ETV Bharat / international

ପାକିସ୍ତାନ କ୍ବେଟାରେ ବଡ ଧରଣର ବିସ୍ଫୋରଣ, ଅନେକ ଆହତ ସୂଚନା - ପାକିସ୍ତାନ ଖବର

ବେଲୁଚିସ୍ତାନ କ୍ବେଟାରେ ଭୟଙ୍କର ବିସ୍ଫୋରଣ । ଅନେକ ଆହତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ପାକିସ୍ତାନ କ୍ବେଟାରେ ବଡ ଧରଣର ବିସ୍ଫୋରଣ
ପାକିସ୍ତାନ କ୍ବେଟାରେ ବଡ ଧରଣର ବିସ୍ଫୋରଣ
author img

By

Published : Feb 5, 2023, 4:17 PM IST

ହାଇଦ୍ରାବାଦ: ଉତ୍ତର ପାକିସ୍ତାନର ବେଲୁଚିସ୍ଥାନର କ୍ବେଟାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ସେନା ଓ ଅନ୍ୟ ଜାରୁରୀ ବିଭାଗର ଟିମ୍‌ ଉଦ୍ଧାର ଅପରେସନ ଜାରି ରଖିଛନ୍ତି । ଆହତଙ୍କୁ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ କୌଣସି ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ ମଧ୍ୟ କରିନାହାନ୍ତି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଆଜି ପ୍ରାୟ ମଧ୍ୟାହ୍ନରେ କ୍ବେଟାର ଏଫସି ମୁସା ଚେକ୍‌ ପଏଣ୍ଟ ନିକଟରେ ଏହି ବିସ୍ଫୋରଣଟି ଘଟିଛି । ବିସ୍ଫୋରଣ ସ୍ଥଳ ନିକଟରେ କ୍ବେଟା ପୋଲିସର ମୁଖ୍ୟାଳୟ ଓ ଅଳ୍ପ କିଛି ଦୂରରେ ସେନା କ୍ୟାଣ୍ଟନମେଣ୍ଟ ମଧ୍ୟ ରହିଛି । ସେନା ଓ ପୋଲିସକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଯାଇଥିବା ସନ୍ଦେହ କରାଯାଉଛି । ଆହତଙ୍କ ମଧ୍ୟରେ ସେନା ଓ ପୋଲିସର କର୍ମୀ ଅଛନ୍ତି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏବେ ସୁଦ୍ଧା ମୋଟ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହିଁ ।

ବିସ୍ଫୋରଣ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେନା ଓ ପୋଲିସର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ରେସ୍କ୍ୟୁ ଅପରେସନ ଜାରି ରହିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ପାକିସ୍ତାନ ବାରମ୍ବାର ଆକ୍ରମଣରେ ଅସ୍ଥିର ହେବାରେ ଲାଗିଛି । ଗତ ସୋମବାର ପେଶାଓ୍ବରରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ପ୍ରାୟ 100ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହି ବିସ୍ଫୋରଣକୁ ପାକିସ୍ତାନରେ ଥିବା ତାଲିବାନର ଶାଖା ସଂଗଠନ ଦ୍ବାରା କରାଯାଇଥିବା ଅନୁମାନ କରାଯାଇଥିଲା ।

ଏହାପୂର୍ବରୁ କିଛି ଦିନ ତଳେ ପେଶାଓ୍ବରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ମସଜିଦରେ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଆତ୍ମଘାତି ଜିହାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ କରିଥିଲା ତାଲିବାନ । ଯେଉଁଥିରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିବା ସହ ପ୍ରାୟ 2ଶହ ଆହତ ହୋଇଥିଲେ । ପେଶାଓ୍ବରରେ ହାଇଆଲର୍ଟ ଜାରି କରାଯାଇଥିଲା । ତାର ମାତ୍ର କିଛି ଦିନ ବ୍ୟବଧାନରେ ପୁଣି ବେଲୁଚିସ୍ଥାନର କ୍ବେଟାରେ ବିସ୍ଫୋରଣ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.