ୱାଶିଂଟନ: ଆମେରିକାର କଲରାଡୋରରେ ଜଣେ ବ୍ୟକ୍ତିଙ୍କଠାରେ ପ୍ରଥମ କରି H5 ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏନେଇ ସୂଚନା ଦିଆଯାଇଛି । ସେ ଜଣେ ଅନ୍ତେବାସୀ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କଠାରେ ଏଭିଆନ ଇନଫ୍ଲୁଏଞ୍ଜା H5 ଭୂତାଣୁ ଚିହ୍ନଟ ହୋଇଛି । ସେ H5N1 ବାର୍ଡ ଫ୍ଲୁରେ ଆକ୍ରାନ୍ତ କୁକୁଡ଼ା ମାନଙ୍କୁ ମାରିବାରେ ନିୟୋଜିତ ଥିଲେ । ଯାହା ଫଳରେ ତାଙ୍କ ଶରୀରରେ ଏହି ଭୂତାଣୁ ଦେଖିବାକୁ ମିଳିଛି । ତେବେ ସମଗ୍ର ବିଶ୍ବରେ H5 ଭାଇରସ ଦ୍ବାରା ମାନବ ସଂକ୍ରମଣ ନେଇ ଏହା ହେଉଛି ଦ୍ବିତୀୟ ମାମଲା । କଲରାଡୋରର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଆକ୍ରାନ୍ତ ବ୍ୟକ୍ତି 40 ବର୍ଷ ବୟସର ହୋଇଥିବାବେଳେ ସେ କେବଳ ଥକ୍କା ଅନୁଭବ କରୁଛନ୍ତି । ବର୍ତ୍ତମାନ ବିଚ୍ଛିନ୍ନ ହୋଇ ଫ୍ଲୁ ଆଣ୍ଟିଭାଇରାଲ୍ ଓସେଲ୍ଟାମିଭିର ଖାଇବା ସହ ଚିକିତ୍ସିତ ହେଉଛନ୍ତି ।