ETV Bharat / international

ପାକିସ୍ତାନ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: କମାଣ୍ଡରଙ୍କ ସମେତ 6 ମୃତ - ପାକିସ୍ତାନ ହେଲିକପ୍ଟର ଦୁର୍ଘଟଣାରେ 6 ମୃତ

ବାଲୁଚିସ୍ତାନରୁ ନିଖୋଜ ପାକିସ୍ତାନ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଜଣେ କମାଣ୍ଡରଙ୍କ ସମେତ ମୋଟ 6ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା । ତଦନ୍ତ ଜାରି । ଅଧିକ ପଢନ୍ତୁ

ପାକିସ୍ତାନ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: କମାଣ୍ଡରଙ୍କ ସମେତ 6 ମୃତ

author img

By

Published : Aug 2, 2022, 7:04 PM IST

ଇସଲାମାବାଦ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବାଲୁଚିସ୍ତାନରେ ବନ୍ୟା ରିଲଫ କାର୍ଯ୍ୟରେ ନିୟୋଜିତ ପାକିସ୍ତାନ ସେନାର ନିଖୋଜ ହେଲିକପ୍ଟର କ୍ରାସ ହୋଇଛି । ଏଥିରେ 6 ପାକ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପାକିସ୍ତାନ ସେନା । ମୃତକଙ୍କ ମଧ୍ୟରେ ଜଣେ ସିନିୟର କମାଣ୍ଡର ମଧ୍ୟ ରହିଛନ୍ତି । ଗତକାଲି ଏହି ହେଲିକପ୍ଟରଟି ନିଖୋଜ ହୋଇଯାଇଥିଲା । ହେଲିକପ୍ଟରରେ ଥିବା ସମସ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆଜି ଆନୁଷ୍ଠାନିକ ଭାବେ ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତକାଲି ପାକିସ୍ତାନର ଦକ୍ଷିଣ-ପଶ୍ଚମାଞ୍ଚଳରେ ଥିବା ବାଲୁଚିସ୍ତାନରେ ବନ୍ୟା ରିଲିଫ କାର୍ଯ୍ୟରେ ଉକ୍ତ ହେଲିକପ୍ଟରଟି ନିୟୋଜିତ ହୋଇଥିଲା । ତେବେ ଗତକାଲି ମଧ୍ୟରାତ୍ରୀ ପରେ ରାଡାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ନିଖୋଜ ହେଲିକପ୍ଟରକୁ ଠାବ କରିବା ପାଇଁ ବୈଷୟିକ ପ୍ରଚେଷ୍ଟା ଜାରି ରହିଥିବା ବେଳେ ତାହା ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଛି । ସେଥିରେ ଜଣେ କମାଣ୍ଡରସ୍ତରୀୟ ଅଧିକାରୀଙ୍କ ସମେତ ମୋଟ 6 ପାକିସ୍ତାନୀ ସେନା ଯବାନ ନିୟୋଜିତ ଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.