ETV Bharat / international

ଆଜି ଗିରଫ ହେବେ ଇମ୍ରାନ ! ବାସଭବନରେ ପୋଲିସ, ବାହାରେ ସମର୍ଥକଙ୍କ ହଙ୍ଗାମା - ପାକିସ୍ତାନ ରାଜନୀତି

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ହୋଇପାରନ୍ତି ଗିରଫ । ଲାହୋର ସ୍ଥିତ ବାସଭବନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଏକାଠି ହେବାରେ ଲାଗିଛନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

ଆଜି ଗିରଫ ହେବେ ଇମ୍ରାନ ! ପୁଣି ବାସଭବନରେ ପହଞ୍ଚିଲା ପୋଲିସ

author img

By

Published : Mar 14, 2023, 6:38 PM IST

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଆଜି ରାତି ସୁଦ୍ଧା ଗିରଫ ହୋଇପାରନ୍ତି । ଆଜି ପୁଣି ପୋଲିସ ଟିମ୍‌ ତାଙ୍କ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଛି । ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଓ ଆଜି ରାତି ସୁଦ୍ଧା ତାଙ୍କୁ ଗିରଫ କରାଯାଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ପୋଲିସ ଫୋର୍ସ ପହଞ୍ଚିବା ପରେ ଇମ୍ରାନଙ୍କ ବାସଭବନ ବାହାରେ ପିଟିଆଇ କର୍ମୀ ଓ ସମର୍ଥକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ପୋଲିସ ଫୋର୍ସକୁ ସେମାନେ ଇମ୍ରାନଙ୍କ ବାସଭବନରେ ପ୍ରବେଶ କରିବାକୁ ଦେଉନଥିବା ନେଇ ମଧ୍ୟ ସୂଚନା ମିଳିଛି ।

ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଇମ୍ରାନଙ୍କ ନାମରେ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ବାନାକୁ ମାର୍ଚ୍ଚ 16 ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ପାକିସ୍ତାନର ଏକ କୋର୍ଟ । ଗତବର୍ଷ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଜଣେ ମହିଳା ଜିଲ୍ଲା ଓ ଶେସନ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ମାମଲା ରୁଜୁ ହେବା ସହ କୋର୍ଟର ଶୁଣାଣି ପ୍ରକ୍ରିୟାରେ ସହଯୋଗ ନକରିବା କାରଣରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବନା ଜାରି କରାଯାଇଥିଲା । ଯେଉଁଥିରେ ଇମ୍ରାନ ଖାନ 16 ତାରିଖ ପର୍ଯ୍ୟନ୍ତ ଗିରଫଦାରୀରୁ ଆଶ୍ବସ୍ତି ପାଇଛନ୍ତି । କିନ୍ତୁ ତୋଷଖାନା ଭ୍ରଷ୍ଟାଚାର ମାମଲାରେ ଆଜି ତାଙ୍କୁ ଗିରଫ କରାଯାଇପାରେ ।

70 ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଓକିଲ କହିଛନ୍ତି, ଏହି ମାମଲାରେ ଇମ୍ରାନ ବାସଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଉପସ୍ଥିତ ରହିବେ । ବରିଷ୍ଠ ସିଭିଲ ଜଜ୍‌ ରାଣା ମୁଜାହିଦ ରହିମ ଇମ୍ରାନଙ୍କ ଓକିଲଙ୍କ ଏହି ଆବେଦନକୁ ଅଗ୍ରାହ୍ୟ କରିବା ସହ ଇମ୍ରାନଙ୍କୁ 29 ମାର୍ଚ୍ଚ ମଧ୍ୟରେ କୋର୍ଟରେ ପ୍ରତ୍ୟେକ୍ଷ ହାଜର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଇମ୍ରାନ ଜିଲ୍ଲା କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ଇମ୍ରାନଙ୍କ ସୁରକ୍ଷା କାରଣରୁ ତାଙ୍କୁ ଭର୍ଚ୍ଚୁଆଲି କୋର୍ଟରେ ହାଜର ହେବା ପାଇଁ ଅନୁମତି ମିଳୁ ବୋଲି ତାଙ୍କ ଓକିଲ ଦାବି କରିଥିଲେ । ଯାହା ଜିଲ୍ଲା ଜିଲ୍ଲା କୋର୍ଟ ଗ୍ରହଣ କରିଥିଲେ ।

ତୋସାଖାନା ମାମଲା ସମ୍ପର୍କରେ:-2018 ରେ କ୍ଷମତାକୁ ଆସି ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଇମ୍ରାନ ଖାନ ବିତ୍ତଶାଳୀ ଆରବ ଶାସକମାନଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ଏହି ସବୁ ବହୁମୂଲ୍ୟ ଉପହାର ପାକିସ୍ତାନର ତୋଶଖାନରେ ଜମା କରାଯାଇଥିଲା । ପାକିସ୍ତାନର ନିୟମ ଅନୁସାରେ ଏହା ସରକାରୀ ସମ୍ପତ୍ତି । ପରେ ସେଥିରେ ଦୁର୍ନୀତି ହୋଇଥିବା ଓ ଚଞ୍ଚକତା କରି ଏହାକୁ ଉଚ୍ଚଦରରେ ନିଲାମ କରାଯାଇଥିବା ଅଭିଯୋଗ ଆସିଥିଲା । ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କ ବିରୋଧରେ ଏହି ମାମଲା ଆରମ୍ଭ ହୋଇଥିଲା ।

୨୦୧୮ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ ରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପଦ ହରାଇବାକୁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ସେନା ତାଙ୍କୁ ପରୋକ୍ଷରେ ଗାଦିଚ୍ୟୁତ କରିଥିବା ମଧ୍ୟ କୁହାଯାଏ । ହେଲେ କ୍ଷମତାରୁ ହଟିବା ପରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି । ତାଙ୍କୁ ଥରେ ହତ୍ୟା ଉଦ୍ୟମ ମଧ୍ୟ ହୋଇସାରିଛି । ଆଜି ଏହି ମାମଲାରେ ଏକ ପୋଲିସ ଟିମ ତାଙ୍କ ବାସଭବନରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ କିମ୍ବା ରାତି ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରି ଇସଲାମାବାଦ ନେଇପାରେ ବୋଲି ସୂଚନା ମିଳିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ କ୍ଷମତାଚ୍ୟୁତ ହେବା ପରେ ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ମାମଲା ରୁଜୁ ହୋଇଛି । ବିଭିନ୍ନ ଅପରାଧିକ ଓ ଆର୍ଥିକ ହେରଫେର ମାମଲାରେ ପାକିସ୍ତାନ ପେନାଲ କୋଡ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଆକ୍ଟ ଅନୁସାରେ ଏହି ମାମଲାଗୁଡିକ ରୁଜୁ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.