ମାଲେ: ମାଳଦ୍ବିପରେ ଭୟାବହ ଅଗ୍ନିକାଣ୍ଡ । ଲଜରେ ନିଆଁ ଲାଗି ଜଳିଗଲେ ୯ ଭାରତୀୟ । ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକମାନେ ରହୁଥିବା ଲଜରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା(Fire Swept Through Lodgings of Foreign Workers in Male) । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୯ଜଣ ଭାରତୀୟ ରହିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହୀନିକୁ ୪ ଘଣ୍ଟା କସରତ କରିବାକୁ ପଡିଥିଲା ବୋଲି ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ମୃତ ୧୦ ଜଣଙ୍କ ମଧ୍ୟରେ ୯ଜଣ ଭାରତୀୟ ରହିଥିବା ବେଳେ ଜଣେ ବାଂଲାଦେଶର ବୋଲି ସୂଚନା ରହିଛି ।
-
We are deeply saddened by the tragic fire incident in Malé which has caused loss of lives, including reportedly of Indian nationals.
— India in Maldives (@HCIMaldives) November 10, 2022 " class="align-text-top noRightClick twitterSection" data="
We are in close contact with the Maldivian authorities.
For any assistance, HCI can be reached on following numbers:
+9607361452 ; +9607790701
">We are deeply saddened by the tragic fire incident in Malé which has caused loss of lives, including reportedly of Indian nationals.
— India in Maldives (@HCIMaldives) November 10, 2022
We are in close contact with the Maldivian authorities.
For any assistance, HCI can be reached on following numbers:
+9607361452 ; +9607790701We are deeply saddened by the tragic fire incident in Malé which has caused loss of lives, including reportedly of Indian nationals.
— India in Maldives (@HCIMaldives) November 10, 2022
We are in close contact with the Maldivian authorities.
For any assistance, HCI can be reached on following numbers:
+9607361452 ; +9607790701
ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଗତକାଲି ମଧ୍ୟରାତ୍ର ୧୨.୦୫ରେ ନିଆଁ ଲାଗିଯାଇଥିବା ସୂଚନା ରହିଛି । ଗ୍ରାଉଣ୍ଡ ଫ୍ଲୋରେ ଥିବା ଗ୍ୟାରେଜରୁ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଏହା ଉପର ମହଲାକୁ ବ୍ୟାପିଯାଇଥିଲା । ଉପରମହଲାରେ ଝରକା ନଥିବା କାରଣରୁ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଥିବା ନେଇ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ,୯ଜଣ ନିଖୋଜ ଥିବା ସୂଚନା ରହିଛି ।
ଏହି ଘଟଣାରେ ମାଳଦ୍ୱୀପରେ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଦୂତାବାସର ଅଧିକାରୀମାନେ ମାଳଦ୍ୱୀପ ସରକାରଙ୍କ ସହ ଯୋଗାଯୋଗାରେ ରହିଛନ୍ତି । ଭାରତୀୟ ଅଧିକାରୀଙ୍କ ସହଯୋଗାଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଛି । ଏନେଇ ମାଳଦ୍ୱୀପରେ ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ମାଳଦ୍ୱୀପର ରାଜନୈତିକଦଳମାନେ ଏବେ ବିଦେଶୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମାଲେର ୨୫୦,୦୦୦ ଜନସଂଖ୍ୟାର ଅର୍ଦ୍ଧେକ ବିଦେଶୀ ଶ୍ରମଜୀବୀ । ଶ୍ରମିକମାନେ ମୁଖ୍ୟତଃ ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାରୁ ଯାଇଥିବା ସୂଚନା ରହିଛି ।