ETV Bharat / international

ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗ, କୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ - ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

କୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

arrest warrants issued against Imran khan
ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
author img

By

Published : Mar 13, 2023, 6:37 PM IST

ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । କୌଣସି ମୂହୁର୍ତ୍ତରେ ମଧ୍ୟ ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇସଲାମାବାଦ କୋର୍ଟର ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ୱାରେଣ୍ଟ ଜାରି ହେବା ମାତ୍ରେ ପୋଲିସ ଉମ୍ରାନ ଖାନଙ୍କୁ ଗିରଫ କରିବାକୁ ଯାଇଛି । ତେଣୁ କୌଣସି ମୂହୁର୍ତ୍ତରେ ମଧ୍ୟ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଲଗାତାର ଖବର ପ୍ରସାରିତ ହେବାରେ ଲାଗିଛି ।

ସୋମବାର ଅପରାହ୍ନରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଲେଟ ପ୍ରୁଫ କାରରେ ଘରୁ ବାହାରକୁ ଯାଉଥିବାର ନଜର ଆସିଥିଲେ । ଅନ୍ୟପଟେ ମାର୍ଚ୍ଚ ୧୮ରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଇସଲାମାବାଦର ଅତିରିକ୍ତ ଅଧିବେଶନ କୋର୍ଟ ଆଜି(ସୋମବାର) ତୋସଖାନା ମାମଲାରେ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ବଳବତ୍ତର ରଖିଛନ୍ତି । ଇମ୍ରାନଙ୍କ ଗିରଫଦାରୀ ମାମଲାରେ ଇସଲାମାବାଦ ପୋଲିସ ଲାହୋର ପୋଲିସଠାରୁ ସାହାଯ୍ୟ ମାଗିଥିଲା । ଗିରଫଦାରୀ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଭାରତକୁ ବନ୍ଧୁ ରାଷ୍ଟ୍ର କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ପରେ ବଦଳାଇଲେ ମତ

ପ୍ରକାଶ ଥାଉକି, ଏହା ପୂର୍ବରୁ ତୋସାଖାନା ମାମଲାରେ ଇମ୍ରାନ ଅଭିଯୁକ୍ତ ଥିବା ବେଳେ ଶୁଣାଣିରେ କୋର୍ଟରେ ଅନୁପସ୍ଥିତ ରହିଥିଲେ । ଫଳରେ ତାଙ୍କ ନାମରେ ଇସଲାମାବାଦ ଶେସନ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ । କୋର୍ଟରୁ ପୋଲିସକୁ ଗିରଫଦାରୀ ପାଇଁ ନିର୍ଦ୍ଦେଶ ମିଳିବା ପରେ ଇସଲାମାବାଦ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଥିଲା । ମାତ୍ର ତାଙ୍କୁ ଗିରଫ କରାଯାଇନଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Toshakhana case: ସଂଧ୍ୟା ସୁଦ୍ଧା ଗିରଫ ହେବେ ଇମ୍ରାନ ! ଲାହୋରସ୍ଥିତ ବାସଭବନରେ ଇସଲାମାବାଦ ପୋଲିସ

2018ରେ କ୍ଷମତାକୁ ଆସି ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଇମ୍ରାନ ଖାନ ଧନୀ ଆରବ ଶାସକମାନଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ଏହି ସବୁ ବହୁମୂଲ୍ୟ ଉପହାର ପାକିସ୍ତାନର ତୋସଖାନରେ ଜମା କରାଯାଇଥିଲା । ପାକିସ୍ତାନର ନିୟମ ଅନୁସାରେ ଏହା ସରକାରୀ ସମ୍ପତ୍ତି ଅଟେ । ପରେ ସେଥିରେ ଦୁର୍ନୀତି ହୋଇଥିବା ଓ ଚଞ୍ଚକତା କରି ଏହାକୁ ଉଚ୍ଚଦରରେ ନିଲାମ କରାଯାଇଥିବା ଅଭିଯୋଗ ଆସିଥିଲା । ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କ ବିରୋଧରେ ଏହି ମାମଲା ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.