ETV Bharat / international

ଶେଷ ମୁହୂର୍ତ୍ତରେ NASA Artemis I ଲଞ୍ଚ ସ୍ଥଗିତ - ଉତକ୍ଷେପଣ ବନ୍ଦ କଲା ନାସା

ଶେଷ ମୁହୂର୍ତ୍ତରେ NASA Artemis I moon mission ଲଞ୍ଚ ସ୍ଥଗିତ । ଇଞ୍ଜିନରେ ତ୍ରୁଟି ଥିବା ଜଣାପଡିବା ପରେ ସ୍ଥଗିତ ରହିଲା ଉତକ୍ଷେପଣ ମିଶନ । ଦେଖିବା ପାଇଁ ଫ୍ଲୋରିଡା ଯାଇଥିଲେ ଉପ ରାଷ୍ଟ୍ରପତି କମଲା ହାରିଶ । ସେପ୍ଟେମ୍ବରରେ ହୋଇପାରେ ପୁନଃ ଉତକ୍ଷେପଣ । ଅଧିକ ପଢନ୍ତୁ

ଶେଷ ମୁହୂର୍ତ୍ତରେ NASA Artemis I ଲଞ୍ଚ ସ୍ଥଗିତ

author img

By

Published : Aug 29, 2022, 9:03 PM IST

ୱାଶିଂଟନ: ଆଜି (ସୋମବାର) ମହାକାଶକୁ ଉତକ୍ଷେପଣ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସି (America Space Agency) ନାସାର ଚନ୍ଦ୍ର ରକେଟ Artemis I ର ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ କରାଯାଇଛି (NASA postpones launch of Artemis I moon mission )। ଶେଷ ମୁହୂର୍ତ୍ତରେ ରକେଟର ଇଞ୍ଜିନରେ ତ୍ରୁଟି ଥିବା ସ୍ପଷ୍ଟ ହେବା ପରେ ଏହାର ଉତକ୍ଷେପଣକୁ ସ୍ଥଗିତ କରାଯାଇଛି । ମିଶନ ବାତିଲ ହେବା ପରେ ବିଶେଷଜ୍ଞ ଟିମ ରକେଟର ସୂଚନା ଏକତ୍ରୀକରଣ କାର୍ଯ୍ୟ ଜାରି ରଖିଛନ୍ତି । ଚନ୍ଦ୍ରକୁ ଏହି ମାନବବିହୀନ ଉଡ଼ାଣ ମିଶନରେ ଅଂଶବିଶେଷ ଏହି ଉତକ୍ଷେପଣକୁ ସେପ୍ଟେମ୍ବର 2 କିମ୍ବା 5 ତାରିଖରେ ପୁନର୍ବାର ଲଞ୍ଚ କରାଯିବା ନେଇ ସମୟ ଧାର୍ଯ୍ୟ କରିପାରେ NASA।

  • NASA’s Artemis 1 launch is currently put on unplanned hold as the team works on an issue with engine number 3 on the Space Launch System core stage: NASA

    Artemis I mission’s aim is to put the rocket in deep-space orbit to start the expedition of human exploration on the moon. pic.twitter.com/3stGS3T6Ex

    — ANI (@ANI) August 29, 2022 " class="align-text-top noRightClick twitterSection" data=" ">

ଏହି ଐତିହାସିକ ରକେଟ୍ ଉତକ୍ଷେପଣ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ହେବାର ଥିଲା । ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସଙ୍କ ସମେତ ହଜାର ହଜାରେ ସାଧାରଣ ଆମେରିକୀୟ ଏହି ଐତିହାସିକ ଉତକ୍ଷେପଣକୁ ଦେଖିବା ପାଇଁ ଫ୍ଲୋରିଡାରେ ଏକାଠି ହୋଇଥିଲେ । ଆମେରିକାର ଆପୋଲୋ 17 ମିଶନର 50 ବର୍ଷ ପରେ ଏହି ମିଶନ ଆରମ୍ଭ କରିଛି ନାସା । ସମଗ୍ର ଆମେରିକାରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ସାରା ବିଶ୍ବର ମହାକାଶ ଗବେଷଣାରେ ଆଗୁଆ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନେ ମଧ୍ୟ ଏହି ମିଶନର ଫଳାଫଳ ଉପରେ ନଜର ରଖିଥିଲେ । ତେବେ ଶେଷ ମୁହୂର୍ତ୍ତରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖିଛି ନାସା ।

ଏହା ମଧ୍ୟ ପଢନ୍ତୁ :- NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ

ଆମେରିକାର ଏହି ପରୀକ୍ଷଣ ଭାରତୀୟ ସମୟ ସନ୍ଧ୍ୟା 6ଟାରେ ହେବାର ଥିଲା । 322 ଫୁଟ (98 ମିଟର) ସ୍ପେସ୍ ଲଞ୍ଚ ସିଷ୍ଟମ୍(SLS) ରକେଟ୍ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ନାସାର 'ଆପୋଲୋ' ମିଶନ(NASA Apollo Programme)ର ପ୍ରାୟ 50 ବର୍ଷ ପରେ ଏହି ମିଶନ ଆରମ୍ଭ କରାଯାଇଥିଲା । ଯଦି ଏହି ଛଅ ସପ୍ତାହ ପରୀକ୍ଷଣ ଉଡ଼ାଣ ସଫଳ ହୁଏ, ତେବେ ମହାକାଶଚାରୀମାନେ କିଛି ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠକୁ ଯାଇ ଫେରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.