ETV Bharat / international

ହମାସ ଆତଙ୍କୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ: କହିଲେ ଏହା ଅନ୍ତର ଆରମ୍ଭ, ଆତ୍ମସମର୍ପଣ କର

author img

By ETV Bharat Odisha Team

Published : Dec 11, 2023, 10:16 AM IST

Israel-Hamas War Update: 66 ଦିନରେ ପହଞ୍ଚିଲା ଇସ୍ରାଏଲ- ହମାସ ଯୁଦ୍ଧ । ଏହାମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହମାସ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଇଛନ୍ତି । କହିଲେ 'ଏହା ଅନ୍ତର ଆରମ୍ଭ, ସିନଓ୍ବାର ପାଇଁ ମରନାହିଁ, ଆତ୍ମସମପର୍ଣ କର' । ଅଧିକ ପଢ଼ନ୍ତୁ

ଇସ୍ରାଏଲ- ହମାସ ଯୁଦ୍ଧ
ଇସ୍ରାଏଲ- ହମାସ ଯୁଦ୍ଧ

ତେଲ ଆଭିଭ: 'ଯୁଦ୍ଧ ଏବେ ଶେଷ ହୋଇନାହିଁ । ଏହା ଅନ୍ତର ଆରମ୍ଭ, ସିନଓ୍ବାର ପାଇଁ ମରନାହିଁ ବରଂ ଆତ୍ମସମପର୍ଣ କର' । ଗତ ରବିବାର ହମାସ ଆତଙ୍କୀ ସଂଗଠନକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏଭଳି ଚରମବାଣୀ ଶୁଣାଇଛନ୍ତି । ନିଜ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଗତ 2 ମାସ ଧରି ଜାରି ରହିଛି ଇସ୍ରାଏଲ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ । ଇସ୍ରାଏଲ ଘନଘନ ମିଶାଇଲ ଆଟାକରେ ଗାଜା ଧ୍ବଂସସ୍ତୁପରେ ପରିଣତ ହୋଇଗଲାଣି । ହେଲେ ଏବେବି ଯୁଦ୍ଧ ଶେଷ ହେବାର ନାଁ ନେଉନି । ହମାସ ଆତଙ୍କୀ ସଂଗଠନକୁ ସମୂଳ ବିନାଶ ନକରିବା ଯାଏଁ ଯୁଦ୍ଧ ଶେଷ ହେବନି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବାରମ୍ବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

66 ଦିନରେ ପହଞ୍ଚିଲା ଗାଜା ଇସ୍ରାଏଲ ଯୁଦ୍ଧ । ଅକ୍ଟୋବର 7 ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ଚରମ ସ୍ଥିତିରେ ପହଞ୍ଚିଲାଣି । 2 ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ 18ହଜାରରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଅନେକ ସହର ଧ୍ବଂସସ୍ତୁପରେ ପରିଣତ ହେଲାଣି । ତେବେ ହମାସର ଅନ୍ତ ନ କରିବା ପର୍ଯ୍ୟନ୍ତ ଏ ଯୁଦ୍ଧର ଶେଷ ନାହିଁ ବୋଲି ପୂର୍ବରୁ କଡା ଟିପ୍ପଣୀ ଦେଇସାରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବୈଞ୍ଜାମିନ ନେତାନ୍ୟାହୁ । ତେବେ ରବିବାର ଦିନ ପୁଣି ଆଉ ଏକ ବଡ ବୟାନ ଜାରି କରିଛନ୍ତି ନେତାନ୍ୟାହୁ । ଯାହା ହମାସ ମନରେ ଛନକା ସୃଷ୍ଟି କରିଥିବ ବୋଲି ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ.. ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ଗାଜା ସ୍ଥିତି ନେଇ ଚିନ୍ତାପ୍ରକଟ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବୈଞ୍ଜାମିନ ଯୁଦ୍ଧ ମଧ୍ୟରେ ହମାସ ସେନାକୁ ଅସ୍ତ୍ର ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି," ପାଲେଷ୍ଟାଇନର ସମୂହଙ୍କର ଅନ୍ତ ନିକଟତର ହେଉଛି" । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ଏହି ଯୁଦ୍ଧ ହମାସର ଅନ୍ତର ଆରମ୍ଭ ଅଟେ । ଏହା ଶେଷ ହୋଇଗଲାଣି । ଏବେ ଆତ୍ମସମର୍ପଣ କର । ସିନଓ୍ବାର ପାଇଁ ମର ନାହିଁ, ଆତ୍ମ ସମର୍ପଣ କର ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଗତ କିଛି ମଧ୍ୟରେ ଏକାଧିକ ହମାସ ଆତଙ୍କବାଦୀ ଆମ ସେନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପାଖାପାଖି ଏକ ମାସ ପୂର୍ବରୁ ହମାସ ଅକ୍ତିଆରରେ ଗାଜା ନଥିବା ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ବୟାନ ଜାରି କରିଥିଲେ । ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଅନେକ ହମାସ ଆତଙ୍କୀ ଆତ୍ମସମର୍ପଣ କରିସାରିଛନ୍ତି । ତେବେ ୟାହା ସିନଓ୍ବାର ହମାସ ସଂଗଠନର ମୁଖ୍ୟ ଅଟନ୍ତି ।

ତେବେ ଇସ୍ରାଏଲ ଆକଳନ ଅନୁସାରେ, ହମାସ 7 ଅକ୍ଟୋବରରେ ଇସ୍ରାଏଲ ଉପରେ ସବୁଠୁ ଘାତକ ଆକ୍ରମଣ କରିଥିଲା ହମାସ । ଯେଉଁଥିରେ ପାଖାପାଖି 12 ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେବି ହମାସ ନିକଟରେ 100ରୁ ଅଧିକ ଇସ୍ରାଏଲ ନାଗରିକ ପଣବନ୍ଦୀ ହୋଇ ରହିଛନ୍ତି । ହମାସ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ଗାଜାରେ ଅତି କମରେ 17, 997 ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.