ETV Bharat / international

Pakistan Economic Crisis: ଦେବାଳିଆ ସ୍ଥିତିରେ ପାକିସ୍ତାନ, ତଥାପି ଯାଇନି କାଶ୍ମୀର ଲୋଭ - କାଶ୍ମୀର

ପଡୋଶୀ ଦେଶ ପାକିସ୍ତାନରେ ଦେଖାଦେଇଛି ଘୋର ଆର୍ଥିକ ସଙ୍କଟ । ଦେଶରେ ଅହେତୁକ ଦରଦାମ ବୃଦ୍ଧି ହେବା ପରେ ଅସ୍ତବ୍ୟସ୍ତ ଦେଶବାସୀ । ସେପଟେ ପାକିସ୍ତାନ ଅଧିକୃତ କାଶ୍ମୀରର ଜନତା ଭାରତରେ ମିଶିବା ଲାଗି ଅନୁରୋଧ କରୁଥିବା ବେଳେ ଏପଟେ ଦେବାଳିଆ ସ୍ଥିତିରେ ପାକିସ୍ତାନ ସରକାରଙ୍କ ଯାଇନି କାଶ୍ମୀର ଲୋଭ । ମିଳିତ ଜାତିସଂଘର ସାଧାରଣ ସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ତେବେ ଏହାରି ଉପରେ ପଢନ୍ତୁ ଇଟିଭି ଭାରତର ଏହି ସମ୍ପାଦକୀୟ ।

Pakistan economic crisis
Pakistan economic crisis
author img

By

Published : Feb 24, 2023, 10:38 PM IST

ହାଇଦ୍ରାବାଦ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ । ଦେଶରେ ଲୋକେ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ବେଳେ ରାଷ୍ଟ୍ର ଏକପ୍ରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛି । ସ୍ଥିତି ଏପରି ହୋଇଛି ଯେ ଦେଶ ଏବେ ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ସେପଟେ ପାକିସ୍ତାନରେ ଶରଣ ପଶିବା ଲାଗି ଚାହୁଁଥିବା କାଶ୍ମୀର ବିଚ୍ଛିନତାବାଦୀଙ୍କ ପକ୍ଷେ ଏବେ ଏହା କାଠିକର ପାଠ ହୋଇଛି । ଏହି ବିଚ୍ଛିନତାବାଦୀମାନେ ସର୍ବଦା ଭାରତ ବିରୋଧରେ ରହିଆସିଛନ୍ତି । ଏତେ ପରେ ବି ପଡୋଶୀ ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗ UNGAରେ ଉଠାଇଛି ।

କାଶ୍ମୀର ବିଚ୍ଛିନତାବାଦୀଙ୍କୁ ସମର୍ଥନ କରି କରି ଆଜି ପାକିସ୍ତାନ ଦୟନୀୟ ସ୍ଥିତିରେ ପହଞ୍ଚିଛି । ପାକିସ୍ତାନ ୧୯୭୧ ମସିହା ଝଟକାକୁ ଆଜି ବି ଭୁଲି ପାରିନାହିଁ। ଆଜି ବି ଭାରତଠାରୁ ପ୍ରତିଶୋଧ ନେବା ଲାଗି ସୁଯୋଗ ଖୋଜୁଛି ପାକିସ୍ତାନ । ଏହି ଉଦ୍ଦେଶ୍ୟରେ ସେ କାଶ୍ମୀରରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରିଆସୁଛି । ୧୯୭୧ ମସିହାରେ ପାକିସ୍ତାନକୁ ୨ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ବାଂଲାଦେଶ ଜନ୍ମ ନେଇଥିଲା । ଏଥିରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା । ଏହାପରେ କ୍ରୋଧରେ ଜର୍ଜରିତ ହୋଇ ପାକିସ୍ତାନୀ ଶାସକମାନେ କାଶ୍ମୀର ବ୍ୟତୀତ ଖଲିସ୍ତାନୀମାନଙ୍କୁ ଉସୁକାଇବା ଆରମ୍ଭ କଲେ । ଖଲିସ୍ତାନୀ ଶିଖମାନେ ମଧ୍ୟ ଏବେ ଅଲଗା ଦେଶ ପାଇଁ ଦାବି କରୁଛନ୍ତି । କିନ୍ତୁ ଏତେ ସବୁ ପରେ ମଧ୍ୟ ଆଜି ପାକିସ୍ତାନ କୌଣସି ଗୋଟିଏରେ ବି ସଫଳ ହୋଇପାରିନାହିଁ ।

ପାକିସ୍ତାନରେ କାଶ୍ମୀର ଫ୍ୟାକ୍ଟର ମଧ୍ୟ ଏକ ରଣନୀତି । ଏଠାକାର ଶାସକ ଓ ବିଚ୍ଛିନତାବାଦୀମାନଙ୍କୁ ଅଲଗା କାଶ୍ମୀର ଲାଗି ଦାବି କରିବା ଲାଗି ଉସକାଇବା କାର୍ଯ୍ୟ କରିଥାଏ ପାକିସ୍ତାନ ଏବଂ ସଫଳ ମଧ୍ୟ ହୋଇଥାଏ । ସେଠାକାର ଅଧିକାଂଶ ନେତା ପାକିସ୍ତାନର ରଣନୀତି ଆପଣାଇଥାନ୍ତି । ଯଦି ବି କୌଣସି ନେତା ଏହାକୁ ବିରୋଧ କରନ୍ତି, ତେବେ ସେଠାକାର ଜନତାଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି । ଏବେ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମଧ୍ୟ ସ୍ବର୍ଗପୁରୀ କାଶ୍ମୀରକୁ ହାସଲ କରିବା ଲାଗି ନିଜର ଅପଚେଷ୍ଟା ଜାରି ରଖିଛି ।

