ETV Bharat / international

Sri Lanka Violence: ଜଳୁଛି ଶ୍ରୀଲଙ୍କା, ହିଂସାକାଣ୍ଡରେ ସାଂସଦଙ୍କ ସମେତ 5 ମୃତ - ଶ୍ରୀଲଙ୍କାରେ ହିଂସା

ଶ୍ରୀଲଙ୍କାରେ ବ୍ୟାପକ ହିଂସାକାଣ୍ଡ । ସାଂସଦଙ୍କ ସମେତ 5 ମୃତ ଓ ଶତାଧିକ ଲୋକେ ଆହତ । ଅଧିକ ପଢନ୍ତୁ

Sri Lanka Violence: ଜଳୁଛି ଶ୍ରୀଲଙ୍କା, ହିଂସାକାଣ୍ଡରେ ସାଂସଦଙ୍କ ସମେତ 5 ମୃତ

author img

By

Published : May 10, 2022, 12:26 PM IST

କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟ ଭତିରେ ଜଳୁଛି ଶ୍ରୀଲଙ୍କା । ଖାଦ୍ୟାଭାବକୁ ନେଇ ସାରା ଦେଶରେ ବିକ୍ଷୋଭ ତୀବ୍ର ହେଉଛି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିବା ସହ ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ଶାସକ ଦଳର ସଦସ୍ୟ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକମାନେ ଭୀଷଣ ହିଂସାକାଣ୍ଡ ଘଟାଇଛନ୍ତି ।

ସଂଘର୍ଷରେ ଶାସକ ଦଳର ଅମରକୀର୍ତ୍ତି ଅତୁକୋରୋଲା (Amarakeerthi Athukorala) ନାମକ ସାଂସଦଙ୍କ ସମେତ 5 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଶହ ଶହ ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ମିଳିଛି । ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ଲାଗୁ ହୋଇଥିବା ସତ୍ତ୍ବେ ସ୍ଥିତି ଅଣାୟତ ହୋଇପଡିଛି । ସଂଘର୍ଷ ସମୟରେ ଗୁଳିମାଡ ଯୋଗୁଁ ସମ୍ପୃକ୍ତ ସାଂସଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ:Sri Lanka Economic Crisis: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ

ସାଂସଦ ଆସୁଥିବା ସମୟରେ ତାଙ୍କର ଗାଡିକୁ ଅଟକାଇ ବିକ୍ଷୋଭକାରୀ ଆଖିବୁଜା ଗୁଳିମାଡ କରିଥିଲେ । ଅନ୍ୟପଟେ କର୍ଫ୍ୟୁ ଜାରି ହେବା ସତ୍ତ୍ବେ ମଧ୍ୟ ସୋମବାର ରାତିସାରା ଶାସକ ଦଳର 41 ଜଣ ବଡ ନେତାଙ୍କ ଘରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ । ସେମାନଙ୍କ ବାସଭବନ ପରିସରରେ ଥିବା ଶହ ଶହ ମୋଟର ସାଇକେଲଗୁଡିକ ମଧ୍ୟ ନିଆଁରେ ଜଳି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.