ETV Bharat / international

ଲ’ ମେକର ନଥାଇ ମଧ୍ୟ କ୍ୟାବିନେଟକୁ ଫେରିଲେ ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ଡେଭିଡ କେମରୁନ, ଏଥର ବିଦେଶ ମନ୍ତ୍ରୀ

author img

By ETV Bharat Odisha Team

Published : Nov 13, 2023, 9:29 PM IST

ଅଚାନକ ବ୍ରିଟିଶ କ୍ୟାବିନେଟକୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନ । 2010-16 ପର୍ଯ୍ୟନ୍ତ ଥିଲେ ପ୍ରଧାନମନ୍ତ୍ରୀ । ଆଜି ସୁନକ କ୍ୟାବିନେଟରେ ବଡ ପରିବର୍ତ୍ତନ ପରେ ମିଳିଲା ଦାୟିତ୍ବ । ଅଧିକ ପଢନ୍ତୁ

କ୍ୟାବିନେଟକୁ ଫେରିଲେ ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ଡେଭିଡ କେମରୁନ, ଏଥର ବିଦେଶ ମନ୍ତ୍ରୀ

ହାଇଦ୍ରାବାଦ: ଆଜି ବ୍ରିଟେନ ସରକାରରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ କ୍ୟାବିନେଟକୁ ଫେରିଛନ୍ତି ଲ’ ମେକର ନଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନ । ପୂର୍ବରୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳି ସାରିଥିବା ଏହି ବରିଷ୍ଠ ନେତା ଏବେ ଋଷି ସୁନକଙ୍କ କ୍ୟାବିନେଟରେ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

କ୍ୟାମରୁନ 2010 ରୁ 2016 ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ ନେତୃତ୍ବରେ ରକ୍ଷଣଶୀଳ ଦଳ (କଞ୍ଜରବେଟିବ ପାର୍ଟି) ସରକାର ଗଠନ କରିଥିଲା । ତାଙ୍କ ପରେ ବୋରିଶ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲା । ଏହା ପରେ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଦେଖାଯାଇଥିଲା । ସଂଖ୍ୟା ବହୁମତ କାରଣରୁ ଜନସନ ସରକାରର ପତନ ହୋଇଥିଲା । ମାତ୍ର ତାଙ୍କ ଦଳ କ୍ଷମତାରେ ରହିଥିଲା । ଏହା ପରେ ଦଳର ଅନ୍ୟତମ ପ୍ରମୁଖ ନେତ୍ରୀ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ଦାୟିତ୍ବ ନେବାର କିଛି ଦିନ ମଧ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ ।

ଏହା ପରେ ବ୍ରିଟିଶ ସାଂସଦ ତଥା ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଏବେ ବ୍ରିଟେନରେ ସୁନକ ସରକାର କ୍ଷମତାରେ ରହିଛି । ଏବେ ଡେଭିଡ କ୍ୟାମରୁନ ନିର୍ବାଚିତ ଲ’ ମେକର ଭାବରେ ମଧ୍ୟ ନାହାନ୍ତି । ତେବେ ତାଙ୍କୁ ଆଜି ଅଚାନକ ସୁନକ କ୍ୟାବିନେଟରେ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ତେବେ ସରକାରୀ ସୂତ୍ରର ମିଳିଥିବା ସୂଚନା ଅନୁସାରେ, ନିର୍ବାଚିତ ହୋଇନଥିବା ଡେଭିଡଙ୍କୁ ବ୍ରିଟଶ ସଂସଦର ଉଚ୍ଚସଦନ ‘ହାଉସ ଅଫ ଲର୍ଡ୍ସ’ କୁ ମନୋନୀତ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ପାଇଁ କଠୋର ହେଲେ ସୁନକ, ଗୃହମନ୍ତ୍ରୀକୁ କଲେ ବରଖାସ୍ତ

ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ପାଇଁ ବ୍ରିଟେନ କ୍ୟାବିନେଟର ଗୃହମନ୍ତ୍ରୀ ଥିବା ସୁଏଲା ବ୍ରେଭରମ୍ୟାନ (Suella Braverman)ଙ୍କୁ ଆଜି ପଦରୁ ତୁରନ୍ତ ବରଖାସ୍ତ କରାଯାଇଛି । 43 ବର୍ଷୀୟା ସୁଏଲାଙ୍କ ଗୃହ ବିଭାଗର ଦାୟିତ୍ବ ବିଦେଶ ମନ୍ତ୍ରୀ ଥିବା ଜେମସ କ୍ଲେଭର୍ଲୀ (Foreign Secretary James Cleverly)ଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ଅନୁଭବି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନଙ୍କୁ ମିଳିଛି । ଏପରି ହଠାତ ଅଦଳବଦଳ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଓ୍ବଷ୍ଟମିନିଷ୍ଟର ପକ୍ଷରୁ ସ୍ପଷ୍ଟ କରାଯାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.