ଗତକାଲି (ଫେବୃଆରୀ ୨୩)ରେ ପାକିସ୍ତାନ ନିଜ ଆର୍ଥିକ ସଙ୍କଟକୁ ଏଡାଇ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । କାଶ୍ମୀର ଏହା ଭୁଲାଯାଇଛି ଯେ ଏହି ରଣନୀତି ଲାଗି ଆଜି ଦେଶରେ ଦେଖାଦେଇଛି ଘୋର ସଙ୍କଟ । ଅନ୍ତରୀଣ ଓ ବାହ୍ୟ ବିବାଦ ଯୋଗୁଁ ଆଜି ପାକିସ୍ତାନର ରାଜସ୍ବ ଖାଲି ହେବାରେ ଲାଗିଛି । ଆର୍ଥିକ ସଙ୍କଟକୁ ଅଣଦେଖା କରି ପାକିସ୍ତାନ ଲଗାତାର ଭାବେ ପ୍ରତିରକ୍ଷା ବିଭାଗ ଲାଗି ବିପୁଳ ପାଣ୍ଠି ଖର୍ଚ୍ଚ କରୁଛି । ଅନ୍ୟପଟେ ୟୁନାଇଟେଡ ଜିହାଦ ପରିଷଦ, କାଶ୍ମୀରରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀର ସର୍ବୋଚ୍ଚ ଗୋଷ୍ଠୀ ମୁଖ୍ୟତଃ ପାକିସ୍ତାନରୁ କାର୍ଯ୍ୟ କରିଥାଏ । ପରିଷଦର ନେତା ସୟଦ ସଲାହୁଦ୍ଦିନ ଗତ ୨୦ବର୍ଷ ଧରି ସେଠାରେ ରହିଆସୁଥିଲେ।

ଏହି ପରିଷଦର ଉଦ୍ଦେଶ୍ୟ ହେଉଛି କାଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା । ପରେ JKLF, ହିଜବୁଲ, ତେହେରିକ ଅଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀଙ୍କ ମଧ୍ୟରେ ଅନେକ ଦଳ ମଧ୍ୟ ଗଠନ କରାଯାଇଥିଲା । ବର୍ତ୍ତମାନ ଏହି ଦଳଗୁଡ଼ିକ ଅର୍ଥ ଆବଶ୍ୟକତା କରୁଛନ୍ତି । ଏପରି ସ୍ଥିତିରେ ପାକିସ୍ତାନ ସେମାନଙ୍କୁ ଟଙ୍କା ଦେବା ପାଇଁ ସର୍ବଦା ଚିନ୍ତିତ ରହୁଥିବା ବେଳେ ନାଗରିକମାନଙ୍କୁ ସୁବିଧା ଯୋଗାଇବା ପାଇଁ ନଥିବା ଦେଖିବାକୁ ମିଳିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଚିନ୍ତାଜନକ ରହିଥିବା ବେଳେ ପୁରା ଦେଶରେ ଦରଦାମ ଅହେତୁକ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଆତଙ୍କବାଦୀମାନଙ୍କୁ ପାକିସ୍ତାନ କିପରି ସହାୟତା ଯୋଗାଇବ, ତାହା ଏବେ ପଡୋଶୀ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜଣେ ସାଧାରଣ ପାକିସ୍ତାନ ନାଗରିକ ଲାଗି ଏହି ପରିସ୍ଥିତି ସହିତ ଲଢେଇ କରିବା କଷ୍ଟକର ହୋଇପଡ଼ିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଗରିବ ରେଖା ତଳେ ରହୁଥିବା ଲୋକଙ୍କ ଭିକ୍ଷା ବୃତ୍ତି କରିବା ଭଳି ପରିସ୍ଥିତି ଉପୁଜିଛି । ପାକିସ୍ତାନରେ କ୍ଷୀର ଲିଟର ପିଛି ୨୫୦ ଟଙ୍କା ରହିଥିବା ବେଳେ ଚିକେନ ୧କେଜିକୁ ରହିଛି ୭୮୦ ଟଙ୍କା । ସେହିପରି ପେଟ୍ରୋଲ ଲିଟର ପିଛା ୨୭୨ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ରହିଛି ୨୮୦ ଟଙ୍କା । ଲୋକେ ମାସିକ ଦରମାରେ ଚଳିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ସେପଟେ IMF ନିର୍ଦ୍ଦେଶକ କ୍ରିଷ୍ଟଲିନ ଜାର୍ଗିବା ପାକିସ୍ତାନ ଆଗରେ ଅନେକ ସର୍ତ୍ତ ରଖିଛନ୍ତି । ସେ ଟିକସ ବଢାଇବା ଲାଗି କହିଛନ୍ତି । ଯେଉଁ ନାଗରିକ ଅଧିକ ଦରମା ପାଉଛନ୍ତି ସେମାନଙ୍କ ଉପରେ ଅଧିକ ଟିକସ ଲଗାଇବା ପାଇଁ କୁହାଯାଇଛି ।

ବିଲାଲ ଭଟ୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.