ETV Bharat / international

ପ୍ରଶିକ୍ଷଣ ସମୟରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ

author img

By

Published : Jun 22, 2023, 8:00 AM IST

କ୍ରୋଏସିଆରେ ହଙ୍ଗେରୀ ସେନାର ହେଲିକପ୍ଟର ଦୁର୍ଘଟଣା ଗସ୍ତ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Hungarian helicopter crash
Hungarian helicopter crash

ହାଇଦ୍ରାବାଦ: ହଙ୍ଗେରୀ ସେନାର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ । ଟ୍ରେନିଂ ସମୟରେ ପଡ଼ୋଶୀ ଦେଶ କ୍ରୋଏସିଆରେ ଦୁର୍ଘଟଣା ଗସ୍ତ ହୋଇଛି ହଙ୍ଗେରୀ ସେନାର ହେଲିକପ୍ଟର । ଏଥିରେ 2ଜଣଙ୍କର ମୃତ୍ୟୁ ହୋଇଥିବା ହଙ୍ଗେରୀ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବାୟୁସେନାର ଦୁଇଟି ଏୟାରବସ H145 ହେଲିକପ୍ଟରରେ ପାଇଲଟ ପ୍ରଶିକ୍ଷଣ ନେଉଥିବା ବେଳେ ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିକୁ କହିଛି ।

ରାଜଧାନୀ ଜାଗ୍ରେବଠାରୁ ପ୍ରାୟ 300 କିଲୋମିଟର ଦକ୍ଷିଣରେ ଥିବା ସିକୋଲା ନଦୀ କ୍ୟାନନ ଅଞ୍ଚଳରେ ହେଲିକପ୍ଟର କ୍ରାସ କରିଥିଲା। ଏଥିରେ ତିନି ଜଣ ସଦସ୍ୟ ଥିଲେ। ଉଦ୍ଧାରକାରୀ ଟିମ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କ ଖୋଜା ଚାଲିଛି । ତେବେ କେଉଁ କାରଣରୁ ହେଲିକପ୍ଟର ଦୁର୍ଘଟଣାର ଶିକାର ହେଲା ସେନେଇ ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ ! ବିମାନ ଦୁର୍ଘଟଣାର 40 ଦିନ ପରେ ଜୀବିତ ଉଦ୍ଧାର ହେଲେ 4 ପିଲା

ଏନେଇ ହଙ୍ଗେରୀ ଉଦ୍ଧାରକାରୀ ଦଳ କହିଛନ୍ତି ଯେ, ପାଇଲଟ ଦୁଇ ହେଲିକପ୍ଟରରେ ଉଡାଣର ଟ୍ରେନିଂ ନେଉଥିଲେ । ଫ୍ରିବାର ସମୟରେ କ୍ରୋଏସିଆରେ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । କ୍ରୋଏସିଆର ପ୍ରତିରକ୍ଷା ମନ୍ତ୍ରୀ ମାରିଓ ବାନୋଜିକ୍ ହଙ୍ଗେରୀ ବାୟୁସେନା ବିମାନର ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ପୂର୍ବରୁ ଗତ ଫେବୃଆରୀ ମାସ 24 ତାରିଖରେ ଋଷିଆରେ ବିମାନ ଦୁର୍ଘଟଣା ହୋଇଥିଲା । ସାମରିକ ଯୁଦ୍ଧ ବିମାନ ଏସୟୁ 25 ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ଯୁଦ୍ଧ ବିମାନଟି କ୍ରାସ ହୋଇଥିଲା । ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ସେହିପରି ଫେବୃଆରୀ 17 ତାରିଖରେ ଆମେରିକାରେ ସେନା ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନିଂ ସମୟରେ ସେନା ବିମାନ କ୍ରାସ ହୋଇଥିଲା । ଫଳରେ ଦୁଇ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିଲା । ଆମେରିକା ଅଲବାମାର ହଣ୍ଟସବିଲେ 53 ନମ୍ବର ଜାତୀୟ ରାଜପଥ ନିକଟରେ ବିମାନ ଦୁର୍ଘଟଣା ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ନେପାଳରେ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ରାଜଧାନୀ କାଠମାଣ୍ଡୁରେ ଅବତରଣ ସମୟରେ ରନଓ୍ବେରେ କ୍ରାସ ହୋଇଥିଲା ଯାତ୍ରୀବାହୀ ବିମାନ । ଏହି ଦୁର୍ଘଟଣାରେ 72 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.