ETV Bharat / international

ରାନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଙ୍ଘେ । ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ସେ ନିର୍ବାଚନରେ ବିଜୟ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 20, 2022, 1:02 PM IST

Updated : Jul 20, 2022, 1:39 PM IST

ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଙ୍ଘେ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ରାନିଲ ବିକ୍ରମସିଙ୍ଘେଙ୍କ ବାଜିମାତ୍ । ଦେଶର ନୂଆ ରାଷ୍ଟ୍ରପତି ହେଲେ ବିକ୍ରମସିଙ୍ଘେ । ରାଷ୍ଟ୍ରପତି ପଦ ପାଇଁ ତ୍ରିକୋଣୀୟ ଲଢେଇରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି । ତାଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ଦୁଲାସ ଅହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ ମିଳିଛି । ଏହାସହିତ ବିକ୍ରମସିଙ୍ଘେ ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପରେ କାମଚଳା ରାଷ୍ଟ୍ରପତି ଥିଲେ ।

  • Sri Lanka's newly appointed President Ranil Wickremesinghe addresses the Sri Lankan Parliament in Colombo; says the country is in a very difficult situation, we have big challenges ahead: Reuters pic.twitter.com/MP6Is0RGy3

    — ANI (@ANI) July 20, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: କିଏ ହେବ ଶ୍ରୀଲଙ୍କା ରାଷ୍ଟ୍ରପତି ? ଆରମ୍ଭ ହେଲା ଭୋଟିଂ

ଦେଶବାସୀଙ୍କ ତୀବ୍ର ଆକ୍ରୋଶର ଶିକାର ହୋଇ ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାଇବା ପରେ ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ଆଜି ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ମୋଟ ୨୨୩ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ୨୨୩ ଭୋଟରୁ ୨୧୯ଟି ଭୋଟ ବୈଧ ହୋଇଥିଲା ଏବଂ ୪ଟି ନାକଚ ହୋଇଯାଇଥିଲା । ସର୍ବାଧିକ ୧୩୪ ଖଣ୍ଡ ସହ ପ୍ରତିଦ୍ବନ୍ଦୀ ଦୁଲାସ ଅହ୍ଲାପେରୁମାଙ୍କୁ ହରାଇ ରାନିଲ ବିକ୍ରମସିଙ୍ଘେ ଅର୍ଥନୈତିକ ସଙ୍କଟ ମଧ୍ୟରେ ଉବୁଟୁବୁ ଦ୍ବୀପଦେଶ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ନିଜର ବିଜୟକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି, '' ଦେଶ ଜଟିଳ ପରିସ୍ଥିତିରେ ଅଛି । ଆଗକୁ ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଛି ।'' ବିକ୍ରମସିଙ୍ଘେ ପୂର୍ବରୁ ଶ୍ରୀଲଙ୍କାର ୬ ଥର ପ୍ରଧାନମନ୍ତ୍ରୀ ଥିଲେ ।

Last Updated : Jul 20, 2022, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.