ETV Bharat / international

ପୋଲିସ-ପିଟିଆଇ କର୍ମୀ ମୁହାଁମୁହିଁ: ମୁଁ ମରିଗଲେ ବି ଲଢେଇ ଜାରି ରଖିବ କହିଲେ ଇମ୍ରାନ ଖାନ - ପୋଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ

ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ପୋଲିସ ଓ ପିଟିଆଇ କର୍ମୀଙ୍କ ମଧ୍ୟରେ ସଂଘର୍ଷ । ମୁଁ ମରିଗଲେ ବି ଲଢେଇ ଜାରି ରଖିବ କହିଲେ ଇମ୍ରାନ । ଅଧିକ ପଢନ୍ତୁ

ପୋଲିସ ପିଟିଆଇ କର୍ମୀ ମୁହାଁମୁହିଁ
ପୋଲିସ ପିଟିଆଇ କର୍ମୀ ମୁହାଁମୁହିଁ
author img

By

Published : Mar 15, 2023, 10:34 AM IST

ପୋଲିସ ଓ ପିଟିଆଇ କର୍ମୀ ମଧ୍ୟରେ ସଂଘର୍ଷ
ପୋଲିସ ଓ ପିଟିଆଇ କର୍ମୀ ମଧ୍ୟରେ ସଂଘର୍ଷ

ଇସଲାମବାଦ: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୋଲିସ ଗତକାଲି ରାତିରୁ ତାଙ୍କର ଲାହୋର ଜମାନ ପାର୍କ ସ୍ଥିତ ବାସଭବନରେ ପହଞ୍ଚିଥିଲା । ଏହାକୁ ନେଇ ପିଟିଆଇ ନେତାଙ୍କ ବାସଭବନ ବାହାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗିରଫ କରିବାକୁ ଆସିଥିବା ପୋଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଗିରଫଦାରୀ ରୋକିବାକୁ ଇମ୍ରାନଙ୍କ ସମର୍ଥକମାନେ ପୋଲିସକୁ ପଥରମାଡ କରିଛନ୍ତି । ଏହାର ଜବାବରେ ପୋଲିସ ପାଣି ସ୍ପ୍ରେ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଦୀର୍ଘ ୧୧ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ ଓ ପିଟିଆଇ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ଏଭଳି ଉତ୍ତେଜନା ଲାଗି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ''ପୋଲିସ ମତେ ଗିରଫ କରିବାକୁ ଆସିଛି । ଯଦି ମୋତେ ଜେଲ୍ ହୁଏ ଅଥବା ହତ୍ୟା କରାଯାଏ ତାହାହେଲେ ମଧ୍ୟ ତୁମମାନଙ୍କୁ ଲଢେଇ ଜାରି ରଖିବାକୁ ହେବ । ସେମାନେ ଭାବୁଛନ୍ତି ଇମ୍ରାନ ଖାନ ଜେଲ୍ ଚାଲିଗଲେ ଲୋକମାନେ ଶୋଇପଡିବେ । ତୁମମାନଙ୍କୁ ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ହେବ । ନିଜର ଅଧିକାର ପାଇଁ ଲଢେଇ ଲଢିବାକୁ ହେବ ।

ଆହୁରି ମଧ୍ୟ ପିଟିଆଇ ନେତା କହିଛନ୍ତି, ଭଗବାନ ମତେ ସବୁକିଛି ଦେଇଛନ୍ତି । ମୁଁ ତୁମମାନଙ୍କ ଲଢେଇ ଲଢୁଛି । ଜୀବନ ଥିବା ଯାଏଁ ଏହି ଲଢେଇ ଜାରି ରଖିବି । କିନ୍ତୁ ଯଦି ମୋର କିଛି ହୋଇଯାଏ ତେବେ ମୋ ବିନା ତୁମମାନଙ୍କୁ ଏହି ଲଢେଇ ଲଢିବାକୁ ପଡିବ । ତୁମେମାନେ କେବେ ବି ଦାସତ୍ବ ଗ୍ରହଣ କରିବ ନାହିଁ ବୋଲି ପ୍ରମାଣ କରିବାକୁ ହେବ । ଏହାସହିତ ଇମ୍ରାନ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଗିରଫଦାରୀ ଲଣ୍ଡନ ଯୋଜନାର ଏକ ଅଂଶ । ତାଙ୍କୁ ଜେଲ୍ ପଠାଇବାକୁ ଏବଂ ପିଟିଆଇ ଦଳ ଭାଙ୍ଗିବାକୁ ଏକ ଚୁକ୍ତି ହୋଇଛି ।

ଏହାମଧ୍ୟ ପଢନ୍ତୁ: ଆଜି ଗିରଫ ହେବେ ଇମ୍ରାନ ! ବାସଭବନରେ ପୋଲିସ, ବାହାରେ ସମର୍ଥକଙ୍କ ହଙ୍ଗାମା

ଜିଓ ନ୍ୟୁଜ ରିପୋର୍ଟ ଅନୁସାରେ, ଗତକାଲି ରାତିରେ ପୋଲିସ ଓ ପିଟିଆଇ କର୍ମୀ ମଧ୍ୟରେ ସଂଘର୍ଷରେ ପାଖାପାଖି ୩୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଅତିକମରେ ୧୫ ଜଣ ପିଟିଆଇ କର୍ମୀଙ୍କୁ ଉଠାଇ ନେଇଛି । ଏବେ ବି ପରିସ୍ଥିତି ଅଶାନ୍ତ ରହିଥିବା ବେଳେ ଇମ୍ରାନ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.