ETV Bharat / international

ନେପାଳ ରାଷ୍ଟ୍ରପତି ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି

author img

By

Published : Jun 17, 2023, 10:25 AM IST

ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ନେପାଳ ରାଷ୍ଟ୍ରପତି । ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଅଧିକ ପଢନ୍ତୁ

Nepal President Paudel hospitalised
Nepal President Paudel hospitalised

କାଠମାଣ୍ଡୁ: ଛାତିରେ ଯନ୍ତ୍ରଣା ହେବାରୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ । କିଛି ଦିନ ପୂର୍ବରୁ ସେ ଚିକିତ୍ସିତ ହୋଇ ହସ୍ପିଟାଲରୁ ଫେରିଥିଲେ । ଆଜି (ଶନିବାର) ସକାଳ ସମୟରେ ପୁଣି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ୟୁନିଭରସିଟି ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତୀର ଦଳ ରାଷ୍ଟ୍ରପତିଙ୍କୁ ଚିକିତ୍ସା କରୁଛନ୍ତି । ଚଳିତ ସପ୍ତାହରେ ଦ୍ବିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରାମଚନ୍ଦ୍ର ପୌଡେଲ।

ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଆଜି ସକାଳ ତ୍ରିବୁଭାନ ୟୁନିଭରସିଟି ଟିଚିଂ ହସ୍ପିଟାଲର ମନମୋହନ କାର୍ଡିଓଥୋରାସିକ୍ ଭାସ୍କୁଲାର ଏବଂ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ଚିରଞ୍ଜିବ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମ ଏଜେନ୍ସିକୁ ସୂଚନା ଦେଇଛନ୍ତି । ସକାଳେ ଅସୁସ୍ଥ ଅନୁଭବ କରିବାରୁ ଟିୟୁଟିଏଚ ହସ୍ପିଟାଲକୁ ରାଷ୍ଟ୍ରପତିଙ୍କୁ ନିଆଯାଇଥିଲା । ଯାହା ରାମଚନ୍ଦ୍ର ପୌଡେଲଙ୍କ ବାସଭବନ ଠାରୁ ଏକ କିଲୋମିଟର ଦୂରରେ ରହିଛି । ପରେ ମନମୋହନ କାର୍ଡିଓଥୋରାସିକ୍ ଭାସ୍କୁଲାର ଏବଂ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରକୁ ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଛାତିରେ ଯନ୍ତ୍ରଣା, ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ନେପାଳ ରାଷ୍ଟ୍ରପତି

ଗତ ଜୁନ 13 ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ । ରାଜଧାନୀ କାଠମାଣ୍ଡୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶହୀଦ ଗଙ୍ଗାଲାଲ ନ୍ୟାସନାଲ ହାର୍ଟ ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ରାଷ୍ଟ୍ରପତିଙ୍କୁ VIP 6 ନମ୍ବର କ୍ୟାବିନର 254 ବେଡରେ ରଖାଯାଇଥିଲା । ଏକାଧିକ ହୃଦରୋଗ ବିଶେଷଜ୍ଞଙ୍କୁ ନେଇ ଏକ ଡକ୍ତରୀ ଟିମ ମଧ୍ୟ ଗଠନ କରାଯାଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ-ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର, ଆଜି ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ନେପାଳ ରାଷ୍ଟ୍ରପତି

ଏହା ପୂର୍ବରୁ ଏପ୍ରିଲ ମାସରେ ନେପାଳ ରାଷ୍ଟ୍ରପତି ପୌଡେଲ ଚିକିତ୍ସା ପାଇଁ ଭାରତ ଆସିଥିଲେ । ସେ ଅସୁସ୍ଥ ହୋଇପଡିବା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ସେତେବେଳେ କାଠମାଣ୍ଡୁର ତ୍ରିଭୂବନ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରେଫର କରାଯାଇଥିଲା । ଏପ୍ରିଲ 5 ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେବାର 4 ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.