ETV Bharat / international

ଟ୍ରମ୍ପଙ୍କ ଘରେ ରେଡର ବଡ ଖୁଲାସା, ପରମାଣୁ ହତିଆର ଜଡିତ ଦସ୍ତାବିଜ ଖୋଜୁଥିଲା FBI - ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇର ରେଡ୍‌

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ହୋଇଥିବା ଏଫବିଆଇ ଚଢାଉରେ ନୂଆ କାରଣ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଟ୍ରମ୍ପଙ୍କ ଘରେ ଛାପାର ବଡ ଖୁଲାସା, ନ୍ୟୁକ୍ଲିୟର ଦସ୍ତାବିଜ ଖୋଜୁଥିଲା FBI

author img

By

Published : Aug 12, 2022, 2:54 PM IST

ୱାଶିଂଟନ: ଗତ ଅଗଷ୍ଟ 9 ତାରିଖରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ (Federal Bureau of Investigation) ପକ୍ଷରୁ ଏହି ରେଡ୍‌ ହୋଇଥିଲା । କୁହାଯାଉଥିଲା ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ଏହି ଛାପା ମରିଥିଲା ଏଫବିଆଇ । ହେଲେ ଏହି ଚଢାଉ କାରଣରେ ଆଉ ଏକ ବଡ ଖୁଲାସା ହୋଇଛି । କୁହାଯାଉଛି କି ଏହି ରେଡରେ ପରମାଣୁ ଦସ୍ତାବିଜ ସମେତ ଅନ୍ୟ ସାମଗ୍ରୀର ତଲାସ ପାଇଁ ଏହି ଛାପା ମାରିଥିଲା ଏଫବିଆଇ ।

ପରମାଣୁ ଅସ୍ତ୍ରଶସ୍ତ୍ର ସହ ଜଡିତ କାଗଜପତ୍ର ଖୋଜିବା ନେଇ ଛାପା ମାରିଥିଲା ଏଫବିଆଇ । ଅନେକ ଦସ୍ତାବିଜ ଭରା କାଗଜପତ୍ର ଏଫବିଆଇ ହାତରେ ଲାଗିଥିଲା । ଦ ୱାଶିଂଟନ ପୋଷ୍ଟ ଏ ନେଇ ଏକ ରିପୋର୍ଟରେ ସୂଚନା ଦେଇଛି । ଏଫବିଆଇ ଖୁଲାସା କରିଛି କି ଟ୍ରମ୍ପ ଘରେ ନଥିବା ସମୟରେ ଏହି ରେଡ ହୋଇଥିଲା । ଟ୍ରମ୍ପଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ପ୍ରଭାବିତ ହେବା ଅନୁମାନ କରାଯାଉଥିଲା । ଖାଲି ସେତିକି ନୁହେଁ ଟ୍ରମ୍ପ ଏହି ରେଡକୁ ରାଜନୈତିକ ଲାଭ ପାଇଁ ମଧ୍ୟ ବ୍ୟବହାର କରି ପାରିଥାନ୍ତି ବୋଲି କହିଛି ଏଫବିଆଇ ।

ଏଫବିଆଇ ଅନୁସାରେ, ଏଜେନ୍ସି ପ୍ରେସିଡେସିଆଲ ରେକର୍ଡ ଆକ୍ଟ ଏବଂ କିଛି କାନୁନ ସମ୍ବଦ୍ଧିତ ଦସ୍ତାବିଜ ମାମଲାରେ ଏହି ଯାଞ୍ଚ କରିଥିଲା । NARA ଅନୁସାରେ 2022ରେ ହ୍ବାଇଟ ହାଉସ ରେକର୍ଡର 15ଟି ବାକ୍ସ ଜବତ ହୋଇଥିଲା । ସବୁ ବାକ୍ସ ମାର-ଏ-ଲାଗୋ ପଠାଯାଇଥିଲା । ଏହି ସମୟରେ NARA କହିଥିଲା ନିୟମ ମୁତାବିକ ଟ୍ରମ୍ପ ହ୍ବାଇଟ ହାଉସ ଛାଡିବା ନେଇ ଦସ୍ତାବିଜ ଭର୍ତ୍ତି ବାକ୍ସ ନ୍ୟାସନାଲ ଆର୍ଚିଜ ପଠା ଯିବାର ଥିଲା ।

ଏହା ବି ପଢନ୍ତୁ...ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌

ପ୍ରକାଶଥାଉ କି, ଆମେରିକା ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଅଗଷ୍ଟ 9ରେ ରେଡ କରିଥିଲା । ଫ୍ଲୋରିଡା ସ୍ଥିତ ପାମ ବିଚରେ ଥିବା ତାଙ୍କ ବାସଭବନ ଏବଂ ମାର-ଏ-ଲାଗୋ କ୍ଲବରେ ଛାପା ମାରିଥିଲା ଏଫବିଆଇ । ଏହି ଚଢାଉ 2021 ଜାନୁଆରୀ 2 କ୍ୟାପିଟୋଲ ହିଂସା ସହ ଜଡିତ ହୋଇଥାଇ ପାରେ ବୋଲି କୁହାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.