ETV Bharat / international

ନେପାଳ ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ଶାସକ ଦଳ ନେତା

ନେପାଳର ଶାସକଦଳ କମ୍ୟୁନିଷ୍ଟ ପାର୍ଟି ଆଭ୍ୟନ୍ତରୀଣ ବିବାଦରେ ଧିରେ ଧିରେ ଫସିବାରେ ଲାଗିଛି । ଦଳ ଭିତରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ଦଳ ଭିତରେ ନେତାମାନେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଇସ୍ତଫା ଦାବି କରିବା ଆରମ୍ଭ କରିଛନ୍ତି।

author img

By

Published : Jun 25, 2020, 12:51 PM IST

ନେପାଳ ରାଜନୀତି
ନେପାଳ ରାଜନୀତି

କାଠମାଣ୍ଡୁ: ନେପାଳର ଶାସକଦଳ କମ୍ୟୁନିଷ୍ଟ ପାର୍ଟି ଆଭ୍ୟନ୍ତରୀଣ ବିବାଦରେ ଧିରେ ଧିରେ ଫସିବାରେ ଲାଗିଛି । ଦଳ ଭିତରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ଦଳ ଭିତରେ ନେତାମାନେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଇସ୍ତଫା ଦାବି କରିବା ଆରମ୍ଭ କରିଛନ୍ତି। ସବୁଠାରୁ ଆଗରେ ରହିଛନ୍ତି ପୁଷ୍ପ କମଲ ଦହଲ ଉର୍ଫ ପ୍ରଚଣ୍ଡ, ଯିଏ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଲି ପ୍ରତ୍ୟେକ ଦିଗରେ ବିଫଳ ହୋଇଛନ୍ତି, ତେଣୁ ସେ ଇସ୍ତଫା ଦିଅନ୍ତୁ। ପ୍ରଚଣ୍ଡ ମଧ୍ୟ କମ୍ୟୁନିଷ୍ଟ ଦଳର ଅଧ୍ୟକ୍ଷ ଓ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ।

ଯଦି ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ନ ଦିଅନ୍ତି ତେବେ ଦଳକୁ ବିଭାଜିତ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଓଲିଙ୍କ ସହ ଦଳର ଏକତା ଉପରେ ସେ ଅନୁତାପ କରୁଛନ୍ତି ଓ ଏହି ଏକତା ହେଉଛି ତାଙ୍କର ସବୁଠାରୁ ବଡ ରାଜନୈତିକ ଭୁଲ। ତେବେ ପ୍ରଚଣ୍ଡଙ୍କୁ ଦଳର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ମଧ୍ୟ ରହିଛି। ଓଲିଙ୍କ ଇସ୍ତଫା ସପକ୍ଷରେ ମାଧବ ନେପାଳ ଓ ଝଲନାଥ ଖନାଲ ମଧ୍ୟ ଅଛନ୍ତି।

ଅନ୍ୟପକ୍ଷରେ ନେପାଳର ମୁଖ୍ୟ ବିରୋଧୀ ଦଳ ନେପାଳ କଂଗ୍ରେସର ସାଂସଦମାନେ ଲୋକସଭାରେ ଏକ ସଂକଳ୍ପ ଦାଖଲ କରିଛନ୍ତି । ଏଥିରେ ଚୀନ ଅଧିକୃତ ନେପାଳୀ ଜମି ଫେରସ୍ତ କରିବାକୁ ଓ ସଂସଦକୁ ଅଧିକୃତ ଜମିର ସ୍ଥିତି ବିଷୟରେ ଜଣାଇବାକୁ କହିଛନ୍ତି। ନେପାଳ କଂଗ୍ରେସ ସାଂସଦ ଦେବେନ୍ଦ୍ର ରାଜ କଣ୍ଡେଲ, ସତ୍ୟନାରାୟଣ ଶର୍ମା ଖନାଲ ଓ ସଞ୍ଜୟ କୁମାର ଗୌତମ ମିଳିତ ଭାବେ ଲୋକସଭାର ସଚିବାଳୟରେ ଏହି ଆବେଦନ କରିଛନ୍ତି।

ପ୍ରସ୍ତାବରେ ଦର୍ଶାଯାଇଛି ଯେ ନେପାଳ ଓ ଚୀନ ମଧ୍ୟରେ 1414. 88 କିଲୋମିଟର ସୀମା ଅଛି। ଏହି ସୀମାନ୍ତ ଅଞ୍ଚଳର ଅନେକ ଅଞ୍ଚଳ ଚୀନ ପକ୍ଷରୁ କବଜା କରାଯାଇଛି। ରିଜୋଲ୍ୟୁସନ୍ ଚିଠିରେ କୁହାଯାଇଛି ଯେ ଚୀନ ସୀମାରେ 98 ସ୍ତମ୍ଭ ଭାଙ୍ଗି ନେପାଳର ଅଞ୍ଚଳ ଦଖଲ କରିଛି।

ପ୍ରକାଶଥାଉକି, ଗତ କିଛି ଦିନ ହେବ ନେପାଳ କ୍ରମାଗତ ଭାବରେ ଭାରତ ବିରୋଧୀ ଏଜେଣ୍ଡା ଚଳାଉଛି। ପ୍ରଥମେ ସେ ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନ ପରେ ନାଗରିକତ୍ବ ସଂଶୋଧନ ବିଲ ଆଗତ ଓ ଭାରତ-ନେପାଳ ସୀମାରେ ଥିବା ପୂର୍ବ ଚମ୍ପାରନରେ ବନ୍ଧ ନିର୍ମାଣରେ ପ୍ରତିବନ୍ଧକ ଲଗାଇଛି ନେପାଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.