ETV Bharat / international

ନିଜ ନାଗରିକଙ୍କୁ ଶତ୍ରୁ ଭାବି ହତ୍ୟା କଲା ଇସ୍ରାଏଲ, ହମାସ କବଳରୁ ଖସି ଆସିଥିଲେ 3 ପଣବନ୍ଦୀ

Israel military kills 3 Israeli hostages: ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଦୁଃଖଦ ଖବର । ଶତ୍ରୁ ଭାବି ନିଜ ନାଗରିକଙ୍କୁ ହତ୍ୟା କଲା ଇସ୍ରାଏଲ ସେନା । ହମାସ କବଳରୁ ଖସି ଆସି ନିଜ ସେନା ଗୁଳିମାଡରେ ମୃତ୍ୟୁ ବରଣ କରିଛନ୍ତି 3 ପଣବନ୍ଦୀ । ଅଧିକ ପଢନ୍ତୁ ।

author img

By ETV Bharat Odisha Team

Published : Dec 16, 2023, 8:34 AM IST

Israel Hamas conflict
ନିଜ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ

ତେଲ ଅଭିଭ: 70 ଦିନରେ ପହଞ୍ଚିଲା ଇସ୍ରାଏଲ ହମାସ ଯୁଦ୍ଧ । ଏହା ମଧ୍ୟରେ ଇସ୍ରାଏଲରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଶତ୍ରୁ ଭାବି ନିଜ ଦେଶର ନାଗରିକଙ୍କୁ ହତ୍ୟା କରିଛି ଇସ୍ରାଏଲ ସେନା । ହମାସର କବଳରୁ ଖସି ଆସି ନିଜ ଦେଶର ସେନାର ଗୁଳିମାଡରେ ପ୍ରାଣ ହରାଇଛନ୍ତି 3 ଇସ୍ରାଏଲ ପଣବନ୍ଦୀ । ଯେଉଁମାନଙ୍କୁ ହମାସ ପଣବନ୍ଦୀ କରି ରଖିଥିଲା । ଶୁକ୍ରବାର ଦିନ ଏହି ଅଘଟଣ ଘଟିଛି ।

ଏନେଇ ଇସ୍ରାଏଲ ସେନାର ମୁଖ୍ୟ ମୁଖପାତ୍ର ଡାନିଏଲ ହଗାରି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି," ଗାଜା ଷ୍ଟ୍ରିପର ସିଜେୟା ଅଞ୍ଚଳରେ ଗ୍ରାଉଣ୍ଡ ଅପରେସନ ଚାଲିଥିବା ବେଳେ ଭୁଲବଶତଃ 3 ଜଣ ଇସ୍ରାଏଲ ପଣବନ୍ଦୀଙ୍କ ଉପରେ ଇସ୍ରାଏଲ ସେନା ଗୁଳି ଚଳାଇଥିଲେ । ଯୁଦ୍ଧ ଭୂମିରେ ସେମାନଙ୍କୁ ଶତ୍ରୁ ବୋଲି ଭାବି ଆକ୍ରମଣ କରାଯାଇଥିଲା । ସେହି ଅଞ୍ଚଳରେ ସେନା ଆତ୍ମଘାତୀ ବିସ୍ଫୋରଣ ସହିତ ଅନେକ ଆତଙ୍କବାଦୀଙ୍କୁ ସାମ୍ନା କରିଥିଲା । ତେଣୁ ନିଜ ଦେଶର ନାଗରିକଙ୍କୁ ଶତ୍ରୁ ଭାବି ସେମାନଙ୍କ ଉପରକୁ ସେନା ପକ୍ଷରୁ ଗୁଳିମାଡ କରାଯାଇଥିଲା । ତେବେ ମୃତଦେହକୁ ଦେଖିବା ପରେ ସନ୍ଦେହ ଜାତ ହୋଇଥିଲା । ତତକ୍ଷଣାତ ମୃତଦେହ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ସେମାନେ ଇସ୍ରାଏଲ ନାଗରିକ ହୋଇଥିବା ଜଣାପଡିଥିଲା । ଅକ୍ଟୋବର 7ରେ ସେମାନଙ୍କୁ ହମାସ ଅପହରଣ କରିନେଇଥିଲା ।"

ଏହାମଧ୍ୟ ପଢନ୍ତୁ..ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା

ସେ ଆଉ ମଧ୍ୟ କହିଛନ୍ତି, "ତେବେ ସେମାନଙ୍କୁ ହମାସ ଜାଣିଶୁଣି ଛାଡିଥିଲା ନା ସେମାନେ ହମାସ ସେନାଙ୍କ କବଳରୁ ଖସିଆସିଥିଲେ ତାହା ଜଣାପଡିନାହିଁ । ଏନେଇ ସେନାପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ତଦନ୍ତ ଜାରି ରହିଛି । ଏହି ଘଟଣା ପାଇଁ ନିଜକୁ ଦାୟୀ କରୁଛି ଆଇଡିଏଫ ।"

ତେବେ ମୃତକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମୃତଦେହକୁ ଇସ୍ରାଏଲକୁ ପଠାଯାଇଛି । ମୃତକମାନେ ହେଲେ ୟୋତମ ହମ ଓ ସମର ତଲାଲ୍କା । ତେବେ ଅନ୍ୟଜଣଙ୍କ ନାଁ ସେମାନଙ୍କ ପରିବାରର ଅନୁରୋଧ ଯୋଗୁ ସାର୍ବଜନୀନ କରାଯାଇନାହିଁ ।

ଅନ୍ୟପଟେ ଅକ୍ଟୋବର 7ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ 70 ଦିନରେ ପହଞ୍ଚିଛି । ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏହି ଯୁଦ୍ଧରେ ଏବେସୁଦ୍ଧା 18ହଜାର 700ରୁ ଊର୍ଦ୍ଧ୍ବ ପାଲେଷ୍ଟାଇନ ନାଗରିକ ଜୀବନ ଯାଇଥିବା ଅନେକ ଆହତ ହୋଇଛନ୍ତି । ଗାଜାର ସ୍ଥିତି ସଙ୍ଗୀନ ହୋଇପଡିଛି । ଖାଦ୍ୟ, ମେଡିସିନ ଭଳି ଅତ୍ୟବଶକୀୟ ସେବାରୁ ବଞ୍ଚିତ ହୋଇଛନ୍ତି ଗାଜାବାସୀ । ଅନ୍ୟପଟେ ଇସ୍ରାଏଲ ସୂଚନା ଅନୁଯାୟୀ, ହମାସ ଆକ୍ରମଣରେ 1200 ଜଣଙ୍କ ମୃତ୍ୟୁ ହୋଇଛି । ଗାଜାରେ ଯୁଦ୍ଧ ବନ୍ଦ କରିବା ନେଇ ଶୁକ୍ରବାର ଦିନ ଆମେରିକା କର୍ତ୍ତୃପକ୍ଷଙ୍କ ସହ ପାଲେଷ୍ଟାଇନ ରାଷ୍ଟ୍ରପତି ଆଲୋଚନା କରିଥିଲେ । ତେବେ ହମାସରୁ ସମୂଳ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରାଯିବ ନାହିଁ ବୋଲି ପୂର୍ବରୁ ବାରମ୍ବାର କହିଆସିଛନ୍ତି ଇସ୍ରାଏଲ ମୁଖ୍ୟ ବେଞ୍ଜାମିନ ନେତାନ୍ୟାହୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.