ETV Bharat / international

China Covid Crisis:୨୭ ସହରରେ ତାଲାବନ୍ଦ, ୧୬ କୋଟି ଲୋକ ଗୃହବନ୍ଦୀ

author img

By

Published : Apr 29, 2022, 12:05 PM IST

ଚୀନରେ କୋରୋନା ବିସ୍ଫୋରଣ ! ୨୭ ସହରରେ ଲକଡାଉନ ଲାଗିଥିବା ବେଳେ ୧୬ କୋଟିରୁ ଅଧିକ ଲୋକେ ଗୃହବନ୍ଦୀ । ଅଧିକ ପଢନ୍ତୁ

ଚୀନର କୋରୋନା ଆତଙ୍କ: ୨୭ ସହରରେ ଲକଡାଉନ, ୧୬ କୋଟି ଲୋକ ଘରେ ବନ୍ଦ

ବେଜିଂ: କୋରୋନାର ଉତ୍ପତି ସ୍ଥଳ ଚୀନରେ ସାଂଘାତିକ ସ୍ଥିତି(covid outbreak in china) । ସାରା ଦେଶରେ ଦ୍ରୁତଗତିରେ ବ୍ୟାପୁଛି ମହାମାରୀ । ସ୍ଥିତି ଏତେ ଭୟଙ୍କର ଯେ, ବର୍ତ୍ତମାନ ଚୀନର ୨୭ଟି ସହରରେ ଲକଡାଉନ ଲାଗୁ ହୋଇଛି । କେତେକ ସ୍ଥାନରେ ପୂର୍ଣ୍ଣ ଏବଂ କିଛି ଜାଗାରେ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଏଠାରେ ୧୬୫ ମିଲିୟନ(୧୬.୫ କୋଟି) ଲୋକ ଏବେ ନିଜ ଘରେ ବନ୍ଦ ହୋଇ ରହିଛନ୍ତି । ବିଶେଷକରି ଦେଶର ବ୍ୟବସାୟିକ ସହର ସାଙ୍ଘାଇରେ ମହାମାରୀ ଉଗ୍ର ରୂପ ନେଇଛି । ଏଠାରେ ମହାମାରୀ ପିକ୍ ନେଇଥିବା ବେଳେ ଦୈନିକ ୧୦,୦୦୦ରୁ ଅଧିକ ପଜିଟିଭ ମାମଲା ଚିହ୍ନଟ ହେଉଛି ।

ରାଜଧାନୀ ବେଜିଂରେ କୋରୋନା ଟେଷ୍ଟିଂ ବୃଦ୍ଧି କରାଯାଇଛି । ସ୍କୁଲଗୁଡିକୁ ବନ୍ଦ ରଖାଯାଇଛି ଏବଂ ସଂକ୍ରମଣ ଚେନ୍ ବ୍ରେକ୍ କରିବାକୁ କିଛି ଆବାସିକ ବିଲ୍ଡିଂରେ ଲକଡାଉନ ଲାଗୁ ହୋଇଛି । ସଂକ୍ରମଣ ବୃଦ୍ଧି ଯୋଗୁଁ ସାଂଘାଇରେ କଟକଣା କଡାକଡି କରାଯାଉଛି । ମାର୍ଚ୍ଚ ୧ ତାରିଖରୁ ଏବେସୁଦ୍ଧା ସାଂଘାଇରୁ ପ୍ରାୟ ୫ ଲକ୍ଷ ମାମଲା ରେକର୍ଡ ହୋଇଛି । ମହାମାରୀ ମଧ୍ୟରେ ଚୀନ ଏକ ଶୂନ୍ୟ କୋଭିଡ ରଣନୀତି( zero-Covid strategy) ଆପଣାଇଛି । ଯାହା ଅନ୍ତର୍ଗତ ଲକଡାଉନ, ମାସ୍ ଟେଷ୍ଟିଂ, ସଂଗରୋଧ ଏବଂ ସୀମା ବନ୍ଦ ଆଦି ପଦକ୍ଷେପ ନିଆଯାଉଛି । ହେଲେ ସରକାରଙ୍କ ମହାମାରୀ ନିୟନ୍ତ୍ରଣ କ୍ଷମତା ଠାରୁ ବିଭିନ୍ନ ସହର ଓ ରାଜ୍ୟରେ ଓମିକ୍ରନ ସଂକ୍ରମଣ ମାତ୍ରା ଖୁବ୍ ଅଧିକ ରହିଛି ।

କହିରଖୁଛୁ କି, ଗତ ମାର୍ଚ୍ଚରେ ଚୀନରେ କୋଭିଡ ବ୍ୟାପିବା ଆରମ୍ଭ କରିଥିଲା । ପ୍ରଥମେ ପ୍ରଥମେ ଦେଶର ଉତ୍ତରପୂର୍ବ ଜିଲିନ ପ୍ରଦେଶ ଗୁରୁତର ପ୍ରଭାବିତ ହୋଇଥିଲା । ଫଳରେ ଏହାର ରାଜଧାନୀ ଚାଙ୍ଗଚୁନରେ ମାର୍ଚ୍ଚ ୧୧ ଯାଏଁ ଲକଡାଉନ କରାଯାଇଥିଲା । ଏହାପରେ କ୍ରମଶଃ ସମଗ୍ର ଦେଶରେ ମହାମାରୀ କାୟା ମେଲାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.