ETV Bharat / international

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: 6 ମୃୃତ, 7 ଆହତ - ଆଫଗାନିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ

ଆଫଗାନିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ । ଏକ ସରକାରୀ କର୍ମଚାରୀଙ୍କ ବସ ବୋମା ଉପରେ ଚଢ଼ିଯିବାରୁ ବିସ୍ଫୋରଣ ଘଟି 6 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

several died wounded in a blast in Afghanistan
ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: 6 ମୃୃତ, 7 ଆହତ
author img

By

Published : Dec 7, 2022, 10:37 AM IST

ଇସଲାମବାଦ: ଆଫଗାନିସ୍ତାନରେ ବୋମା ବିସ୍ଫୋରଣ । ଏଥିରେ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 7 ଜଣ ଆହତ ହୋଇଛନ୍ତି । ଉତ୍ତର ଆଫଗାନିସ୍ତାନର ବାଲ୍‌ଖ ପ୍ରଦେଶର ରାଜଧାନୀ ମଜାର-ଇ ସରିଫରେ ଏହି ଘଟଣା ଘଟିଥିବା ନେଇ ତାଲିବାନର ସରକାରୀ ସ୍ତରରେ ସୂଚନା ଦିଆଯାଇଛି ।

ତାଲିବାନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସକାଳେ ଉତ୍ତର ଆଫଗାନିସ୍ତାନରେ ପେଟ୍ରୋଲିୟମ ବିଭାଗର କର୍ମଚାରୀଙ୍କ ଏକ ବସ ଯାଉଥିବା ସମୟରେ ରାସ୍ତା କଡ଼ରେ ରଖାଯାଇଥିବା ବୋମା ଉପରେ ଚଢ଼ିଯାଇଥିଲା । ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । କର୍ମଚାରୀମାନେ ନିଜ କର୍ମକ୍ଷେତ୍ରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଅନେକ ଦୂର ଯାଏ ତାର ଶବ୍ଦ ଶୁଣାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏହି ବିସ୍ଫୋରଣ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତି ନିଜକୁ ଦାୟୀ କରିନାହାନ୍ତି । ଦୁର୍ଘଟଣା ଶିକାର ହୋଇଥିବା ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.