ETV Bharat / international

Thailand Mass Shooting: ପ୍ରିସ୍କୁଲ କେୟାର ସେଣ୍ଟରରେ ଗୁଳିକାଣ୍ଡ, 22 ଶିଶୁଙ୍କ ସମେତ 34 ମୃତ

author img

By

Published : Oct 6, 2022, 2:56 PM IST

Updated : Oct 6, 2022, 3:15 PM IST

ଉତ୍ତରପୂର୍ବ ଥାଇଲାଣ୍ଡ୍‌ରେ ପ୍ରିସ୍କୁଲ୍‌ କେୟାର ସେଣ୍ଟର ଉପରେ ଆଖିବୁଜା ଗୁଳିଚାଳନ କରିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ହୋଇଛି (Attack on thailand daycare center )। ଅଧିକ ପଢ଼ନ୍ତୁ

Many died after mass shooting on thailand daycare centre
Thailand Mass Shooting: ପ୍ରିସ୍କୁଲ୍‌ କେୟାର ସେଣ୍ଟରରେ ଗୁଳିକାଣ୍ଡ, ୩୪ ମୃତ

ବ୍ୟାଙ୍କକ୍: ଉତ୍ତରପୂର୍ବ ଥାଇଲାଣ୍ଡ୍‌ରେ ଅମାନବୀୟ କାଣ୍ଡ । ଏକ ପ୍ରିସ୍କୁଲ୍‌ କେୟାର ସେଣ୍ଟର ଉପରେ ଆଖିବୁଜା ଗୁଳିଚାଳନା କରିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ (Attack on Thailand daycare center) । ଫଳରେ ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 22 ଜଣ ଶିଶୁ ରହିଛନ୍ତି । ଗୁଳିକାଣ୍ଡ ପରେ ପୋଲିସ ଅଧିକାରୀ ଜଣକ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ପ୍ରାଥମିକ ସୂଚନା ମୁତାବକ ମୃତକଙ୍କ ମଧ୍ୟରେ ୨୨ ଜଣ କିଶୋର ଓ ଶିଶୁ ରହିଛନ୍ତି । ଏହି ଗୁଳିକାଣ୍ଡ ଉତ୍ତରପୂର୍ବ ଥାଇଲାଣ୍ଡ୍‌ର ନା କ୍ଲାଙ୍ଗ୍‌ ଜିଲ୍ଲାରେ ଘଟିଛି । ଗତ ୨୦୨୧ରେ ସମ୍ପୃକ୍ତ ଆକ୍ରମଣକାରୀକୁ ଡ୍ରଗ୍‌ସ୍‌ ନେଉଥିବା ଅଭିଯୋଗରେ ଚାକିରରୁ ବରଖାସ୍ତ କରାଯାଇଥିଲା ।

ଗୁଳିକାଣ୍ଡ ଘଟାଇବା ପରେ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏତିକି ମନ ଶାନ୍ତି ହୋଇନଥିଲା । ଏହାପରେ ସେ ନିଜ ପତ୍ନୀ ଓ ଛୁଆଙ୍କୁ ମଧ୍ୟ ହତ୍ୟା କରିଥିଲା । ଏହାପରେ ଆତ୍ମହତ୍ୟା କରିଥିଲା । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ପ୍ରିସ୍କୁଲ୍‌ ସେଣ୍ଟର ଭିତରକୁ ପ୍ରବେଶ କରିବା ପରେ ଅଭିଯୁକ୍ତ ପ୍ରଥମେ ସ୍କୁଲ୍‌ର ୪ରୁ ୫ଜଣ କର୍ମଚାରୀଙ୍କୁ ହତ୍ୟା କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ୮ ମାସର ଗର୍ଭବତୀ ମଧ୍ୟ ସାମିଲ ରହିଛନ୍ତି ।

ଏହି ନାରକୀୟ କାଣ୍ଡ ଘଟାଇବା ବେଳେ ଅଭିଯୁକ୍ତ ଜଣ ଭିଡିଓ ମଧ୍ୟ ରେକର୍ଡିଂ କରୁଥିଲା । ଏହି ସବୁ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରୁଥିଲା । ପ୍ରଥମେ ସ୍ଥାନୀୟ ଲୋକେ ଭାବିଥିଲେ ଏଠାରେ କୌଣସି ଆତସବାଜୀ ହେଉଛି । କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ସେୟାର ହେବାପରେ ପ୍ରତ୍ୟେକଙ୍କ ହୋସ୍‌ ଉଡ଼ିଯାଇଥିଲା । ଭିଡିଓ ରକ୍ତରେ ଜୁଡ଼ୁବୁଡ଼ୁ ଶିଶୁ ନିଃଶ୍ବ ହୋଇ ପଡ଼ି ରହିଥିବା ଦେଖାଯାଇଥିଲା ।

ଥାଇଲାଣ୍ଡରେ ମାନ୍ୟତାପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି । ତେବେ ବେଆଇନ ବନ୍ଧୁକଧାରୀଙ୍କୁ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ଗତ ୨୦୨୦ରେ ମଧ୍ୟରେ ଜଣେ କ୍ରୋଧାନ୍ବିତ ଯବାନ ଥାଇଲାଣ୍ଡର ୪ଟି ସ୍ଥାନରେ ଗୁଳିକାଣ୍ଡ ଘଟାଇଥିଲେ । ଏଥିରେ ୫୭ ଜଣଙ୍କ ପ୍ରାଣହାନୀ ହୋଇଥିଲା ।

Last Updated : Oct 6, 2022, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.