ETV Bharat / international

ଆଜି ଅନାସ୍ଥା: ପଦ ହରାଇପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ !

author img

By

Published : Jun 6, 2022, 4:41 PM IST

ବ୍ରିଟେନ୍‌ ସଂସଦରେ ଆଜି ଆସିବ ଅନାସ୍ଥା । ପ୍ରଧାନମନ୍ତ୍ରୀ ଜନସନଙ୍କ ବିରୋଧରେ ବିରୋଧୀଙ୍କ ସମେତ ନିଜ ଦଳର କିଛି ସାଂସଦ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ସଂଖ୍ୟା ଅଭାବ ହେଲେ ଯାଇପାରେ ଜନସନ୍‌ଙ୍କ ପ୍ରଧାନମନ୍ତ୍ରୀ ପଦ । ଅଧିକ ପଢନ୍ତୁ

ଅନାସ୍ଥାର ସାମ୍ନା କରିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ

ଲଣ୍ଡନ: ଆଜି ଅନାସ୍ଥାର ସାମ୍ନା କରିପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା CNN ରିପୋର୍ଟ ଅନୁଯାୟୀ, କ୍ଷମତା ବଜାୟ ରଖିବା ପାଇଁ ଜନସନଙ୍କ ଆବଶ୍ୟକୀୟ ସଂଖ୍ୟକ ସାଂସଦଙ୍କ ସମର୍ଥନର ଅଭାବ ଥିବା ସୂଚନା ମିଳିଛି । ନିଜ ଦଳ କନଜରଭେଟିଭ ପାର୍ଟିର କିଛି ନିର୍ବାଚିତ ସାଂସଦ ଜନସନଙ୍କ ବିରୋଧରେ ଥିବା କୁହାଯାଉଛି । ଏପରି ସ୍ଥଳେ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବର ସ୍ଥାୟିତ୍ବ ନେଇ ମଧ୍ୟ ଆଶଙ୍କା ଲାଗିରହିଛି ।

ବର୍ତ୍ତମାନ କ୍ଷମତାସୀନ କନଜରଭେଟିଭ ପାର୍ଟି ନିକଟରେ ୩୫୯ ନିର୍ବାଚିତ ସାଂସଦ ରହିଛନ୍ତି । ତେବେ ନିଜ ଦଳରୁ ଜନସନ ଯଦି ଆବଶ୍ୟକ ସଂଖ୍ୟକ ସମର୍ଥନ ଯୋଗାଡ କରିବାରେ ବିଫଳ ହୁଅନ୍ତି ତେବେ, ଦଳ ତାଙ୍କୁ ପଦୁର ହଟାଇ ନୂଆ ପ୍ରଧାନମନ୍ତ୍ରୀ ଭାବେ ଅନ୍ୟ ନେତା ବାଛିପାରେ । ଯଦି ଆଜି ଅନାସ୍ଥାରେ ସଂଖ୍ୟା ଦର୍ଶାଇବାରେ ଜନସନ ସଫଳ ହେଉଛନ୍ତି, ତେବେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ତାଙ୍କ କ୍ଷମତା ବଜାୟ ରଖିବାରେ କୌଣସି ସମସ୍ୟା ରହିବ ନାହି । ବ୍ରିଟଶ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ଅନୁସାରେ ଅନାସ୍ଥାରେ ବିଜୟୀ ହେବା ପରେ ପରବର୍ତ୍ତୀ ଏକ ବର୍ଷ ମଧ୍ୟରେ ପୁଣି ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ ନାହିଁ ।

ବ୍ରିଟିଶ ସଂସଦର ବିରୋଧୀ ଦଳଙ୍କ ସମେତ ତାଙ୍କ ନିଜ ପାର୍ଟିର କିଛି ସାଂସଦ ମଧ୍ୟ ପ୍ରଧାନମନ୍ତ୍ରୀ ଜନସନଙ୍କ ବିରୋଧରେ ଥିବା ଚର୍ଚ୍ଚା ଲାଗରହିଛି । କନରଭେଟିଭ ପାର୍ଟିର ଦଳୀୟ ସମ୍ବିଧାନ ଅନୁସାରେ, ଦଳୀୟ ସାଂସଦମାନେ ଚାହିଁଲେ ୧୯୨୨ କମିଟି ସମ୍ମୁଖରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିପାରିବେ । ତେବେ ନିର୍ବାଚିତ ସାସଂଦମାନଙ୍କ ମଧ୍ୟରେ ସରକାରରେ କୌଣସି ପଦ ପଦବୀରେ ନଥିବା ସଦସ୍ୟ ହିଁ ଏହି ପ୍ରସ୍ତାବ ଆଣିବା ପାଇଁ ଅଧିକୃତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.