ETV Bharat / international

ହଜ୍‌ ଯାତ୍ରା ଉପରୁ ହଟିଲା କଟକଣା, ସବୁ ବର୍ଗର ଶ୍ରଦ୍ଧାଳୁଙ୍କୁ ଅନୁମତି

author img

By

Published : Jan 11, 2023, 8:51 AM IST

ଚଳିତ ବର୍ଷ ହଜ୍‌ ଯାତ୍ରା ଉପରୁ ହଟିଲା ସମ୍ପୂର୍ଣ୍ଣ କଟକଣା । ପ୍ରତ୍ୟେକ ବୟସର ଶ୍ରଦ୍ଧାଳୁ ହଜ୍‌ ଯାତ୍ରା କରିବା ନେଇ ସାଉଦି ଆରବ ଅନୁମତି ଦେଇଛି । ଅଧିକ ପଢ଼ନ୍ତୁ

hajj yatra 2023
ହଜ୍‌ ଯାତ୍ରା 2023

ରିୟାଧ: ହଜ୍ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତି ଖବର । ଚଳିତ ବର୍ଷ ହଜ୍‌ ଯାତ୍ରା ପାଇଁ ସାଉଦି ଆରବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ହଜ୍‌ ଯାତ୍ରା ପାଇଁ ଧାର୍ଯ୍ୟ ହୋଇଥିବା ବୟସ ସୀମାକୁ କୋହଳ କରାଯାଇଛି । ପ୍ରତ୍ୟେକ ବୟସର ବ୍ୟକ୍ତି ହଜ୍‌ ଯାତ୍ରା କରିପାରିବେ । ଏହା ସହିତ ଯାତ୍ରା ଉପରେ ଦୀର୍ଘ ଦିନ ଧରି ଲାଗିଥିବା କୋଭିଡ କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି । ଏନେଇ ସୋମବାର ସାଉଦି ଆରବ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶର ସୀମା ଅଞ୍ଚଳରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । କୋରୋନା ମହାମାରୀ ସମୟରେ ସାଉଦି ସରକାର ଏହି କଟକଣା ଲଗାଇଥିଲେ । ନ୍ୟୁଜ ଏଜେନ୍ସି ସୂଚନା ଅନୁଯାୟୀ, ସାଉଦି ଆରବର ହଜ୍‌ ମନ୍ତ୍ରୀ ଉମରାହ ତୌଫିକ ଅଲ- ରବିୟା କହିଛନ୍ତି ଯେ, ଚଳିତ ବର୍ଷ ହଜ୍‌ ଯାତ୍ରୀଙ୍କ ସଂଖ୍ୟା କୋରୋନା ପୂର୍ବବର୍ତ୍ତୀ ଭଳି ରହିବ । ଏଥର କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ରହିବ ନାହିଁ । ପ୍ରତି ବର୍ଗର ଲୋକ ଯାତ୍ରା କରିପାରିବେ । ଅନ୍ୟପକ୍ଷରେ ଆରବ ନ୍ୟୁଜ ରିପୋର୍ଟ ମୁତାବକ 2019ରେ ବିଶ୍ବବ୍ୟାପୀ 25 ଲକ୍ଷ ଲୋକ ହଜ୍‌ ଯାତ୍ରା କରିଥିଲେ । ଏହାପରେ କୋରୋନା ମହାମାରୀ ଯୋଗୁଁ ହଜ୍ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇଥିଲା । 2020ରେ ଏହି ସଂଖ୍ୟା 1 ହଜାରକୁ ହ୍ରାସ ପାଇଥିଲା । କୋରୋନା କାଳରେ କେବଳ ସାଉଦି ଆରବର ମୂଳ ବାସିନ୍ଦାଙ୍କୁ ହଜ୍‌ ଯାତ୍ରା ପାଇଁ ଅନୁମତି ଥିଲା ।

ଗତ 5 ତାରିଖରେ ସାଉଦି ହଜ୍‌ ଓ ଉମ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସାଉଦି ଆରବ ନିବାସୀଙ୍କ ପାଇଁ 4ଟି ବର୍ଗର ହଜ୍‌ ପ୍ୟାକେଜ ଉପଲବ୍ଧ ରହିବ । ଯେଉଁମାନେ ହଜ୍‌ ଯିବାକୁ ଚାହୁଁଛନ୍ତି ସେମାନେ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥିପାଇଁ ବୈଧ ପରିଚୟ ପତ୍ର ଥିବା ଆବଶ୍ୟକ । ତୀର୍ଥ ଯାତ୍ରୀଙ୍କ ପାଖରେ କୋଭିଡ ଏବଂ ମୌସୁମୀ ଇନ୍‌ଫ୍ଲୁଏଞ୍ଜା ଟିକାକରଣର ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି ।

ଭାରତୀୟ ହଜ୍‌ ଯାତ୍ରୀଙ୍କୁ କେତେ ଖର୍ଚ୍ଚ କରିବାକୁ ପଡ଼ିବ: 2019ର ଆକଳନକୁ ଦେଖିବାକୁ ଗଲେ, ହଜ୍‌ ତୀର୍ଥ ଯାତ୍ରୀଙ୍କୁ 2 ଲକ୍ଷ 36 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଚଳିତ ବର୍ଷ ଜଣେ ଶ୍ରଦ୍ଧାଳୁଙ୍କୁ ପ୍ରାୟ 4 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସାଉଦି ଆରବ ସରକାର ହଜ୍‌ ଉପରେ 15 ପ୍ରତିଶତ ଟିକସ ବୃଦ୍ଧି କରିଛନ୍ତି ।

ଦେଶର ପ୍ରତ୍ୟେକ ସହରରୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ଅଲଗା ମୂଲ୍ୟ ରହିଛି: ଦେଶର ବିଭିନ୍ନ ସହରରୁ ହଜ୍‌ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ସେହି ସହର ଅନୁଯାୟୀ ଖର୍ଚ୍ଚ ବହନ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ଭାରତ ହଜ୍‌ କମିଟି ପକ୍ଷରୁ କେଉଁ ସହର ପାଇଁ କେତେ ଟଙ୍କା ଧାର୍ଯ୍ୟ କରାଯାଇଛି ।

କେଉଁ ସହର ପାଇଁ କେତେ ଟଙ୍କା ରହିଛି ?

ସହର ଦେୟ

ମୁମ୍ବାଇ 3, 76,150

ଅହମ୍ମଦାବାଦ 3,78,100

କୋଚିନ 3,84,200

ଦିଲ୍ଲୀ 3,88,800

ହାଇଦ୍ରାବାଦ 3,89,450

ଲକ୍ଷ୍ନୌ 3,90,350

ବେଙ୍ଗାଲୁରୁ 3,99,050

କୋଲକାତା 4,14,200

ଶ୍ରୀନଗର 4,23,000

ଗୌହାଟି 4,39,500

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.