ୍ତୁତ) ଭିଡିଓ ହୋଇଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.