ETV Bharat / international

Pakistan Economic Crisis: ଆର୍ଥିକ ସଂକଟ କାରଣରୁ ସ୍କୁଲ ଛାଡୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ - ପାକିସ୍ତାନରେ ଆର୍ଥିକ ସଂକଟ

ପାକିସ୍ତାନରେ ଦେଖାଦେଇଛି ଘୋର ଆର୍ଥିକ ସଂକଟ । ଦେଶରେ ଅହେତୁକ ଦରବୃଦ୍ଧି ଯୋଗୁଁ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆର୍ଥିକ ସଂକଟ ଯୋଗୁଁ ଅନେକ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିସାରିଲେଣି । ଅଧିକ ପଢ଼ନ୍ତୁ

Pakistan Economic Crisis
ପାକିସ୍ତାନରେ ଆର୍ଥିକ ସଂକଟ
author img

By

Published : Mar 13, 2023, 6:10 PM IST

ଇସଲାମାବାଦ: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଲୋକଙ୍କ ପାଖରେ ରୋଜଗାର ନଥିବାରୁ ସବୁଠି ହାହାକାର । ଦେଶରେ ଲୋକ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ବେଳେ ରାଷ୍ଟ୍ର ଏକ ପ୍ରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛି । ସ୍ଥିତି ଏପରି ଯେ, ଦେଶ ଗରିବୀ ଦିଗକୁ ମୁହାଁଇଲାଣି । ଲୋକଙ୍କ ଆର୍ଥିକ ସଂକଟ ଯୋଗୁଁ ଅନେକ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ମୁଦ୍ରାସ୍ଫୀତି ବୃଦ୍ଧି, ଖାଦ୍ୟ ସାମଗ୍ରୀ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହେତୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରି ଦିଆଯାଉଛି । ପିଲାଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ପାଇଁ ହଜାର ହାଜର ଅଭିଭାବକ ସଂଘର୍ଷ କରୁଛନ୍ତି ।

ଦେଖାଦେଇଥିବା ଆର୍ଥିକ ସଂକଟ ଯୋଗୁଁ ଅନେକ ଅଭିଭାବକ ନିଜ ପିଲାଙ୍କୁ କାମ କରିବାକୁ ବାଧ୍ୟ କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ଅନେକ ପିଲାଙ୍କ ପାଇଁ ସ୍କୁଲରେ ପାଠ ପଢ଼ିବା ଏକ ବିଳାସପୂର୍ଣ୍ଣ ଜୀବନ ସଦୃଶ। କାରଣ ଦେଶର ସ୍ଥିତି ବର୍ତ୍ତମାନ ଶ୍ରୀଲଙ୍କା ପରି ଗତି କରୁଛି । ଏଠାରେ ଅନେକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ପ୍ରାଥମିକତା ଅଟେ । ୨୦୧୮ରେ ହ୍ୟୁମାନ ରାଇଟ୍ସ ୱାଚ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ପ୍ରାୟ ୨୨.୫ ନିୟୁତ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଳିକା ଅଟନ୍ତି । ଏହି ସଂଖ୍ୟା କୋଭିଡ ମହାମାରୀ ପୂର୍ବରୁ ରହିଥିଲା । କିନ୍ତୁ ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ବିଗିଡିଯିବା ଯୋଗୁଁ ପିଲାମାନେ କ୍ରମାଗତ ଭାବେ ସ୍କୁଲ ଛାଡୁଛନ୍ତି ।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଚାହିଦା ପୂରଣ କରିବା ପାଇଁ ଶେହବାଦ ସରିଫ ସରକାର ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି । ଫେବୃଆରୀରେ ପାକିସ୍ତାନର ଗ୍ରାହକ ମୂଲ୍ୟ ମୁଦ୍ରାସ୍ଫୀତି ୩୧.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ୧୯୭୪ ପର ଠାରୁ ସର୍ବାଧିକ ହାର ରହିଛି । ସ୍ଥାନୀୟ ମୁଦ୍ରା ମୂଲ୍ୟରେ ଦ୍ରୁତ ହ୍ରାସ ଯୋଗୁଁ ଏହି ସଙ୍କଟ ଜଟିଳ ହେବାରେ ଲାଗିଛି । ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ, ସରକାର ଗରିବଙ୍କୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଏହସାସ ରାସନ କାର୍ଯ୍ୟକ୍ରମ ଏବଂ ଏହସାସ କଫଲାତ କାର୍ଯ୍ୟକ୍ରମ ଭଳି ସବସିଡି ଯୋଜନା ଚଳାଉଛନ୍ତି । ମାତ୍ର ଏଥିରେ ସେତିକି ମାତ୍ରାରେ ସଫଳତା ମିଳୁନାହିଁ । ଗତ ବର୍ଷ ଭୟଙ୍କର ବନ୍ୟା ପରିସ୍ଥିତି ଆର୍ଥିକ ସଂକଟଙ୍କୁ ଆହୁରି ବୃଦ୍ଧି କରିଛି । ୟୁନିସେଫର ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଦୂଷିତ ଏବଂ ବନ୍ୟାଞ୍ଚଳରେ ରହୁଛନ୍ତି । ଯାହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.